Ghulam Nabi Azad: `ସେମାନେ ମୋ ଉପରକୁ ମିସାଇଲ ମାରିଥିଲେ, ହେଲେ ମୁଁ ରାଇଫଲ ମାଧ୍ୟମରେ ଜବାବ ଦେଲି`
Ghulam Nabi Azad: ମୁଁ ୫୨ ବର୍ଷ ଧରି କଂଗ୍ରେସ କର୍ମକର୍ତ୍ତା ରହିଥିଲି ଏବଂ ରାଜୀବ ଗାନ୍ଧୀଙ୍କୁ ମୋର ଭାଇ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ମୋର ମାଆ ବୋଲି ଭାବିଥିଲି। ତେଣୁ ତାଙ୍କ ବିରୋଧରେ କୌଣସି ଅପଶବ୍ଦ ବ୍ୟବହାର କରିବାକୁ ମୋର ଇଚ୍ଛା ନାହିଁ।
Ghulam Nabi Azad: ଦଳ ଛାଡିବା ପରେ କ୍ରମାଗତ ଭାବେ କଂଗ୍ରେସ ବିରୋଧରେ ବର୍ଷିବାରେ ଲାଗିଛନ୍ତି ଗୁଲାମ ନବୀ ଆଜାଦ। ସଦ୍ୟ କଂଗ୍ରେସ ପକ୍ଷରୁ ଅଣା ଯାଇଥିବା ଅଭିଯୋଗ ଉପରେ ପାଲଟା ଜବାବ ଦେଇ ସେ ତାଙ୍କର ପୁରୁଣା ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ, କଂଗ୍ରେସ ନେତା ମୋ ଉପରେ ମିସାଇଲ ମାଡ଼ କରିଥିଲେ। ହେଲେ ମୁଁ ଏହାର ଜବାବ ଦେବାକୁ ଯାଇ କେବଳ ରାଇଫଲ ସାହାଯ୍ୟରେ ଗୁଳି ଚଳାଇଥିଲି। ଦଳ ଛାଡିବା ପରେ କଂଗ୍ରେସ ସହିତ ତାଙ୍କର ରହିଥିବା ପୁରୁଣା ସମ୍ପର୍କ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ବାବଦରେ ମଧ୍ୟ କହିଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ (Ghulam Nabi Azad) ପାଞ୍ଚ ଦଶନ୍ଧି କାର୍ଯ୍ୟ କରିବା ପରେ ନିକଟ ଅତୀତରେ କଂଗ୍ରେସ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିଲେ। ଗତ ଗୁରୁବାର ଜାମୁ କାଶ୍ମୀରସ୍ଥିତ (Jammu Kashmir) ଭଦ୍ରବାହ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଆଜାଦ କହିଛନ୍ତି ଯେ, ସେମାନେ ମୋ ଉପରେ ମିସାଇଲ ଫିଙ୍ଗିଥିଲା। ହେଲେ ମୁଁ କେବଳ ୩୦୩ ରାଇଫଲ ଯୋଗେ ପାଲଟା ଜବାବ ଦେଇଥିଲି। ଯାହା ଫଳରେ କଂଗ୍ରେସ ନେତା ମୋ ଆଡକୁ ମାଡ଼ କରିଥିବା ମିସାଇଲ ନଷ୍ଟ ହୋଇଯାଇଥିଲା। ଯଦି ମୁଁ ସେମାନଙ୍କୁ ଜବାବ ଦେବାକୁ ଯାଇ ଏକ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କ'ଣ ହୋଇଥାନ୍ତା? ଯଦି ମୁଁ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କଂଗ୍ରେସ (Congress) ଅଦୃଶ୍ୟ ହୋଇ ଯାଇଥାନ୍ତା।
ଜନସଭାକୁ ସମ୍ବୋଧିତ କରିବା ବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister of India) ରାଜୀବ ଗାନ୍ଧୀ (Rajiv Gandhi) ଏବଂ ଇନ୍ଦିରା ଗାନ୍ଧୀଙ୍କ (Indira Gandhi) ବାବଦରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ଏନେଇ ସେ କହିଛନ୍ତି ଯେ, ଯେହେତୁ ମୁଁ ୫୨ ବର୍ଷ ଧରି କଂଗ୍ରେସ କର୍ମକର୍ତ୍ତା (Congress Worker) ରହିଥିଲି ଏବଂ ରାଜୀବ ଗାନ୍ଧୀଙ୍କୁ ମୋର ଭାଇ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ମୋର ମାଆ ବୋଲି ଭାବିଥିଲି। ତେଣୁ ତାଙ୍କ ବିରୋଧରେ କୌଣସି ଅପଶବ୍ଦ ବ୍ୟବହାର କରିବାକୁ ମୋର ଇଚ୍ଛା ନାହିଁ। କଂଗ୍ରେସ ଛାଡିବା ପରେ ଜାମୁ ଠାରେ ତାଙ୍କର ପ୍ରଥମ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଆଜାଦ ନିଜର ରାଜନୈତିକ ଦଳ (Ghulam Nabi Azads New Political Party) ଆରମ୍ଭ କରିବା ବାବଦରେ ଜଣାଇଛନ୍ତି।
Also Read: Ghulam Nabi Azad: DNA ଉପରେ ଆସିଥିବା ପ୍ରଶ୍ନ ଉପର ରଖିଲେ ଜବାବ
ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ ରାଜନୈତିକ ଦଳର ନାମ ସ୍ଥିର କରି ନାହିଁ। ଜାମୁ କାଶ୍ମୀର ଲୋକେ ମୋ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ଦଳ ନାମରେ ହିନ୍ଦୁସ୍ତାନୀ (Hindustani Party) ଶବ୍ଦ ରଖିବି। ଯାହା ଫଳରେ ସମସ୍ତେ ବୁଝିପାରିବେ। ଗତ ୨୦୦୫ ବର୍ଷରୁ ୨୦୦୮ ପର୍ଯ୍ୟନ୍ତ ଜାମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ (Chief Minister of Jammu Kashmir) ପଦରେ ରହିଥିଲେ ଗୁଲାମ ନବୀ ଆଜାଦ।