ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜିଠାରୁ ନୂଆପଡ଼ା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାଦ୍ୱାରା ନାମାଙ୍କନ ଦାଖଲ ଲାଗି ବାଟ ଫିଟିଛି। ଏହି ନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୨୦ ତାରିଖ ଯାଏ ନିଜର ନାମାଙ୍କନ ଦାଖଲ
Trending Photos
)
ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜିଠାରୁ ନୂଆପଡ଼ା ଉପ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାଦ୍ୱାରା ନାମାଙ୍କନ ଦାଖଲ ଲାଗି ବାଟ ଫିଟିଛି। ଏହି ନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୨୦ ତାରିଖ ଯାଏ ନିଜର ନାମାଙ୍କନ ଦାଖଲ କରିପାରିବେ। ୨୨ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଏବଂ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଭାବେ ଘୋଷଣା କରାଯାଇଛି।
ନଭାମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ନୂଆପଡ଼ାରେ ୩୫୮ଟି ଭୋଟଗ୍ରହଣ କେନ୍ଦ୍ର ଘୋଷଣା କରାଯାଇଛି। ଏଥିରୁ ୪୭ ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଘୋଷଣା କରାଯାଇଛି। ନକ୍ସଲ ହିଂସା ଆଶଙ୍କା ଥିବାରୁ ଏଠାରେ ଭୋଯ ଗ୍ରହଣ ଶୀଘ୍ର ଶେଷ ହେବ। ସକାର ୭ଟାରୁ ଭୋଟ ଦାନ ଆରମ୍ଭ ହେବ। ଏଠାରେ ଏକ ଘଣ୍ଟା ପୂର୍ବରୁ ଭୋଟ ଗ୍ରହଣ ଶେଷ ହେବ। ଅର୍ଥାତ୍ ଅପରାହ୍ଣ ୪ଟା ଯାଏ ଭୋଟ ଗଅହଣ ଚାଲିବ।
ବିଜ୍ଞପ୍ତି ପ୍ରକାଶନ ସହ ଆଜିଠଟାରୁ ନୁଆପଡ଼ା ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର ନିର୍ଦ୍ଧାରିତ ତିନୋଟି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଏଠାରେ ନିଶ୍ଚିତ ଆଶା କରାଯାଉଛି। ଏହା ସହ କିଛି ପ୍ରାର୍ଥୀ ସ୍ୱାଧୀନ ଭାବେ ମଧ୍ୟ ନାମାଙ୍କନ ଦାଖଲ କରିପାରନ୍ତି।
ଏଯାଏ ନୂଆପଡ଼ା ଲାଗି କେବଳ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଗତ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝି ଏଥର କଂଗ୍ରେସର ଦଳୀୟ ପ୍ରାର୍ଥୀ ହେବେ। ସେ ଗତ ନିର୍ବାଚନରେ ଦ୍ୱିତୀୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ।
ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଥିବା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପରେ କିଏ ଦଳର ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଆଜି ନୂଆପଡ଼ାର ଖଡ଼ିଆଳ ଠାରେ ବିଜେଡିର ବରିଷ୍ଠ ନେତାମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାର କାର୍ଯ୍ୟ୍ରକମ ରହିଛି। ଏଥିରେ ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ସଞ୍ଜୟ ଦାସବର୍ମା, ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ପ୍ରମୁଖ ନେତା ସାମଲ ହୋଇଛନ୍ତି। ଏହି ବୈଠକରେ କିଛି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରି ନାହିଁ। କିନ୍ତୁ ଜୟ ଢୋଲକିଆ ଏଠାରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।