Advertisement
Article Detail0/zeeodisha/odisha2804763
Zee OdishaOdisha Politicsଓଡ଼ିଶା ରାଜନୀତିର ପରିଚିତ ଚେହେରା ପ୍ରସନ୍ନ ଓ ବିଜୟଙ୍କୁ କ’ଣ ଡାକନ୍ତି ନବୀନ, ଜାଣନ୍ତୁ

ଓଡ଼ିଶା ରାଜନୀତିର ପରିଚିତ ଚେହେରା ପ୍ରସନ୍ନ ଓ ବିଜୟଙ୍କୁ କ’ଣ ଡାକନ୍ତି ନବୀନ, ଜାଣନ୍ତୁ

ସରଳ ଚେହେରା ନବୀନ ପଟ୍ଟନାୟକଙ୍କର ଏହି ଚେହେରା ଉପରୁ ପର୍ଦ୍ଦା ଉଠାଇଛନ୍ତି ଏକଦା ତାଙ୍କ ସହ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପଞ୍ଚାନନ କାନୁନଗୋ। ନିକଟରେ ତାଙ୍କ ଦ୍ୱାରା ଲିଖିତ ‘ ମାନ୍ୟବର ମୁଖ୍ୟମନ୍ତ୍ରୀ: ସମ୍ପର୍କ ଓ ସମ୍ପର୍କିତ ପୁସ୍ତକରେ ସେ ଏ ବିଷୟ ଉଲ୍ଲେଖ କରିଛନ୍ତି। 

ଓଡ଼ିଶା ରାଜନୀତିର ପରିଚିତ ଚେହେରା ପ୍ରସନ୍ନ ଓ ବିଜୟଙ୍କୁ କ’ଣ ଡାକନ୍ତି ନବୀନ, ଜାଣନ୍ତୁ

Political News: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ପୁତ୍ର ନବୀନ କେମିତି ନେତାଙ୍କୁ ବ୍ୟବହାର କରନ୍ତି ଜାଣନ୍ତି ? ଅବଶ୍ୟ ଏବେ ଗଣମାଧ୍ୟମରେ ଯେମିତି ଚର୍ଚ୍ଚାସବୁ ଚାଲିଛି ସେଥିରୁ ଆପଣ ଅଳ୍ପ ବହୁତେ  ଜାଣୁଥିବେ। ନୁହେଁକି?  ହେଲେ ଆଜି ଆପଣଙ୍କୁ ଏମିତି ଗୋଟିଏ କଥା କହିବି ଯାହାକୁ ଶୁଣିଲେ ଆପଣ କାନରେ ହାତ ଦେବେ। 

ଖାଲି ଯେ ନୂଆ ନେତା ତା’ ନୁହେଁ; ପୁରୁଣା, ଅଭିଜ୍ଞ ନେତାମାନଙ୍କୁ ମଧ୍ୟ ତାଚ୍ଛଲ୍ୟ କରିତବାକୁ ଭୁଲନ୍ତି ନ୍ତି ନାହିଁ ନବୀନ।  ସେମାନଙ୍କୁ ଡାକିବା ଲାଗି କୋଡ୍‍ ବ୍ୟହାର କରନ୍ତି। କିନ୍ତୁ ସବୁଠାରୁବ ଡ଼ କଥା ହେଲେ ନେତାଙ୍କ ଉପସ୍ଥିତିରେ ଏମିତି କୁହନ୍ତିନି। ନେତା ଯେତେବଳେ ନଥିବେ ତାଙ୍କୁ ଡାକିବା ତଥା ତାଙକ୍ କଥା କହିବା ଲାଗି ତାଙ୍କ ସଚିବ ଓ ଅନ୍ୟମାନଙ୍କୁ ଏପରି କୋଡ୍‍ ନାଁ ବ୍ୟବହାର କରନ୍ତି। ଆଉ ଆଗରେ ସମ୍ପୃକ୍ତ ନେତା ଆସିଗଲେ ପୂରା ଭଦ୍ର, ନମ୍ର ଆଉ ଏକାନ୍ତ ନିଜର।

ସରଳ ଚେହେରା ନବୀନ ପଟ୍ଟନାୟକଙ୍କର ଏହି ଚେହେରା ଉପରୁ ପର୍ଦ୍ଦା ଉଠାଇଛନ୍ତି ଏକଦା ତାଙ୍କ ସହ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପଞ୍ଚାନନ କାନୁନଗୋ। ନିକଟରେ ତାଙ୍କ ଦ୍ୱାରା ଲିଖିତ ‘ ମାନ୍ୟବର ମୁଖ୍ୟମନ୍ତ୍ରୀ: ସମ୍ପର୍କ ଓ ସମ୍ପର୍କିତ ପୁସ୍ତକରେ ସେ ଏ ବିଷୟ ଉଲ୍ଲେଖ କରିଛନ୍ତି। 

