Ghulam Nabi Azad: ଆଜାଦଙ୍କ 'ମିଶନ କାଶ୍ମୀର' ଆରମ୍ଭ
Advertisement

Ghulam Nabi Azad: ଆଜାଦଙ୍କ 'ମିଶନ କାଶ୍ମୀର' ଆରମ୍ଭ

Mission Kashmir: କଂଗ୍ରେସରୁ କିଛି ଦିନ ତଳେ ବିଦାୟ ନେଇଥିବା ଗୁଲାମ ନବୀ ଆଜାଦ (Ghulam Nabi Azad)ଙ୍କୁ ନେଇ ଗଣମାଧ୍ୟମରେ ଅନେକ ରୋଚକ ଖବର ଆସୁଛି। କାଶ୍ମୀରରେ ସେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ, ଆଜାଦ୍ ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ପାଇଁ ସମର୍ଥନ ସଂଗ୍ରହ କରିବେ।

ସାଂକେତିକ ଫଟୋ

Mission Kashmir: କଂଗ୍ରେସରୁ କିଛି ଦିନ ତଳେ ବିଦାୟ ନେଇଥିବା ଗୁଲାମ ନବୀ ଆଜାଦ (Ghulam Nabi Azad)ଙ୍କୁ ନେଇ ଗଣମାଧ୍ୟମରେ ଅନେକ ରୋଚକ ଖବର ଆସୁଛି। ଏକ ନୂଆ ରାଜନୈତିକ ଦଳ ଘୋଷଣା (New Political Party) କରି ଭାରତ ରାଜନୀତିରେ (Indian Politics) ହଇଚଇ ସୃଷ୍ଟି କରିଥିଲେ। ଆଉ ଏବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ନୂତନ ଯୋଜନାର ସଫଳ ରୂପାୟନ ପାଇଁ ବାହାରି ପଡିଛନ୍ତି। ଏହି ମିଶନ ପାଇଁ ଆସନ୍ତା କାଲି ଜାମ୍ମୁ-କାଶ୍ମୀରରେ ପହଞ୍ଚିବେ ଗୁଲାମ। ସେଠାରେ ସେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ, ଆଜାଦ୍ ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ପାଇଁ ସମର୍ଥନ ସଂଗ୍ରହ କରିବେ। ଆସନ୍ତା କାଲି ଆଜାଦ ତାଙ୍କ ଦଳ ଘୋଷଣା କରିବାର ସମ୍ଭାବନା ବହୁତ କମ୍ । ଏହା ମଧ୍ୟରେ ଆଜାଦଙ୍କ ସମର୍ଥକ ମାନେ ବିଜେପି ଉପରେ ତାଙ୍କ ନେତାଙ୍କୁ ସ୍ୱାଗତ କରିବା ପାଇଁ ଜାମ୍ମୁରେ ଲଗାଯାଇଥିବା ପୋଷ୍ଟର ହଟାଇଥିବା ଅଭିଯୋଗ କରିଛନ୍ତି।

କିସ୍ତଓ୍ବାଡର ଇନ୍ଦରୱାଲ ବିଧାନସଭାର ବିଧାୟକ ଥିବା ଜିଏମ ସରୁରୀ କହିଛନ୍ତି ଯେ, ଗୁଲାମ ନବୀ ଆଜାଦ ୭ ତାରିଖ ପର୍ଯ୍ୟନ୍ତ ଜାମ୍ମୁରେ ରହିବେ। ଏହି ସମୟରେ ସେ ପ୍ରାୟ ଦୁଇଶହ ପଚାଶ ପ୍ରତିନିଧୀଙ୍କୁ ଭେଟିବେ। ସେ କହିଛନ୍ତି ଯେ, ଆଜାଦ ୮ ତାରିଖ ଦିନ ଭଦ୍ରବାହରେ ପହଞ୍ଚିବେ। ସେପ୍ଟେମ୍ବର ୯ ଏବଂ ୧୦ରେ ସେ ଯଥାକ୍ରମେ କିସ୍ତଓ୍ବାଡ ଏବଂ ଛାତ୍ରୁରେ ରାଲି କରିବେ ଓ ୧୧ ତାରିଖ ଦିନ ସେ କିସ୍ତଓ୍ବାଡରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ପରିବାରକୁ ସାକ୍ଷାତ କରିବେ।

ଜିଏମ୍ ସରୁରୀ କହିଛନ୍ତି ଯେ, ଏହାପରେ ଆଜାଦ କାଶ୍ମୀର ଉପତ୍ୟକାର କୁକରନାଗକୁ ଯିବେ ଓ ୧୨ ସେପ୍ଟେମ୍ବରରେ ସେ ଶ୍ରୀନଗର ଯିବେ। ସେପ୍ଟେମ୍ବର ୧୨ରୁ ୧୫ ପର୍ଯ୍ୟନ୍ତ ଆଜାଦ ଶ୍ରୀନଗରରେ ରହିବେ, ଯେଉଁଠାରେ ସେ ପ୍ରାୟ ୧୫୦ ପ୍ରତିନିଧୀ ମଣ୍ଡଳଙ୍କୁ ଭେଟିବେ। ଜିଏମ ସରୁରୀ କହିଛନ୍ତି ଯେ, ଆଜାଦ ରବିବାର ଦିନ ନୂଆ ଦଳ ଲଞ୍ଚ କରିବେ ନାହିଁ କାରଣ ଏହାକୁ ଜାତୀୟ ସ୍ତରରେ ଲଞ୍ଚ କରିବାକୁ ଯୋଜନା କରାଯାଇଛି। ସେ କହିଛନ୍ତି ଯେ, ଆଜାଦ ସେପ୍ଟେମ୍ବର ୧୫ ପରେ ଦିଲ୍ଲୀରେ ବିଭିନ୍ନ ନେତାଙ୍କ ସହ ଏକ ବୈଠକ କରିବେ ଏବଂ ତା’ପରେ ଦଳର ନାମ ଓ ଏହାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯିବ।

ସରୁରୀ କହିଛନ୍ତି ଯେ, ବର୍ତ୍ତମାନ ୨୦ ଜଣ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ସମେତ ପ୍ରାୟ ତିନି ହଜାର ନେତାଙ୍କ ସମର୍ଥନ ରହିଛି। ସେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରର (Jammu-Kashmir) ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ରାଲିକୁ ସଫଳ କରିବା ପାଇଁ ସମର୍ଥକ ମାନେ ଏକଜୁଟ ହୋଇଛନ୍ତି। ସମର୍ଥକ ମାନେ ଦାବି କରିଛନ୍ତି ଯେ, ଆଜାଦଙ୍କ ନୂତନ ଦଳର ଉଦ୍ଦେଶ୍ୟ ହେଉଛି କାଶ୍ମୀରରେ ଜାତି, ଧର୍ମ ନାମରେ ନିର୍ମିତ ପ୍ରାଚିରକୁ ଭାଙ୍ଗିବା। ଏଠାରେ କହିରଖୁଛୁ ଯେ, ଗୁଲାମ ନବୀ ଆଜାଦ ବିବାଦ କାରଣରୁ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଓ ପରେ ଏକ ନୂତନ ଦଳ ଗଠନ କରୁଥିବା ନେଇ ଗଣମାଧ୍ୟମକୁ କହିଥିଲେ।