ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି
Advertisement

ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି

Gujarat Municipal Election Results 2021: ଗାନ୍ଧୀନଗର ସମେତ ୩ଟି ପୌରସଂସ୍ଥାରେ BJP ର ବାଜିମାତ୍, ସେପଟେ ଦେବଭୂମି-ଦ୍ୱାରକା ଜିଲ୍ଲାର ଭାନୱଡ ପୌରସଂସ୍ଥାକୁ ବିଜେପିଠୁ ଛଡ଼ାଇ ନେଲା Congress ।

ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି

ନୂଆଦିଲ୍ଲୀ: Gujarat Municipal Election Results 2021:  ଭାରତୀୟ ଜନତା ପାର୍ଟି (BJP) ମଙ୍ଗଳବାର ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏମସି) (Gandhinagar Municipal Corporation-GMC) ରେ ନିଜର କ୍ଷମତା ବଜାୟ ରଖିଛି ଓ ଅନ୍ୟ ଦୁଇଟି ପୌରସଂସ୍ଥାରେ ମଧ୍ୟ ବିଜୟ ହାସଲ କରିଛି । ସେପଟେ କଂଗ୍ରେସ (Congress) ଦେବଭୂମି-ଦ୍ୱାରକା ଜିଲ୍ଲାର ଭାନୱଡ ପୌରପାଳିକାକୁ ବିଜେପି (BJP) ଠାରୁ ଛଡ଼ାଇ ନେଇଛି । ଜିଏମସିରେ ଭୋଟ୍ ଗଣନା ମଙ୍ଗଳବାର ସକାଳ ୯ଟାରୁ ଆରମ୍ଭ ହେବା ପରଠାରୁ ବିଜେପି ଆଗୁଆ ରହିଥିଲା । ଶେଷରେ କଂଗ୍ରେସ (Congress) ଓ ଆମ୍ ଆଦମୀ ପାର୍ଟି (AAP) କୁ ବିପୁଳ ବ୍ୟବଧାନରେ ବିଜେପି (BJP) ମାତ୍ ଦେଇଛି । 

ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କହିଛନ୍ତି ଯେ ସମଗ୍ର ଗୁଜୁରାଟ ଓ ଗାନ୍ଧିନଗର ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ଗୁଜୁରାଟ ଓ ବିଜେପି (BJP) ର ଲୋକଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ନିଶ୍ଚିତ କରୁଛି । ଆମକୁ ବାରମ୍ବାର ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ । ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିଥିବାରୁ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ।

ଏଥି ସହ ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) କହିଛନ୍ତି ଯେ ଗାନ୍ଧୀନଗର ମ୍ୟୁନିସିପାଲିଟି କର୍ପୋରେସନ୍ ତଥା ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ଉପ-ନିର୍ବାଚନରେ ​​ବିଜେପିର ଏହି ବୃହତ ବିଜୟ ଦର୍ଶାଉଛି ଯେ ବିଜେପି ସରକାରଙ୍କ ବିକାଶ ଭିତ୍ତିକ ତଥା ଗରିବ କଲ୍ୟାଣ ନୀତିରେ ଗୁଜରାଟର ଲୋକଙ୍କ ବିଶ୍ୱାସ ରହିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ମୁଁ ଲୋକମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସମେତ ସମଗ୍ର କ୍ୟାବିନେଟକୁ ବଦଳାଇବା ପରେ ଜିଏମସି ନିର୍ବାଚନ ବିଜେପି ପାଇଁ ଏକ ପରୀକ୍ଷା ଭାବରେ ଦେଖାଯାଉଥିଲା । ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ନିଗମ ନିର୍ବାଚନରେରେ ​​ମଧ୍ୟ ଦଳ ଜିତିଥିଲା ।

GMC ଫଳାଫଳ

ରାଜ୍ୟ ନିର୍ବାଚନ କମିଶନର (ସିଏସି) ଦ୍ୱାରା ପ୍ରକାଶିତ ଅନ୍ତିମ ଆକଳନ ଅନୁଯାୟୀ, ଜିଏମସିରେ ଥିବା ୪୪ଟି ଆସନ ମଧ୍ୟରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨ଟି ଏବଂ ଆପ୍ ଗୋଟିଏ ଆସନ ଜିତିଛି । ଅନ୍ୟ ୩ଟି ଦେବଭୂମି-ଦ୍ୱାରକା ଜିଲ୍ଲାର ଓଖା, ଭାନୱଡ ଏବଂ ବନାସକାଣ୍ଠା ଜିଲ୍ଲାର ଥାରା ପୌରସଂସ୍ଥା ପାଇଁ ମଧ୍ୟ ମତଗଣନା ହୋଇଥିଲା ।

ଭୋଟ ଗଣତି ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ପ୍ରକାଶିତ ଅନ୍ତିମ ଆକଳନ ଅନୁଯାୟୀ, ବିଜେପି ଥାରାରେ ଥିବା ୨୪ଟି ଆସନ ମଧ୍ୟରୁ ୨୦ଟି ଜିତିଥିବାବେଳେ କଂଗ୍ରେସ ୪ଟି ପାଇଛି । ଅନ୍ୟପକ୍ଷରେ, ଓକା ମ୍ୟୁନିସିପାଲିଟିର ୩୬ଟି ଆସନ ମଧ୍ୟରୁ ୩୪ଟି ଜିତି ବିଜେପି ନିଜର କ୍ଷମତା ବଜାୟ ରଖିଥିବା ବେଳେ ବାକି ଦୁଇଟି ଆସନ କଂଗ୍ରେସକୁ ଯାଇଛି ।

ଭାନୱଡରେ ବିଜେପିକୁ ଝଟକା

ତେବେ ଭାନୱଡରେ ବିଜେପିକୁ ଏକ ଝଟକା ଲାଗିଛି । ଏଠାରେ କଂଗ୍ରେସ ୨୪ଟି ଆସନ ମଧ୍ୟରୁ ୧୬ଟି ଜିତିଛି ଓ ବିଜେପି ମାତ୍ର ୮ଟି ସିଟ୍ ପାଇଛି । ୧୯୯୫ରୁ ଭାନୱଡ ବିଜେପି ଦଖଲରେ ଥିଲା ।

ଅଧିକ ପଢ଼ନ୍ତୁ:-ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା

ଅଧିକ ପଢ଼ନ୍ତୁ:-୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ମହଙ୍ଗା ଭତ୍ତାର ଲାଭ

ଅଧିକ ପଢ଼ନ୍ତୁ:-୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