• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

'ଜିହାଦ'ର ନୂଆ ସଂଜ୍ଞା ଦେଲେ ହିମନ୍ତ ବିଶ୍ୱ ଶର୍ମା, ହିନ୍ଦୁ-ମୁସଲମାନଙ୍କ ପାଇଁ ସମାନ ଆଇନ ଆଣିବାକୁ କଲେ ପ୍ରତିଜ୍ଞା

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) କହିଛନ୍ତି, "କେବଳ ମୁସଲମାନ ପୁଅ ହିନ୍ଦୁ ଝିଅକୁ ବିବାହ କରିବା ଲଭ ଜିହାଦ ନୁହଁ, ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହି ବିବାହ ମଧ୍ୟ ଜିହାଦ (Jihad) ।

'ଜିହାଦ'ର ନୂଆ ସଂଜ୍ଞା ଦେଲେ ହିମନ୍ତ ବିଶ୍ୱ ଶର୍ମା, ହିନ୍ଦୁ-ମୁସଲମାନଙ୍କ ପାଇଁ ସମାନ ଆଇନ ଆଣିବାକୁ କଲେ ପ୍ରତିଜ୍ଞା
ଫାଇଲ ଫଟୋ

ନୂଆଦିଲ୍ଲୀ:  ଲଭ୍ ଜିହାଦ୍ ଏବେ ଏକ ଚର୍ଚ୍ଚିତ ବିଷୟ ପାଲଟିଛି। ଏହା ବିରୁଦ୍ଧରେ ବିଭିନ୍ନ ରାଜ୍ୟରେ ଆଇନ ମଧ୍ୟ ତିଆରି ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କିନ୍ତୁ 'ଜିହାଦ' ଶବ୍ଦର ସଂଜ୍ଞାକୁ ଏକ ନୂତନ ଢଙ୍ଗରେ ବାଖ୍ୟା କରିଛନ୍ତି। ସେ ଶନିବାର କହିଛନ୍ତି ଯେ, ଜଣେ ହିନ୍ଦୁ କନ୍ୟାକୁ ମିଛ କହି ଜଣେ ହିନ୍ଦୁ ପୁରଷ ବିବାହ କରିବା ମଧ୍ୟ ଜିହାଦ। ତେଣୁ ରାଜ୍ୟ ସରକାର ଏହା ବିରୋଧରେ ଖୁବଶୀଘ୍ର ଆଇନ ଆଣିବେ।

ଏକ ଗଣମାଧ୍ୟମ ସମ୍ମିଳନୀରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) କହିଛନ୍ତି, "କେବଳ ମୁସଲମାନ ପୁଅ ହିନ୍ଦୁ ଝିଅକୁ ବିବାହ କରିବା ଲଭ ଜିହାଦ ନୁହଁ, ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହି ବିବାହ ମଧ୍ୟ ଜିହାଦ (Jihad) । ସେଥିପାଇଁ ମୁଁ ଜିହାଦ ଶଦ୍ଦ ବ୍ୟବହାର କରିବାକୁ ଚାହେଁ ନାହିଁ। ଆମେ ମିଛ କହି କରାଯାଉଥିବା ବିବାହ ବିରୋଧରେ ଆଇନ ଆଣିବୁ। ହିନ୍ଦୁତ୍ୱ ଏକ ଜୀବନ ଶୈଳୀ ଏବଂ ଅଧିକାଂଶ ଧର୍ମର ଅନୁଗାମୀମାନେ ନିଜକୁ ହିନ୍ଦୁ (Hindu) ଙ୍କ ବଂଶଧର ବୋଲି ଦାବି କରିଛନ୍ତି। ହିନ୍ଦୁତ୍ୱ ୫ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ଏହାକୁ ବନ୍ଦ କରାଯାଇପାରିବ ନାହିଁ।"

Also Read: ମହାମାରୀର ତୃତୀୟ ଲହର ଆଶଙ୍କା; କେନ୍ଦ୍ର ଆଲର୍ଟ, ଫୋକସରେ ଏହି ୮ ରାଜ୍ୟ

ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି, "ଆମେ ପ୍ରାୟ ସମସ୍ତେ ହିନ୍ଦୁଙ୍କ ବଂଶଧର। ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ମଧ୍ୟ ହିନ୍ଦୁମାନଙ୍କଠାରୁ ଆସିଛନ୍ତି।" ଲଭ୍ ଜିହାଦ୍ (Love Jihad) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି ଯେ, ଜଣେ ମହିଳାଙ୍କୁ ଠକିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ହିନ୍ଦୁ କିମ୍ବା ମୁସଲମାନ କୌଣସି ମହିଳାଙ୍କୁ ପ୍ରତାରଣା ସରକାର ବରଦାସ୍ତ କରିବେ ନାହିଁ। ଆମ ଭଉଣୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ଏଭଳି ଅପରାଧୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଆସାମ ନିର୍ବାଚନ (Assam Election) ଇସ୍ତାହାରରେ ଲଭ୍ ଜିହାଦ ବିରୋଧି ଆଇନ ଆଣିବାକୁ ବିଜେପି ଘୋଷଣା କରିଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଗୋ ରକ୍ଷା ଆଇନ ତାପରେ ୨ ସନ୍ତାନ ପଲିସି ଓ ପରେ ଲଭ୍ ଜିହାଦ୍ ବିରୋଧରେ ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଲଭ ଜିହାଦ୍ ଆଇନ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଠାରେ ସମାନଭାବେ ଲାଗୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି