ED summons Jharkhand CM: ହେମନ୍ତ ସୋରେନଙ୍କୁ EDର ଡାକରା, ଜାଣନ୍ତୁ କଣ ରହିଛି ପୂରା ମାମଲା
Advertisement

ED summons Jharkhand CM: ହେମନ୍ତ ସୋରେନଙ୍କୁ EDର ଡାକରା, ଜାଣନ୍ତୁ କଣ ରହିଛି ପୂରା ମାମଲା

ED summons CM Hemant Soren: ସେପ୍ଟେମ୍ବର ୨୦୨୨ରେ ଝାଡଖଣ୍ଡ ଏବଂ ବିହାରରେ ବେଆଇନ ଖଣି ଖନନ ଏବଂ ଚୋରା ଚାଲାଣ ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା। କିଛି ଦିନ ପୂର୍ବେ ରାଜନୈତିକ ସଙ୍କଟର ମୁକାବିଲା କରୁଥିବା JMM ମୁଖ୍ୟ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢିଛି। ଝାଡଖଣ୍ଡ ଓ ବିହାର ଖଣି ଦୁର୍ନୀତି ମାମଲାରେ ସେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। 

ED summons Jharkhand CM: ହେମନ୍ତ ସୋରେନଙ୍କୁ EDର ଡାକରା, ଜାଣନ୍ତୁ କଣ ରହିଛି ପୂରା ମାମଲା

ED summons CM Hemant Soren: ଝାଡଖଣ୍ତର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ ଜାରି କରିଛି। ରାଜ୍ୟରେ ଏକ ବେଆଇନ ଖଣି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲର ଯାଞ୍ଚରେ ପଚରା ଉଚରା ପାଇଁ ତାଙ୍କୁ ଡକାଯାଇଛି। ଗୁରୁବାର ED କାର୍ଯ୍ୟାଳୟରେ ହାଜର ହେବାକୁ  ସିଏମ ହେମନ୍ତ ସୋରେନଙ୍କୁ କୁହାଯାଇଛି। ସେପ୍ଟେମ୍ବର ୨୦୨୨ରେ ଝାଡଖଣ୍ଡ ଏବଂ ବିହାରରେ ବେଆଇନ ଖଣି ଖନନ ଏବଂ ଚୋରା ଚାଲାଣ ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ଇଡି ଗିରଫ କରିଥିଲା।

ଗତ ସେପ୍ଟେମ୍ବରରେ ବେଆଇନ ଖଣି ଖନନ ଏବଂ ଚୋରା ଚାଲାଣ ମାମଲାରେ ରାଞ୍ଚିର ସ୍ୱତନ୍ତ୍ର କୋର୍ଟରେ ଇଡି ଚାର୍ଜସିଟ ଦାଖଲ କରିଛି। ଏଥିରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବଚ୍ଚୁ ଯାଦବ ଏବଂ ପ୍ରେମ ପ୍ରକାଶଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ଅଭିଯୁକ୍ତ କରାଯାଇଛି। ଜୁଲାଇ ଓ ଅଗଷ୍ଟରେ ମଖ୍ୟମନ୍ତ୍ରୀ ସୋରେନଙ୍କୁ ଛାଡି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ, ପଙ୍କଜ ମିଶ୍ର, ହେମନ୍ତ ସୋରେନଙ୍କ ରାଜନୈତିକ ପ୍ରତିନିଧୀ ଥିଲେ। ତେଣୁ ସେ ସୋରେନଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ବେଆଇନ ଖଣି ବ୍ୟବସାୟକୁ ନିୟନ୍ତ୍ରଣ କରୁଥିଲେ। ଆଉ ତାଙ୍କୁ ଏଥିପାଇଁ  "ରାଜନେତିକ ସଂରକ୍ଷଣ" ମିଳୁଥିଲା।

Also Read: Third World War: ଯେକୌଣସି ମୁହୂର୍ତ୍ତରେ ଏହି ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ, ଚିନ୍ତାରେ ଭାରତ

କୋର୍ଟରେ ଦାଖଲ ଚାର୍ଜସିଟରେ ଇଡି କହିଛନ୍ତି ଯେ, ପଙ୍କଜ ମିଶ୍ର ପଥର ଚିପ୍ସ ଏବଂ ବୋଲ୍ଡର ଖଣି ଉପରେ ଯଥେଷ୍ଟ ନିୟନ୍ତ୍ରଣ କରୁଥିଲେ। ସେ ସାହିବଗଞ୍ଜର ବିଭିନ୍ନ ଖଣି ଓ କ୍ରସରକୁ ପରିଚାଳନା କରୁଥିଲେ। ତଦନ୍ତ ସମୟରେ ଇଡି ସମଗ୍ର ଭାରତରେ ୪୭ଟି ରେଡ୍ କରିଥିଲେ। ପଙ୍କଜ ମିଶ୍ରଙ୍କ ଘରୁ ନଗଦ ୫.୩୪ କୋଟି ଟଙ୍କା ଜବକ ହୋଇଥିଲା। ଏହା ସହ ୧୩.୩୨ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ , ଜାହାଜ, ପଥର କ୍ରସର, ଟ୍ରକ୍ ଓ ଏକେ-୪୭ ଜବତ କରିଥିଲା। ଗତ ଜୁଲାଇ ୧୯ରେ ପଙ୍କଜ ମିଶ୍ର, ଅଗଷ୍ଟ ୪ରେ ବଚ୍ଚୁ ଯାଦବ ଏବଂ ଅଗଷ୍ଟ ୨୫ରେ ପ୍ରେମ ପ୍ରକାଶଙ୍କୁ ଇଡି ଗିରଫ କରିଛି। ଏହି ତିନି ଅଭିଯୁକ୍ତମାନେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ୨୦୨୧ର ଖଣି ଲିଜ୍ ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ। 

କିଛି ଦିନ ପୂର୍ବେ ରାଜନୈତିକ ସଙ୍କଟର ମୁକାବିଲା କରୁଥିବା JMM ମୁଖ୍ୟ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢିଛି। ଝାଡଖଣ୍ଡ ଓ ବିହାର ଖଣି ଦୁର୍ନୀତି ମାମଲାରେ ସେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ବାକି ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଥିବା ବେଳେ କେବଳ ସୋରେନ ବାହାରେ ଅଛନ୍ତି। ଗୁରୁବାର ସେ ଇଡିରେ ହାଜର ହେଲା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଅନ୍ୟପଟେ, MNREGS ପାଣ୍ଠି ହଡପ ମାମଲାରେ ଝାଡଖଣ୍ଡର ପୂର୍ବତନ ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଇଡି ଗିରଫ କରିଥିବା ବେଳେ JMM କୋଷାଧ୍ୟକ୍ଷ ରବି କେଜ୍ରିୱାଲଙ୍କୁ ଜେରା କରିଛି।