ଜିଏଚଏମସି ନିର୍ବାଚନ: ବିଜେପି ଝଡରେ ହଜିଗଲା ଟିଆରଏସ
Advertisement

ଜିଏଚଏମସି ନିର୍ବାଚନ: ବିଜେପି ଝଡରେ ହଜିଗଲା ଟିଆରଏସ

 ଏହି ନିର୍ବାଚନରେ ଶାସକ ରାଜ୍ୟରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ ମିଳିଛି ଶକ୍ତ ଝଟକା। 

ଜିଏଚଏମସି ନିର୍ବାଚନ: ବିଜେପି ଝଡରେ ହଜିଗଲା ଟିଆରଏସ

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ-ଜିଏଚଏମସି (Greater Hyderabad Municipal Corporation-GHMC) ନିର୍ବାଚନ ୨୦୨୦ ଲାଗି ସରିଛି ଭୋଟ ଗଣତି। ଏହି ନିର୍ବାଚନରେ ଏଥର ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ଶାସକ ରାଜ୍ୟରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ (TRS-Telangana Rashtra Samithi) ମିଳିଛି ଶକ୍ତ ଝଟକା। 

ଗତ ଥର ଜିଏଚଏମସିରେ ନିର୍ବାଚନ ୪ଟି ସିଟ ପାଇଥିବା ବିଜେପି (BJP) ହାତରେ ଲାଗିଛି ଏଥର ୪୯ ଆସନ। ଅନ୍ୟପକ୍ଷରେ ଗତ ନିର୍ବାଚନରେ ​​୯୯ ଟି ଆସନ ଜିତିଥିବା ଶାସକ ଟିଆରଏସ ୫୬ଟି ଆସନ ପାଇ ଏକ ନମ୍ବର ଦଳ ସାବ୍ୟସ୍ତ ହୋଇଛି। ଅନ୍ୟପଟେ ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP)  ଅସାଦୁଦ୍ଦିନ ଓୱେସୀ  (Asaduddin Owaisi) ନେତୃତ୍ୱାଧିନ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ୪୩ଟି ଆସନରେ ବିଜୟୀ ହୋଇଛି। 

ଗତ ଥର ଏଆଇଏମଆଇଏମ ୪୦ରୁ ଅଧିକ ସିଟ୍ ଜିତିଥିଲା। ବିଜୟ ପରେ ବିଜେପି କର୍ମୀ ହାଇଦ୍ରାବାଦରେ ବାଣ ଫୁଟାଇ ଖୁସି ମନାଇଛନ୍ତି। କଂଗ୍ରେସ ଉଧେଇ ପାରିନି। ଦଳ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଛି। ହାଇଦ୍ରବାଦ ନଗର ନିଗମ ନିର୍ବାଚନରେ ୧୧୨୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ମୋଟ ୧୫୦ଟି  ୱାର୍ଡ ପାଇଁ ଡିସେମ୍ବର ୧ ମଙ୍ଗଳବାର  ହୋଇଥିଲା ଭୋଟ ଗ୍ରହଣ। ଚଳିତ ଥର ଅନୁଷ୍ଠିତ ହୋଇଥିବା ଜିଏଚଏମସି ନିର୍ବାଚନରେ ୭୪ ଲକ୍ଷ ୪୪ ହଜାର ୨୬୦ ମତଦାତା ମତଦାନ କରିଥିଲେ। 

Also Read: GHMC Results: ଚାଲିଛି ଭୋଟ ଗଣତି, ଅସ୍ପଷ୍ଟ ରହିଛି ଫଳାଫଳ

ଏଥରର ନିର୍ବାଚନରେ ବିଶେଷ ଫାଇଦା ପାଇଛି ବିଜେପି। ବିଜେପି ସରକାରଙ୍କ କେନ୍ଦ୍ରୀୟ ନେତୃତ୍ୱ ଏହି ନିର୍ବାଚନରେ ​​ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ, ଯାହାର ଫଳ ମଧ୍ୟ ଦଳକୁ ମିଳିଛି। ଏଭଳି ପରିସ୍ଥିତିରେ ହାଇଦ୍ରବାଦ ସାଂସଦ ଓୱେସୀ ଏବଂ ଟିଆରଏସ ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଲାଗି ଏହି ନିର୍ବାଚନ ଜୋରଦାର ଝଟକା ସଦୃଶ୍ୟ ହୋଇଛି। ଉଭୟ ଦଳ ପାଖରୁ କିଛି ଆସନ ସେମାନଙ୍କ ହାତରୁ ଚାଲିଯାଇଛି। ଜିଏଚଏମସି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି  ରାଜ୍ୟର ଗୋସମାହଲ ଆସନର ବିଜେପି ବିଧାୟକ ଟି.ରାଜା ସିଂହ କହିଛନ୍ତି 'ଆମ ସହ ଯିଏ ଲାଗିବ ସେ ଧ୍ୱଂସ ହୋଇଯିବ।