କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ବରିଷ୍ଠ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ
Advertisement

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ବରିଷ୍ଠ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ

ସିବିଆଇ ଯୌନ ଉତ୍ପୀଡ଼ନ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ଓ ଭେନୁଗୋପାଳଙ୍କ ସମେତ କଂଗ୍ରେସ ବିଧାୟକ ଏପି ଅନିଲ କୁମାର, ସାଂସଦ ହିବି ଇଡେନ, କଂଗ୍ରେସ ସାଂସଦ ଆଡୋର ପ୍ରକାଶ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅବଦୁଲ୍ଲା କୁଟିଙ୍କ ନାମରେ ମାମଲା ରୁଜୁ କରିଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳଙ୍କ ସମେତ ୬ଜଣ ବରିଷ୍ଠ  ରାଜନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି ସିବିଆଇ। ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି।

ସିବିଆଇ ଯୌନ ଉତ୍ପୀଡ଼ନ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ଓ ଭେନୁଗୋପାଳଙ୍କ ସମେତ କଂଗ୍ରେସ ବିଧାୟକ ଏପି ଅନିଲ କୁମାର, ସାଂସଦ ହିବି ଇଡେନ, କଂଗ୍ରେସ ସାଂସଦ ଆଡୋର ପ୍ରକାଶ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅବଦୁଲ୍ଲା କୁଟିଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଅର୍ଥନୈତିକ ଶୋଷଣ, ଦୁର୍ନୀତି ଏବଂ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଦଫା ଲଗାଯାଇଛି।

Also Read: ମୋଦିଙ୍କ ମନ୍ଦିର ତିଆରି କଲେ ବିଜେପି କର୍ମୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୌଣସି ପ୍ରକଳ୍ପ ପ୍ରସଙ୍ଗରେ ଏହି ନେତାମାନଙ୍କୁ ଭେଟିବାକୁ ଯାଇଥିବାବେଳେ ସମସ୍ତେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ଏହି ଦୁର୍ବ୍ୟବହାର ମନ୍ତ୍ରୀଙ୍କ ସରକାରୀ ବାସଭବନ, ବିଧାୟକ ହଷ୍ଟେଲ ଏବଂ ହୋଟେଲ ରୁମରେ ଘଟିଥିବା ନେଇ ମହିଳା ଜଣକ କହିଛନ୍ତି । ମାମଲାରେ ପ୍ରଥମେ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଏହାପରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।