ଦୁର୍ନୀତି ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ଜବାବ ରଖିଲେ ରାଜ୍ୟପାଳ
Advertisement

ଦୁର୍ନୀତି ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ଜବାବ ରଖିଲେ ରାଜ୍ୟପାଳ

ରାଜନୈତିକ ହିଂସାକାଣ୍ଡ ପରେ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟପାଳ-ମୁଖ୍ୟମନ୍ତ୍ର। 

ଦୁର୍ନୀତି ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ଜବାବ ରଖିଲେ ରାଜ୍ୟପାଳ

କୋଲକାତା: ଥମିବାର ନାଁ ଧରୁନାହିଁ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା। ପ୍ରଥମେ ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଆଉ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ପକ୍ଷ।     

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ତଥା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧି ବିଜେପି (BJP) ଏବଂ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡ଼ଙ୍କୁ (Jagdeep Dhankhar) ଟାର୍ଗେଟ କରିଥିଲେ। 

Also Read: CM ଙ୍କ ପରେ Speaker-MLA ଙ୍କ ଟାର୍ଗେଟରେ West Bengal Governor

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗ ରହିଛି। ସେ ଜଣେ ଭ୍ରଷ୍ଟ ଲୋକ। ଗତ ୧୯୯୬ ମସିହାରେ  ଆସିଥିବା ଜୈନ ହାୱଲା ମାମଲାରେ ତାଙ୍କ ନାଁ ରହିଛି। କେନ୍ଦ୍ର ସରକାର କିପରି ତାଙ୍କୁ ରାଜ୍ୟପାଳ ପଦରେ ରହିବାକୁ କହୁଛନ୍ତି। 

ବିଧାନସଭା ନିର୍ବାଚନ ସରିବା ପରେ ରାଜ୍ୟପାଳ ଉତ୍ତର ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିଲେ। ହେଲେ ଏହା ପଛରେ ରାଜନୈତିକ କାରଣ ରହିଛି। ଉତ୍ତର ପଶ୍ଚିମବଙ୍ଗକୁ ଭାଗ କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ମୋତେ ଏହାର ଆଭାସ ମିଳୁଛି। ରାଜ୍ୟପାଳଙ୍କୁ ହଟାଇବା ପାଇଁ  ମୁଁ କେନ୍ଦ୍ର ସରକାରଙ୍କୁ ଜଣାଇଛି।   

Also Read: Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ରାଜ୍ୟପାଳ କହିଛନ୍ତି ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୈତିକ କୁସ୍ତିଯୁଦ୍ଧ ଚାଲିଛି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି। ରାଜନୈତିକ ହିଂସାକାଣ୍ଡ କାରଣରୁ ଉତ୍ତର ପଶ୍ଚିମବଙ୍ଗରେ ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡି଼ଛି। ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଲାଣି। ହେଲେ ଆପଣ ଏ ଘଟଣାରେ ଚୁପ ରହିଛନ୍ତି। ଆପଣଙ୍କ ଅସୁବିଧା କେଉଁଠି ଅଛି ତାହା ମୋତେ ଜଣା। ହେଲେ ମୁଁ ଏହାକୁ ସାର୍ବଜନୀନ କରିପାରିବି ନାହିଁ। 

Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ମୋ ବିରୁଦ୍ଧରେ ଯେଉଁ ହାୱଲା ମାମଲା ଆସିଛି ସେ ନେଇ ମୋତେ ଚାର୍ଜସିଟ୍ କରାଯାଇନାହିଁ। ଏହାର କୌଣସି ଦସ୍ତାବିଜ ନାହିଁ। ଏ ଘଟଣାରେ ମୁଁ କୌଣସି ଅଦାଲତରୁ ରହିତାଦେଶ ଆଣିନାହିଁ। ମୁଁ କେତେବେଳେ ମୋ ସୀମା ଉଲଂଘନ କରିନାହିଁ। ସବୁବେଳେ ସଂଯମତା ରକ୍ଷା କରିଛି। ମୁଁ କେବଳ ଭାରତୀୟ ସମ୍ବିଧାନ ଆଗରେ ମୁଣ୍ଡ ନୂଆଁଇବି। କେବେ ଆପଣ ଚିନ୍ତା କରିଛନ୍ତି ମୋ ଉପରେ କେତେ ପ୍ରହାନ କରାଯାଇଛି। ମୋ ବାବଦରେ କ'ଣ ନକୁହାଯାଇଛି। କ'ଣ ସମସ୍ତ ସାମ୍ବିଧାନିକ ସଂସ୍ଥାର ବର୍ବାଦୀ ପଶ୍ଚିମବଙ୍ଗ ମାଟିରୁ ଆରମ୍ଭ ହେବ? ଏଥରର ନିର୍ବାଚନରେ ସକକାରଙ୍କୁ ବହୁତ ଜନମତ ମିଳିଛି। ସେମାନେ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ରାଜ୍ୟପାଳ।