Add Zee News as a Preferred Source

ଏଥିରେ ସେ ଲେଖିfallbackଛନ୍ତି,  ଡା. ଦାମୋଦର ରାଉତ ହୁଅନ୍ତୁ କି ପ୍ରସନ୍ନ ଆଚାର୍ଯ୍ୟ ଅଥବା ବିଜୟ ମହାପାତ୍ର ବା ବିଜୟଶ୍ରୀ ରାଉତରାୟ ଏଥିରୁ ବାଦ ପଡ଼ୁ ନଥିଲେ। ଏପରିକି ଖୋଦ୍‍ ପଞ୍ଚାନନ ଏପରି ଟିପ୍ପଣୀର ଶିକାର ହେଉଥିବା କହିଛନ୍ତି।  ଡା. ଦାମୋଦର ରାଉତ ଯେତେବଳେ ଆସୁଥିବା ଦେଖୁଥିଲେ ନବୀନ ତାଙ୍କ ବାବଦରେ ଟିପ୍ପଣୀ ଦେଇ କହୁଥିଲେ, ବିଜୁ ବାବୁଙ୍କ କୋଲିର। କିନ୍ତୁ ଦାମ ବାବୁ ଭିତରକୁ ପଶିଲା ମାତ୍ରେ କଥା ବଦଳାଇ ନବୀନ କହୁଥିଲେ ଡକ୍ଟର ରାଉତ ନମସ୍କାର, ନମସ୍କାର, ଆସନ୍ତୁ ବସନ୍ତୁ। 

ସେହିପରି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କୁ ସେ କଳା ବାଣ୍ଠୁ ବୋଲି ଡାକୁଥିଲେ ପଛରେ। ସାମ୍ନାକୁ ଆସିଲେ ସେସବୁ କିଛି ନଥିଲା।  ପ୍ରସନ୍ନ ଆଚାର୍ଯ୍ୟଙ୍କୁ  କହୁଥିଲେ ଧଳା ବାଣ୍ଠୁ। ଅର୍ଥାତ୍‍ ନବୀନଙ୍କ ଦୁଇ ଜଣ ବାଣ୍ଠୁଥିଲେ।  ଜଣେ କଳା, ଜଣେ ଧଳା। କଳା ବାଣ୍ଠୁଙ୍କୁ କିଛିଦିନ ପରେ ନବୀନ ଦଳରୁ ବାହାର କରି ଦେଇଥିଲେ। ଆଉ ଧଳା ବାଣ୍ଠୁ ଏଯାଏ ନବୀନଙ୍କ ସେବାରେ ଉପସ୍ଥିତ ଅଛନ୍ତି। ପ୍ରଫୁଲ୍ଲ ଘଡ଼ାଇଙ୍କୁ ବାପ୍‍ ବେଟା ଦାବିଦାର ବୋଲି କହୁଥିଲେ। ଆଉ ପଞ୍ଚାନନଙ୍କୁ ନବୀନ ହା: ହାଁ ସରକାର ବୋଲି ଡାକୁଥିଲେ।  ହେଲେ ପଞ୍ଚାନନଙ୍କ ଆଗରେ ନବୀନ କେବେ ଏମିତି କହି ନାହାନ୍ତି। କିନ୍ତୁ ତାଙ୍କର ପଛରେ କହିବା ଅଭ୍ୟାସକୁ ଜାଣିବା ଲାଗି ସେ ଦିନ ଏକ କାରସାଦି ରଚିଥିବା ଏହି ବହିରେ ଲେଖିଛନ୍ତି।

