'ମୋର ଭବିଷ୍ୟତ ବର୍ବାଦ ହୋଇଯାଉ କିନ୍ତୁ କେବେବି ମିଛ କହିବି ନାହିଁ'

ରାହୁଲ ଗାନ୍ଧୀ ପ୍ରାୟ ଦିନ ଭାରତ-ଚୀନ ସୀମା ବିବାଦ ମାମଲାକୁ ନେଇ ସୋସିଆଲ ମିଡିଆ ଟ୍ୱିଟର, ଫେସବୁକ ତଥା ୟୁଟବ ମାଧ୍ୟମରେ ନିଜ ମତ ଦେଶ ଆଗରେ ରଖୁଛନ୍ତି । ଏହି କ୍ରମରେ ସେ ବିଗତ କିଛି ଦିନ ଧରି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଭିଡିଓ ସେୟାର କରି ଚୀନ ମାମଲାରେ ମୋଦି ସରକାରଙ୍କୁ ଘେରୁଛନ୍ତି ।

'ମୋର ଭବିଷ୍ୟତ ବର୍ବାଦ ହୋଇଯାଉ କିନ୍ତୁ କେବେବି ମିଛ କହିବି ନାହିଁ'

ନୂଆଦିଲ୍ଲୀ: ଭାରତ-ଚୀନ୍ ସାମରିକ ସଂଘର୍ଷ ପରେ ମୋଦି ସରକାରଙ୍କୁ କ୍ରମାଗତ ପ୍ରଶ୍ନ ପଚାରୁଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ  ଗାନ୍ଧୀ । ଏହାସହ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ ମଧ୍ୟ କରୁଛନ୍ତି ସେ । ସେ ପ୍ରାୟ ଦିନ ଭାରତ-ଚୀନ ସୀମା ବିବାଦ ମାମଲାକୁ ନେଇ ସୋସିଆଲ ମିଡିଆ ଟ୍ୱିଟର, ଫେସବୁକ ତଥା ୟୁଟବ ମାଧ୍ୟମରେ ନିଜ ମତ ଦେଶ ଆଗରେ ରଖୁଛନ୍ତି । ଏହି କ୍ରମରେ ସେ ବିଗତ କିଛି ଦିନ ଧରି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଭିଡିଓ ସେୟାର କରି ଚୀନ ମାମଲାରେ ମୋଦି ସରକାରଙ୍କୁ ଘେରୁଛନ୍ତି । ସେ ଆଜି(ସୋମବାର) ଭାରତ-ଚୀନ ମାମଲାକୁ ନେଇ ଆଉ ଏକ ଭିଡିଓ ଜାରି କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । 

ସେ କହିଛନ୍ତି ଯେ, ମୋତେ ଏହି କଥାର ଚିନ୍ତା ନାହିଁ ଯେ ମୋର ରାଜନୈତିକ ଭବିଷ୍ୟତ ବର୍ବାଦ ହୋଇଯିବ କିନ୍ତୁ ମୁଁ ଭାରତୀୟ ସୀମାରେ ଚାଇନାର ଅନୁପ୍ରବେଶ ବିଷୟରେ ମିଛ କହିବି ନାହିଁ ।  ସୋମବାର ଭିଡିଓ ବାର୍ତ୍ତା ସେୟାର କରି ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, "ଚୀନ୍ ସେନା ଭାରତୀୟ ଅଞ୍ଚଳକୁ ଦଖଲ କରି ନେଇଛି । ସତ୍ୟକୁ ଲୁଚାଇବା ଏବଂ ସେମାନଙ୍କୁ ଏହା କରିବାକୁ ଅନୁମତି ଦେବା ଦେଶ ବିରୋଧୀ ଅଟେ । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଦେଶପ୍ରେମ ।"

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଭିଡିଓ ବାର୍ତ୍ତାରେ ଆହୁରି କହିଛନ୍ତି ଯେ, ଜଣେ ଭାରତୀୟ ଭାବରେ ମୋର ପ୍ରଥମ ପ୍ରାଥମିକତା ହେଉଛି ଦେଶ ଓ ଏହାର ନାଗରିକ । ଏହା ସ୍ପଷ୍ଟ ଯେ ଚାଇନିଜମାନେ ଆମ ଅଞ୍ଚଳରେ ପ୍ରବେଶ କରିଛନ୍ତି । ଏହି କଥା ମୋତେ ଚିନ୍ତିତ କରୁଛି । କେମିତି ଆମ ସୀମାରେ ଅନ୍ୟ ଦେଶ ପ୍ରବେଶ କଲା ସେ ବିଷୟରେ ଶୁଣି ମୋର ରକ୍ତ ଗରମ ହୋଇଯାଇଥାଏ । " 

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଜୁନ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ସାମରିକ ସଂଘର୍ଷରେ ଘଟିଥିଲା । ଏଥିରେ  ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଅନ୍ୟପକ୍ଷେ ଚୀନର ବି ବହୁତ କ୍ଷତି ହୋଇଥିବାର ସୂଚନା ମିଳିଥିଲା ।