ହିନ୍ଦୁତ୍ୱ ପ୍ରସଙ୍ଗରେ ଉଦ୍ଧବ ଠାକେରଙ୍କୁ ଘେରିବେ ଏକନାଥ ସିନ୍ଦେ; ନେବେ ଏହି ନେତାଙ୍କ ସହଯୋଗ
Advertisement

ହିନ୍ଦୁତ୍ୱ ପ୍ରସଙ୍ଗରେ ଉଦ୍ଧବ ଠାକେରଙ୍କୁ ଘେରିବେ ଏକନାଥ ସିନ୍ଦେ; ନେବେ ଏହି ନେତାଙ୍କ ସହଯୋଗ

Hindutva: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ପରେ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶଷ ଅଘାଡ଼ି ସରକାର ଅସୁବିଧାରେ ପଡ଼ିଛନ୍ତି।

ହିନ୍ଦୁତ୍ୱ ପ୍ରସଙ୍ଗରେ ଉଦ୍ଧବ ଠାକେରଙ୍କୁ ଘେରିବେ ଏକନାଥ ସିନ୍ଦେ; ନେବେ ଏହି ନେତାଙ୍କ ସହଯୋଗ

Hindutva: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗରେ ଉଦ୍ଧବ ଠାକେରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେ। ଏନେଇ ଏକନାଥ ସିନ୍ଦେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ସହଯୋଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ବିଦ୍ରୋହୀ ଶିବ ସେନା ବିଧାୟକଙ୍କ ଗୋଷ୍ଠୀ ମହାରାଷ୍ଟ୍ର ନବନିର୍ମାଣ ସେନା ସହ ଯାଇପାରେ।  

ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ମଧ୍ୟରେ ଏକନାଥ ସିନ୍ଦେ ଏବଂ ରାଜ ଠାକରେ ପରସ୍ପର ସହ ୨ ଥର କଥାବାର୍ତ୍ତା କରି ସାରିଛନ୍ତି। କଥାବାର୍ତ୍ତା ସମୟରେ ସିନ୍ଦେ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରିଥିଲେ। ନିକଟରେ ଅସ୍ତ୍ରୋପଚାର ହେବା ପରେ ରାଜ ଠାକେରଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ମହାରଷ୍ଟ୍ର ରାଜନୀତିରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ହେଉଛନ୍ତି ଜଣେ ପ୍ରମୁଖ ଚେହେରା। ବିଗତ କିଛି ମାସ ହେବ ସେ ସକ୍ରିୟ ହୋଇଉଠିଛନ୍ତି। ଯେତେବେଳେ ଏକନାଥ ସିନ୍ଦେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସେତେବେଳେ ରାଜ ଠାକରେ ତାଙ୍କୁ ଆପଣଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ। ଏକନାଥ ସିନ୍ଦେ ରାଜ ଠାକରେଙ୍କ ସହ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଜ ଠାକରେ କେବଳ ହିନ୍ଦୁତ୍ୱ ପ୍ରସଙ୍ଗରେ ରାଜନୀତି କରନ୍ତି ଏବଂ ଏକନାଥ ସିନ୍ଦେ ମଧ୍ୟ ଶିବସେନା ବିରୋଧରେ ବିଦ୍ରୋହ କରିବା ପରେ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି।

ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ବୁଧବାର ଠାରୁ ଗୌହାଟିସ୍ଥିତ ଏକ ହୋଟେଲ ଠାରେ ଅବସ୍ଥାନ କରୁଛନ୍ତି। ତାଙ୍କ ସହ ୪୦ ଜଣରୁ ଅଧିକ ବିଧାୟକ ଅଛନ୍ତି ବୋଲି ସିନ୍ଦେ ଦାବି କରିଛନ୍ତି। ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ପରେ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶଷ ଅଘାଡ଼ି ସରକାର ଅସୁବିଧାରେ ପଡ଼ିଛନ୍ତି। ସିନ୍ଦେଙ୍କ ଗୋଷ୍ଠୀ ଦାବି କରିଛି ଯେ ଶିବସେନା ମହାବିକାଶ ଅଘାଡ଼ି ମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ସରକାର ଗଠନ କରିବା ଆବଶ୍ୟକ।

Also Read: Maharashtra Politics: ଛଗନ ଭୁଜବଳଙ୍କୁ ନେଇ ଉଦ୍ଧବ ଠାକରେଙ୍କୁ କଟାକ୍ଷ କଲେ ଏକନାଥ ସିନ୍ଦେ