ସଚିନ ପାଇଲଟଙ୍କ ସହ କଥା ହେଲେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ବଡ଼ ନେତା
Advertisement

ସଚିନ ପାଇଲଟଙ୍କ ସହ କଥା ହେଲେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ବଡ଼ ନେତା

ସୋମବାର ସଚିନଙ୍କ ସହ କଂଗ୍ରେସର ୫ ବରିଷ୍ଠ ନେତା କଥା ହୋଇଛନ୍ତି । ଏଥିରେ ରାହୁଲ ଗାନ୍ଧୀ,  ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଲ, ଅହମ୍ମଦ ପଟେଲ ଏବଂ ପି ଚିଦାମ୍ବରମ ସାମିଲ ଅଛନ୍ତି ।

ସଚିନ ପାଇଲଟଙ୍କ ସହ କଥା ହେଲେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ବଡ଼ ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଉପରେ ଯେଉଁ ସଙ୍କଟ ଦେଖାଦେଇଥିଲା ତାହା ଏବେ କମ୍ ହେବାରେ ଲାଗିଛି । ଶହେରୁ ଅଧିକ ବିଧାୟକଙ୍କ ପ୍ୟାରେଡ୍ କରାଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପ୍ରଦେଶାଧ୍ୟକ୍ଷ ସଚିନ ପାଇଲଟଙ୍କୁ ମନାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାର କାରଣ କେହିଁ ଚାହୁଁ ନାହାଁନ୍ତି ଯେ ଦଳରେ ଫାଟ ସୃଷ୍ଟି ହେଉ ।

ସୋମବାର ସଚିନଙ୍କ ସହ କଂଗ୍ରେସର ୫ ବରିଷ୍ଠ ନେତା କଥା ହୋଇଛନ୍ତି । ଏଥିରେ ରାହୁଲ ଗାନ୍ଧୀ,  ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଲ, ଅହମ୍ମଦ ପଟେଲ ଏବଂ ପି ଚିଦାମ୍ବରମ ସାମିଲ ଅଛନ୍ତି । ସମସ୍ତେ ବର୍ତ୍ତମାନ ସଚିନ ପାଇଲଟଙ୍କୁ ଜୟପୁର ଯିବାକୁ କହିଛନ୍ତି । ଯାହା ଦ୍ୱାରା ସ୍ଥାନୀୟ ସ୍ତରରେ ଅଧିକ ଆଲୋଚନା ହୋଇପାରିବ ।

ବାକି ଏବେ ପାଇଲଟ ଛାଡ଼ି ଦିଆଯାଇଛି ଯେ ସେ କଥା ହେବାକୁ ଚାହୁଁଛନ୍ତି କି ନାହିଁ । ଅଶୋକ ଗେହଲଟଙ୍କ ପାୱାର୍ ଶୋ' ପରେ ଏହା ପ୍ରକାଶ ପାଇଛି ଯେ ସଚିନ୍ ପାଇଲଟ୍ ତାଙ୍କ ତରଫରୁ କିଛି ସର୍ତ୍ତ ରଖିଛନ୍ତି ।

ସଚିନ ପାଇଲଟ ଦାବି କରିଛନ୍ତି ଯେ, ସେ ପ୍ରଦେଶ ଅଧ୍ୟକ୍ଷ ପଦ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି । ସେହିପରି ତାଙ୍କର ଚାରିଜଣ ସମର୍ଥକ ବିଧାୟକଙ୍କ ପାଇଁ ମନ୍ତ୍ରୀ ଦାବି କରୁଛନ୍ତି । ଏହା ବ୍ୟତୀତ ସେ ଅର୍ଥ-ଗୃହ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି । ଏହି ପ୍ରସ୍ତାବ ପାଇଁ ଜଣେ ନେତା ମଧ୍ୟ ଜୟପୁର ଯିବେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜେ ଏହି ପ୍ରସଙ୍ଗରେ ସକ୍ରିୟ ହୋଇ ଉଭୟ ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି । ପୂର୍ବରୁ ସଚିନ ପାଇଲଟ ଦାବି କରୁଥିଲେ ଯେ ତାଙ୍କ ସହିତ ୨୫ରୁ ଅଧିକ ବିଧାୟକ ଅଛନ୍ତି । ସେ ଜୟପୁର ଯିବେ ନାହିଁ ।