'ମୋଦି ହେ ତୋ ମୁମକିନ୍ ହେ'

କୋରୋନା କାଳ ପୂର୍ବରୁ ଭାରତର ଜିଡିପିରେ ଲଗାତର ହ୍ରାସ ଘଟି ଆସୁଥିଲା । ଯାହା ପରେ ଲକଡାଉନ୍ ହେତୁ ଆହୁରି ବିପର୍ଯ୍ୟୟ ଘଟିଥିଲା ​। ବିଶ୍ୱର ଅନେକ ଏଜେନ୍ସି କହିଥିଲେ ଯେ ଭାରତର ଜିଡିପି ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ 

'ମୋଦି ହେ ତୋ ମୁମକିନ୍ ହେ'

ତମାଲ ବାକଚି​, ନୂଆଦିଲ୍ଲୀ: କୋରୋନା ଭୂତାଣୁ(Coronavirus) ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟର ପ୍ରଭାବ ସବୁଠାରୁ ଅଧିକ ଅର୍ଥବ୍ୟବସ୍ଥା(Economy) ଉପରେ ପଡ଼ିଛି । ଇନଫୋସିସ୍ ସହ-ପ୍ରତିଷ୍ଠାତା(Infosys co-founder) ଏନ ନାରାୟଣ ମୂର୍ତ୍ତି(N. Narayana Murthy) ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଏଥର ଦେଶରେ ସ୍ୱାଧୀନତା ପର ଠାରୁ ସବୁଠାରୁ ବଡ଼ ହ୍ରାସ ଜିଡିପିରେ ଦେଖାଯିବ । ଏହି ବୟାନକୁ ନେଇ ପୁଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ(Congress MP) ରାହୁଲ ଗାନ୍ଧୀ(Rahul Gandhi) ।  ଏହି ନାରାୟଣ ମୂର୍ତ୍ତୀଙ୍କ ମନ୍ତବ୍ୟକୁ ସେୟାର କରି ରାହୁଲ ଲେଖିଛନ୍ତି ଯେ, 'ମୋଦି ହେ ତ ମୁମକିନ୍ ହେ' ।

ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ରାହୁଲ, କହିଲେ ଏପରି କିଛି

ବାସ୍ତବରେ, କୋରୋନା କାଳ ପୂର୍ବରୁ ଭାରତର ଜିଡିପିରେ ଲଗାତର ହ୍ରାସ ଘଟି ଆସୁଥିଲା । ଯାହା ପରେ ଲକଡାଉନ୍ ହେତୁ ଆହୁରି ବିପର୍ଯ୍ୟୟ ଘଟିଥିଲା ​। ବିଶ୍ୱର ଅନେକ ଏଜେନ୍ସି କହିଥିଲେ ଯେ ଭାରତର ଜିଡିପି ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହି ସମୟରେ, ନାରାୟଣ ମୂର୍ତ୍ତିଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଅର୍ଥନୀତିକୁ ଯଥାଶୀଘ୍ର ଟ୍ରାକକୁ ଫେରାଇ ଆଣିବା ଉଚିତ୍ । ଏଥର ମୋଟ ଘରୋଇ ଉତ୍ପାଦ(GDP)ରେ ସ୍ୱାଧୀନତା ପର ଠାରୁ ସବୁଠାରୁ ବଡ ହ୍ରାସ ଦେଖିବାକୁ ମିଳବ ।

ଅଧିକ ପଢ଼ନ୍ତୁ:-'ପୂର୍ବପରି ବିଶ୍ୱାସଘାତକତା କଲେ ମୋଦି ସରକାର'

ସୂଚନାଯୋଗ୍ୟ, କୋରୋନା ସଙ୍କଟ ଏବଂ ଅର୍ଥନୀତି ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ( Former Congress President) ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରି ଆସୁଛନ୍ତି । ସେ ଟ୍ୱିଟ୍ କରି ଭିଡିଓ ସେୟାର କରି ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା କରି କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି । ନିକଟରେ ଯୁବ କଂଗ୍ରେସ ଦ୍ୱାରା ଦୁଇଟି ଅଭିଯାନ ଚାଲିଥିଲା । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ୨ କୋଟି ନୂତନ ନିଯୁକ୍ତି ପ୍ରତିଶୃତି ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ୧୪ କୋଟି ଲୋକ ଚାକିରି ହରାଇଛନ୍ତି । ଏସବୁ ପାଇଁ ମୋଦି ସରକାରଙ୍କ ଭୁଲ ନୀତି ଦାୟୀ ।