)
ଲକ୍ଷ୍ନୌ: ଅଡୁଆରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସାମ୍ବାଦିକଙ୍କୁ ଆକ୍ରମଣ କରାଇଥିବା ଅଭିଯୋଗରେ ତାଙ୍କ ନାଁରେ ମୁରାଦାବାଦର ପାକୱାଡା ଥାନାରେ ମାମଲା ରୁଜୁ ହୋଇଛି। ଅଖିଳେଶଙ୍କ ସମେତ ଅନ୍ୟ ୨୦ ଜଣ ସମାଜବାଦୀ ପାର୍ଟି ସମର୍ଥକଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।
ଅଭିଯୋଗ ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟାରେ ପାକୱାଡାସ୍ଥିତ ହୋଲିଡେ ରେସିଡେନ୍ସିରେ ଅଖିଳେଶ ଯାଦବ (Akhilesh Yadav) ଏକ ସାମ୍ବାଦିକ ସମ୍ମିଳନି ଆୟୋଜନ କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ କିଛି ବ୍ୟକ୍ତଗତ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ଅଖିଳେଶ ଉତ୍କ୍ଷୀପ୍କ ହୋଇ ତାଙ୍କ ସମର୍ଥକ (SP supporters) ଓ ଉପସ୍ଥିତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପାଇଁ ପ୍ରବର୍ତ୍ତାଇଥିଲେ। ଆଉ ସେହି ସପା ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଏକାଧିକ ସାମ୍ବାଦିକ ଆହତ ହୋଇଛନ୍ତି। ଅନେକଙ୍କୁ ଗଭୀର ଆଘାତ ଲାଗିଥିବା ମଧ୍ୟ ଏତଲାରେ କୁହାଯାଇଛି।
ଗୁରୁବାର ଦିନ କଥିତ ଆକ୍ରମଣ ହୋଇଥିବା ବେଳେ ଶନିବାର ଏତଲା ଦିଆଯାଇଛି। ଅଖିଳେଶ ଓ ତାଙ୍କ ୨୦ ଜଣ ସମର୍ଥକଙ୍କ ନାଁରେ IPCର ୩ଟି ଧାରାରେ ମାମଲା ରୁଜୁ ହୋଇଛି। IPC-147 (ହିଂସା କରିବାକୁ ଉସୁକାଇବା), IPC 323 (ସାଧାରଣ ମାରପିଟ୍ ବା କାହାକୁ ଆହତ କରିବା) ଓ IPC 342 (ଜବରଦସ୍ତି ବନ୍ଦୀ ରଖିବା) ଧାରା ଲାଗିଛି। ଏହି ସବୁ ଧାରାରେ ଅଭିଯୁକ୍ତଙ୍କୁ ବେଲ୍ ଦିଆଯାଇପାରେ। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଜରିମାନା ଲାଗିପାରେ।
उप्र की भाजपा सरकार ने मेरे ख़िलाफ़ जो एफ़आईआर लिखवाई है, जनहित में उसकी प्रति प्रदेश के हर नागरिक के सूचनार्थ यहाँ प्रकाशित कर रहे हैं।
अगर आवश्यकता पड़ी तो राजधानी लखनऊ में होर्डिंग भी लगवा देंगे।
ये एफ़आईआर हारती हुई भाजपा की हताशा का प्रतीक है। pic.twitter.com/50ddRQh0fs
— Akhilesh Yadav (@yadavakhilesh) March 13, 2021
ସେପଟେ FIRକୁ ବି ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ଅଖିଳେଶ ଯାଦବ ନିଜ ଟ୍ୱିଟର ହ୍ୟାଣ୍ଡେଲରେ FIRର କପି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, "ଉତ୍ତର ପ୍ରଦେଶର BJP ସରକାର ମୋର ନାଁରେ ଯେଉଁ ଏତାଲା ଲେଖାଇଛି ତାହାର ଏକ କପି ରାଜ୍ୟର ନାଗରିକଙ୍କ ଅବଗତ ନିମନ୍ତେ ପ୍ରକାଶ କରୁଛି। ଯଦି ଆବଶ୍ୟକ ପଡେ ତେବେ ରାଜଧାନୀ ଲକ୍ଷ୍ନୌ (Lucknow) ରେ ହୋଡିଂ ଲଗାଇଦେବି। ଏହି ଏତଲା BJPର ହତାଶାର ପ୍ରତୀକ।"