ମୁଖ୍ୟମନ୍ତ୍ରୀ ନହେବାରୁ ଭାବୁକ ହୋଇଉଠିଲେ Gujarat ଉପମୁଖ୍ୟମନ୍ତ୍ରୀ; କହିଲେ
Advertisement

ମୁଖ୍ୟମନ୍ତ୍ରୀ ନହେବାରୁ ଭାବୁକ ହୋଇଉଠିଲେ Gujarat ଉପମୁଖ୍ୟମନ୍ତ୍ରୀ; କହିଲେ

ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇ ଏହି ପଦ ପାଇବାରୁ ବଞ୍ଚିତ ହୋଇଥିବା ଗୁଜୁରାଟ ଏବେ ଭାବୁକ ହୋଇଉଠିଛନ୍ତି।

ମୁଖ୍ୟମନ୍ତ୍ରୀ ନହେବାରୁ ଭାବୁକ ହୋଇଉଠିଲେ Gujarat ଉପମୁଖ୍ୟମନ୍ତ୍ରୀ; କହିଲେ

ଗାନ୍ଧୀନଗର: ସେପ୍ଟମ୍ବର ୧୩ ତାରିଖ ସୋମବାର ଗଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୫୯ ବର୍ଷୀୟ ବିଜେପି ନେତା ଭୂପେନ୍ଦ୍ର ପଟେଲ। ଗତ ରବିବାର ସେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ହେଲେ ତାଙ୍କର ଶପଥ ଗ୍ରହଣ ଶେଷ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜ୍ୟନୀତି। 

ଗତ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ ବିଦାୟୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Gujarat Chief Minister) ବିଜୟ ରୂପାଣୀ (Vijay Rupani)। ତାଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ହୋଇଥିବା  ପ୍ରତିଯୋଗୀତାରେ ସାମିଲ ହୋଇଥିଲେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ (Gujarat Deputy Chief Minister) ନୀତିନ ପଟେଲ (nitin patel), କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ (Union Health Minister) ମନସୁଖ ମାଣ୍ଡାଭିୟା (Mansukh Mandaviya), କେନ୍ଦ୍ର ପଶୁପାଳନ ମନ୍ତ୍ରୀ (Union Animal Husbandry Minister) ପୁରୁଷୋତ୍ତମ ରୂପାଲା (Parshottam Rupala)।

ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପ୍ରତିକ୍ରିୟା ରଖି ଗତକାଲି ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଥିଲେ ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିବା ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହେଉଛି। ହେଲେ ଏ ପ୍ରସଙ୍ଗରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ। ଦଳର ଏପରି ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ଦରକାର ଯିଏକି ଅଭିଜ୍ଞ ହୋଇଥିବା ସହ ସମସ୍ତଙ୍କୁ ସାଥିରେ ନେଇ ଚାଲି ପାରୁଥିବା ଆବଶ୍ୟକ। ହେଲେ ସମସ୍ତଙ୍କୁ ଚମକାଇ ରାଜ୍ୟର ଘାଟଲୋଡି଼ଆ ବିଧାନସଭା ଆସନର (Ghatlodia Assembly Constituency) ବିଧାୟକ ଭୂପେନ୍ଦ୍ର ପଟେଲ (MLA Bhupendra Patel) ମୁଖ୍ୟମନ୍ତ୍ରୀ ଗାଦି ହାତେଇବାରେ ସଫଳ ହୋଇଛନ୍ତି। 

Also Read: Gujarat CM ଭାବେ ଶପଥ ନେଲେ Bhupendra Patel; ଦୁଇ ଦିନ ପରେ ହେବ ମନ୍ତ୍ରୀମଣ୍ଡଳ ଗଠନ

ହେଲେ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବା ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଭାବୁକ ହୋଇଉଠିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଥିଲେ ଦଳୀୟ କର୍ମକର୍ତ୍ତା ଭାବେ ମୋ ଦଳ ବିଜେପି ମୋ ପାଇଁ ଅନେକ କିଛି କରିଛି। ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ମୁଁ ବିଚଳିତ ନୁହେଁ। ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଘାଟଲୋଡି଼ଆ ବିଧାୟକ ଭୂପେନ୍ଦ୍ର ପଟେଲ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।

ଏହି ଭେଟଘାଟ ଉପରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ତାଙ୍କୁ ଧନ୍ୟବାଦ ଜଣାଇଛି। ସେ ହେଉଛନ୍ତି ଆମର ପୁରୁଣା ପାରିବାରିକ ବନ୍ଧୁ। ଯେତେବେଳେ ଆବଶ୍ୟକ ହୁଏ ସେ ମୋର ପରାମର୍ଶ ମାଗିଛନ୍ତି। ଦଳରେ ମୋତେ କୌଣସି ପଦ ମିଳିବ ନାଁ ନାହିଁ ସେ ନେଇ ମୁଁ ବ୍ୟସ୍ତବିବ୍ରତ ନୁହେଁ। ହେଲେ ମୁଁ ଦଳର ସେବା କରିବା ଜାରି ରଖିବି। ମୋତେ  ଯେତେବେଳେ ୧୮ ବର୍ଷ ହୋଇଥିଲା ମୁଁ ସେବେଠାରୁ ଦଳ ପାଇଁ କାର୍ଯ୍ୟ କରିଆସୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବି।