Bihar Exit Poll 2025: ବିହାର ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ତଥ୍ୟ ମହାଗଠବନ୍ଧନ ପାଇଁ ଭଲ ଖବର ପ୍ରକାଶ କରିଛି। ଅଧିକାଂଶ ଏକଜିଟ୍ ପୋଲ ଏନଡିଏ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରିଛନ୍ତି। କିନ୍ତୁ ଏପରି ଏକ ଏପରି ଗୋଟିଏ ଏକଜିଟ୍ ପୋଲ ଅଛି ଯାହା ମହାଗଠବନ୍ଧନର ଆଶାକୁ ଉଜ୍ଜୀବିତ ରଖିଛି।
Trending Photos
)
Bihar Journo Mirror Exit Poll 2025: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଅଧିକାଂଶ ଏକଜିଟ୍ ପୋଲ NDAକୁ ବିଜୟୀ କରିବ ବୋଲି ଦର୍ଶାଉଛି। ଏହି ସମୟରେ ଏପରି ଗୋଟିଏ ଏକଜିଟ୍ ପୋଲ ଅଛି, ଯାହା ମହାଗଠବନ୍ଧନର ଆଶାକୁ ଉଜ୍ଜୀବିତ ରଖିଛି। ଜର୍ନୋ ମିରର ଏକଜିଟ୍ ପୋଲ ବିହାରରେ ମହାଗଠବନ୍ଧନ ପାଇଁ ଏକ ବଡ଼ ବିଜୟର ପୂର୍ବାନୁମାନ କରିଛି। ଏହାର ତଥ୍ୟ ଅନୁଯାୟୀ ମହାଗଠବନ୍ଧନ ୧୩୦ ରୁ ୧୪୦ ଆସନ ଜିତିପାରେ। ବିହାରରେ ବହୁମତ ପାଇଁ ଯାଦୁକରୀ ସଂଖ୍ୟା ୧୨୨। ଏହି ଏକଜିଟ୍ ପୋଲରେ ଶାସକ NDA ୧୦୦-୧୧୦ ଆସନ ଜିତିବ ବୋଲି ଆକଳନ କରାଯାଇଛି।
ମହାଗଠବନ୍ଧନରେ ୧୪୩ଟି ଆସନରେ RJD, ୬୧ଟି ଆସନରେ କଂଗ୍ରେସ, ୨୦ଟି ଆସନରେ CPI (ML), ୧୨ଟି ଆସନରେ VIP, ୯ଟି ଆସନରେ CPI, ୪ଟି ଆସନରେ CPM ଏବଂ ୩ଟି ଆସନରେ IIP ନିର୍ବାଚନ ଲଢୁଛି। ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ RJD ନେତା ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ VIP ମୁଖ୍ୟ ମୁକେଶ ସାହାନିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା। ଏକଜିଟ୍ ପୋଲଗୁଡ଼ିକ ମହାଗଠବନ୍ଧନରେ RJDକୁ ସବୁଠାରୁ ବଡ଼ ଦଳ ଭାବରେ ଦର୍ଶାଉଛି।
ବିଜୟର ଦାବି କରୁଛି ମହାଗଠବନ୍ଧନ
ମହାଗଠବନ୍ଧନରେ RJD, କଂଗ୍ରେସ, ମୁକେଶ ସାହାନି, ବାମ ଦଳ ଏବଂ IIP ସାମିଲ ଅଛନ୍ତି। ମହାଗଠବନ୍ଧନ ଦାବି କରୁଛି ଯେ ଏଥର ବିହାରରେ ପରିବର୍ତ୍ତନ ନିଶ୍ଚିତ । ଯଦିଓ ଅଧିକାଂଶ ଏକଜିଟ୍ ପୋଲ ମହାଗଠବନ୍ଧନର ଦାବିର ବିପରୀତ ସଂଖ୍ୟା ଦେଖାଉଛି। ନଭେମ୍ବର ୧୪ ତାରିଖରେ ଭୋଟ ଗଣତି ପରେ ପ୍ରତ୍ୟେକ ଦଳର ଦାବି ପଛରେ ସତ୍ୟ ସ୍ପଷ୍ଟ ହୋଇଯିବ।
କହି ରଖୁଛୁ ଯେ ବିହାରର ସମସ୍ତ ୨୪୩ ଆସନ ପାଇଁ ନିର୍ବାଚନ ମଙ୍ଗଳବାର (୧୧ ନଭେମ୍ବର) ଦିନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ୧୮ ଜିଲ୍ଲାର ୧୨୧ ଆସନ ପାଇଁ ମତଦାନ ହୋଇଥିଲା। ମଙ୍ଗଳବାର ଦିନ ୨୦ ଜିଲ୍ଲାର ବାକି ୧୨୨ ଆସନ ପାଇଁ ମତଦାନ ହୋଇଥିଲା। ଉଭୟ ପର୍ଯ୍ୟାୟରେ ବମ୍ପର ଭୋଟିଂ ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ମତଦାନ ହୋଇଥିଲା। ଯେତେବେଳେ କି ଦ୍ୱିତୀୟ ପର୍ଯ୍ୟାୟରେ ଖବର ଲେଖିବା ପ୍ରର୍ଯ୍ୟନ୍ତ ୬୮.୮୦ ପ୍ରତିଶତ ମତଦାନ ହୋଇଛି।