Gujurat Local Body Election: Godhra ପୌରପାଳିକାରେ ଖାତା ଖୋଲିଲା AIMIM
Advertisement

Gujurat Local Body Election: Godhra ପୌରପାଳିକାରେ ଖାତା ଖୋଲିଲା AIMIM

ଭରୁଚ ଜିଲ୍ଲାରେ ଅବସ୍ଥିତ ଆଙ୍କଲେଶ୍ୱର ପୌରପାଳିକାର ମୋଟ ୩୬ ଆସନରୁ ବିଜେପି ୧୯ ଆସନ ହାତେଇଛି।

Gujurat Local Body Election: Godhra ପୌରପାଳିକାରେ ଖାତା ଖୋଲିଲା AIMIM

ନୂଆଦିଲ୍ଲୀ: ମହାନଗର ନିଗମ ପରେ ଗୁଜୁରାଟରେ ଅନୁଷ୍ଠିତ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ନିର୍ବାଚନରେ ଜବରଦସ୍ତ ସଫଳତା ହାତେଇଛି ଶାସକ ବିଜେପି। ଅନ୍ୟପଟେ ରାଜ୍ୟର ଗୋଧ୍ରା ପୌରପାଳିକା ଅଧିନସ୍ଥ ୬ ନମ୍ବର ୱାର୍ଡରେ ବାଦିମାତ କରିଛି ଏଆଇଏମଆଇଏମ। ପୂର୍ବରୁ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ହୋଇଥିବା ନଗର ନିଗମ ନିର୍ବାଚନରେ ପାଇଥିବା ସଫଳତାକୁ ଏଥର ଦୋହରାଇଛି ବିଜେପି।           

ରାଜ୍ୟର ୩୧ ଜିଲ୍ଲା ପଞ୍ଚାୟତରୁ ୧୮ଟିରେ ବାଜିମାତ କରିଛି ବିଜେପି। ଯେଉଁ ଜିଲ୍ଲା ପଞ୍ଚାୟତକୁ ରାଜ୍ୟରେ କ୍ଷମତାସୀନ ବିଜେପି ଅକ୍ତିଆର କରିଛି ତାହା ହେଉଛି ଅହମ୍ମଦାବାଦ, ପୋରବନ୍ଦର, ଜୁନଗଡ, ଅମରେଲି, ନବସାରୀ, ଭାଲସାଦ, ସୁରଟ, ଦ୍ୱାରକା, ଗିର ସୋମନାଥ, ବୋଟାଡ ଆଣ୍ଡ ଆରାଭାଲ୍ଲି, କଚ୍ଛ, ରାଜକୋଟ, ଆନନ୍ଦ, ଭଦୋଦରା, ତାପି ଏବଂ ନର୍ମଦା।           

Also Read: କଂଗ୍ରେସକୁ ଝଟକା: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

 

ଅମରେଲି ଜିଲ୍ଲା ପଞ୍ଚାୟତ ଯାହା ବିରୋଧି ଦଳ ନେତା ପରେଶ ଧାନ୍ନୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ସେଠାରେ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି। ବିଜେପି ଭାଲସାଦ ଜିଲ୍ଲାର ଉମରଗାମ ପୌରପାଳିକାରେ ୨୧ଟି ଆସନ ଜିତିଛି।  ସେହିପରି ଭାଲସାଦ ଜିଲ୍ଲା ପଞ୍ଚାୟତର ୩୮ଟି ଆସନରୁ ୧୮ଟି ହାତେଇଛି। ଭରୁଚ ମୁନିସିପାଲିଟିର ମୋଟ ୪୪ ୱାର୍ଡରୁ ବିଜେପି ୧୨ ଏବଂ କଂଗ୍ରେସ ୮ ଆସନ ହାତେଇଛି।       

ଭରୁଚ ଜିଲ୍ଲାରେ ଅବସ୍ଥିତ ଆଙ୍କଲେଶ୍ୱର ପୌରପାଳିକାର ମୋଟ ୩୬ ଆସନରୁ ବିଜେପି ୧୯ ଆସନ ହାତେଇଛି। ବିଜେପି ୩୫୮, କଂଗ୍ରେସ ୯୪, ଆପ  ୪ଟି ତାଲୁକ ପଞ୍ଚାୟତ ଆସନ ଜିତିଛନ୍ତି। ସେହିପରି ଗାନ୍ଧୀନଗର ଠାରେ ଉଭୟ ବିଜେପି-କଂଗ୍ରେସ ଗୋଟିଏ ଲେଖାଁଏ ତାଲୁକା ପଞ୍ଚାୟତ ଜିତିଛନ୍ତି।  ସେହିପରି ବିଜେପି ୧୩ ଏବଂ କଂଗ୍ରେସ ୨ ତହସିଲ ପଞ୍ଚାୟତ ଜିତିଛନ୍ତି।  

Also Read: ଆଗକୁ ଉପନିର୍ବାଚନ, ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା

ଏହି ନିର୍ବାଚନରେ ଶାସକ ବିଜେପି ୮୧୬୧, କଂଗ୍ରେସ ୭୭୭୮, ଆମ ଆଦମୀ ପାର୍ଟି ୨୦୯୦ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ପ୍ରଥମ ଥର ଲାଗି  ଏହି ନିର୍ବାଚନରେ ଏଆଇଏମଆଇଏମ (AIMIM) ପ୍ରତିଦ୍ୱନ୍ଦ୍ୱିତା କରିଛି। ଗୋଧ୍ରା, ମୋଦାସା, ଭରୁଚ ଆଦି ନଗର ପାଳିକାରେ ଯେଉଁଠି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ସେଠାରେ ଏହି ଦଳର ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୫୪ ହଜାର ହୋମଗାର୍ଡ,  ୪୪ ହଜାର ପୋଲିସ ନିୟୋଜିତ ହୋଇଥିଲେ।             

ଗୁଜୁରାଟ ରାଜ୍ୟ ନିର୍ବାଚନ ଆୟୋଗ ଅନୁସାରେ ରାଜ୍ୟରେ ନିର୍ବାଚନ ପ୍ରାୟତ୍ତ ଶାନ୍ତିପୂର୍ଣ୍ଣ ଉପାୟରେ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ହାରାହାରି ଭାବେ ୬୩.୭୪% ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୮୪୭୩ ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୮୧ଟି ନଗରପାଳିକାର ୨୭୨୦, ୩୧ ଜିଲ୍ଲା ପଞ୍ଚାୟତର ୯୮୦, ୨୩୧ ତାଲୁକ ପଞ୍ଚାୟତର ୪୭୭୩ ଆସନ ଲାଗି ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ୨୩୭ ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ପ୍ରାର୍ଥୀ।