fallback

ସେ ଲେଖିଛନ୍ତି ‘ଦିନେ ମୁଁ ବିଚାରିଲି ମୋ ଉପରେ ମଧ୍ୟ ଏମିତି କିଛି ମନ୍ତବ୍ୟ ମୋ’ ଅନୁପସ୍ଥିତିରେ ସେ ନିଶ୍ଚୟ ଦେଉଥିବେ । ମୋର ଜଣେ ବନ୍ଧୁ ବିଜୟଶ୍ରୀ ରାଉତରାୟଙ୍କୁ କହିବାରୁ ଆମେ ଗୋଟିଏ ଯୋଜନା କଲୁ। ବିଜୟଶ୍ରୀ ପ୍ରଥମେ ନବୀନ ନିବାସ ଗଲେ। ପରେ ମୁଁ ପ୍ରବେଶ କଲି। ମତେ ଝରକା ବାଟେ ଦେଖି ସେ କହିଲେ, ବାବୁଲି ବାବୁ, ହାଁ ହାଁ ସରକାର ଆଗୟେ । ଆପଣ ଜାଣନ୍ତି ଗୋଟିଏ ଚଢ଼େଇ ଅଛି, ସେ ସବୁବେଳେ କହୁଥାଏ ହାଁ ହାଁ ହାଁ । ମୁଁ ଯେମିତି ଭିତରକୁ ଗଲି ସେ ଅଭ୍ୟାସଗତ ଭାବରେ କଥା ବଦଳାଇ ମତେ ବସିବାକୁ କହିଲେ। ଅନ୍ୟକଥା ପଡ଼ିଲା। ଏକଥା ମୋର ବନ୍ଧୁ ସେଠୁ ଆସିଲା ପରେ ମତେ କହିଲେ। କିନ୍ତୁ ଏହା ଶୁଣି ଲେଖକଙ୍କୁ ଭାରି ବାଧିଥିଲା। ଆଉ ଏହାର ଜବାବ ଦେବାକୁ ଯାଇ ଦିନେ ତାଙ୍କରି ଆଗରେ ବସି ‘ହାଁ ହାଁ ସରାକାର’ ବୋଲି କହିଥିଲୋ। ସେଠୁ ନବୀନ ତାହାକୁ ଜାଣି ପାରିଥିଲେ ଓ କଥା ଏଡ଼ାଇ ଯାଇଥିଲେ ବୋଲି ଲେଖିଛନ୍ତି ପଞ୍ଚାନନ। 

ସେ କହିଛନ୍ତି ନବୀନଙ୍କଠାରୁ ଏମିତି ଶୁଣିବାକୁ ସେ ଆଶା କରି ନଥିଲେ। ଆଉ ଯେତେବଳେ ଶୁଣିଲେ ତାଙ୍କ  ମନ ଭିତରେ ଟିକେ କ୍ଷୋଭ ଆସିଲା। ... ମୁଁ ନଷ୍ପତ୍ତି କରି ତା’ପରଦିନ ତାଙ୍କ ଚାମ୍ବରକୁ ଗଲାବେଳେ ହଠାତ ବସୁ ବସୁ ବଡ଼ପାଟିରେ କହିଲି— ‘ହାଁ ହାଁ ସରକାର’। ସେଠି ଉପସ୍ଥିତ ଥ‌ିବା ସରକାରୀ ଅଫିସର ତାଙ୍କ ବ୍ୟବହାରରେ ତଟଷ୍ଟ ହୋଇଯାଇଥିଲେ। କିନ୍ତୁ ଚତୁର ନବୀନ ବାବୁ ନିଶ୍ଚୟ ବୁଝିପାରିଥିଲେ। ବସନ୍ତୁ ବସନ୍ତୁ, ବହୁତ କଥା ଅଛି କହି ସେ କଥା ଏଡ଼ାଇବାକୁ ଚେଷ୍ଟା କଲେ । ତା’ପରେ ସେ ଏପରି କିଛି କହୁଥ‌ିବା ମୁଁ ଶୁଣି ନାହିଁ । ବୋଲି କହିଛନ୍ତି ପଞ୍ଚାନନ।

ଏ ପୁସ୍ତକରେ ଅନେକ କଥା ଏପରି ଲେଖା ରହିଛି, ଯାହା ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିଛି ଗୁମର ଖୋଲିବାକୁ ପ୍ରସ୍ତୁତ। କିନ୍ତୁ ଏ ଗୁମର ପଛରେ ସତ୍ୟ କ’ଣ? ଏ ବହିର ସତ୍ୟତାକୁ କ’ଣ ଅନ୍ୟ ନେତାମାନେ ସ୍ୱୀକାର କରିବେ। ସେ ପ୍ରଶ୍ନ ବି ଆନ୍ଦୋଳିତ କରିବା ସ୍ୱଭାବିକ।

Also Read- Top 10 News: ସ୍କୁଲ୍‌ ଖୋଲିବା ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ, ହଇଜା ପାଇଁ ଆଲର୍ଟ ସହ ଅନ୍ୟ ଖବର

Also Read- Alkaline Water: ମଧୁମେହ ଏବଂ ଫ୍ୟାଟିଲିଭର୍ ସହ ଏହି ରୋଗ ପାଇଁ ଭଲ ଆଲକାଲାଇନ୍ ପାଣି !

About the Author