ଶୁକ୍ରବାର ଖଡସେ (Eknath Khadse) ଏନସିପି (NCP) ରେ ଯୋଗଦେବାବେଳେ ପାର୍ଟି ମୁଖ୍ୟ ଶରଦ ପାୱାର (Sharad Pawar) ନିଜେ ଉପସ୍ଥିତ ଥିଲେ ।
Trending Photos
)
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି (Maharashtra BJP) ର ଦୃଢ଼ ସ୍ତମ୍ଭ ଥିବା ଏକନାଥ ଖଡସେ (Eknath Khadse) ଏନସିପି (NCP) ରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ବିଜେପିରେ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ଉତ୍ଥାନ ପରେ ଅଣଦେଖା ହେଉଥିବା ଖଡସେ ଏନସିପିରେ ଯୋଗଦେବାବେଳେ ଏଭଳି କଥା କହିଛନ୍ତି ଯେ ବିଜେପି (BJP) ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି । ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ଓବିସି ଜନସଂଖ୍ୟାର ଜଣେ ପ୍ରମୁଖ ନେତା ହୋଇଥିବାରୁ ଖଡସେଙ୍କ ଦଳ ଛାଡ଼ିବା ମହାରାଷ୍ଟ୍ର ବିଜେପିକୁ ଏକ ବଡ଼ ଝଟକା ଲାଗିଛି ।
ଅଧିକ ପଢ଼ନ୍ତୁ:-ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?
ଶୁକ୍ରବାର ଖଡସେ (Eknath Khadse) ଏନସିପି (NCP) ରେ ଯୋଗଦେବାବେଳେ ପାର୍ଟି ମୁଖ୍ୟ ଶରଦ ପାୱାର (Sharad Pawar) ନିଜେ ଉପସ୍ଥିତ ଥିଲେ । ଏହି ଅବସରରେ ଖଡସେ କହିଛନ୍ତି ଯେ, "ଯଦି କେହି ମୋ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଲଗାଇବେ, ତେବେ ମୁଁ ସିଡି ଚଳାଇ ଦେବି ।" ତାଙ୍କର ସ୍ପଷ୍ଟ ଇଙ୍ଗିତ ବିଜେପି ପ୍ରତି ଥିଲା । କାରଣ ବିରୋଧୀଦଳର ନେତାମାନେ ଅଭିଯୋଗ କରି ଆସୁଛନ୍ତି ଯେ ସେମାନଙ୍କୁ ହଇରାଣ କରିବା ପାଇଁ ସିବିଆଇ, ଇଡି, ଆୟକର, ପୋଲିସର ଅପବ୍ୟବହାର ବିଜେପି ଦ୍ୱାରା କରାଯାଇଛି ।
ଅନ୍ୟପକ୍ଷେ ଖଡସେଙ୍କ ସହ ତାଙ୍କ ଝିଅ ରୋହିନୀ ଖଡସେ ଏବଂ ଉତ୍ତର ମହାରାଷ୍ଟ୍ରର ଅନେକ ବିଜେପି ନେତା ଏନସିପିରେ ଯୋଗ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ କେତେ ମିଳିବ ଦୀପାବଳି ବୋନସ, ଜାଣନ୍ତୁ ସରକାରଙ୍କ ଗଣିତ
କେଉଁ ସିଡି?
ବର୍ତ୍ତମାନ ଏହି କଥାର ଜୋରଦାର ଚର୍ଚ୍ଚା ଧରିଛି ଯେ ଖଡସେ ପାଖରେ ଏପରି କେଉଁ ସିଡି ରହିଛି । ଯାହାର ବିଷୟରେ ସେ କହୁଛନ୍ତି । ଖଡସେ ବିଜେପିରେ ଦୀର୍ଘ ସମୟ ଅତିବାହିତ କରିଛନ୍ତି ଏବଂ ଏଭଳି ପରିସ୍ଥିତିରେ ଦଳ ବିଷୟରେ ତାଙ୍କ ପାଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି ବୋଲି କହିବା ଭୁଲ ହେବ ନାହିଁ । ତେଣୁ ସେ ଦଳକୁ ଧମକ ଓ ଚେତାବନୀ ଜାରି କରି କହିଛନ୍ତି ଯେ ମୋତେ ହଇରାଣ କରିବାକୁ ଚେଷ୍ଟା ନ କରାଯାଉ ।