ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ ଆଜି ଜେଡିୟୁରେ ମିଶିଛନ୍ତି । ଫଳରେ ବିହାରରେ ବିରୋଧୀ ଦଳର ଭୂମିକା ତୁଲାଉଥିବା ଆରଜେଡିକୁ ଶକ୍ତ ଧକ୍କା ଲାଗିଛି ।
Trending Photos
)
ପାଟନା: ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ ଆଜି ଜେଡିୟୁରେ ମିଶିଛନ୍ତି । ଫଳରେ ବିହାରରେ ବିରୋଧୀ ଦଳର ଭୂମିକା ତୁଲାଉଥିବା ଆରଜେଡିକୁ ଶକ୍ତ ଧକ୍କା ଲାଗିଛି । ତେବେ ଏନେଇ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଗ କରିଛନ୍ତି ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଗଠନମୂଳକ କାର୍ଯ୍ୟ କରିଛନ୍ତି ବୋଲି କଟାକ୍ଷ କରିଛନ୍ତି ତେଜସ୍ୱୀ ।
ତେଜସ୍ୱୀ କହିଛନ୍ତି, ମୁଁ ଏନେଇ ନୀତୀଶ ଜୀଙ୍କୁ ଶୁଭେଚ୍ଛା ଜଣାଉଛି । ସେ ଏକ ଗଠନମୂଳକ କାର୍ଯ୍ୟ କରିଛନ୍ତି । ତେବେ ନୀତୀଶଙ୍କ ଏପରି କାମରେ ବିହାର ଲୋକଙ୍କର କୌଣସି ଲାଭ ହେବ ନାହିଁ । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ହିଁ ଲାଭ ହେବ ବୋଲି କହିଛନ୍ତି ତେଜସ୍ୱୀ । ସେହିପରି ଗତ ୩ ମାସ ହେଲା ଦେଶ କୋରୋନା ମୁକାବିଲା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାମରେ ଲିପ୍ତ ଥିଲେ ବୋଲି ତେଜସ୍ୱୀ କହିଛନ୍ତି ।
I congratulate Nitish Ji, he has done a constructive work. Although this will be of no good for the people of Bihar, it will benefit him. Bihar CM was engaged in this work by staying at home for 90 days: Tejashwi Yadav, Rashtriya Janata Dal (RJD) leader on 5 RJD MLCs joining JDU pic.twitter.com/0BxsV0UMMe
— ANI (@ANI) June 23, 2020
ସୂଚନାଯୋଗ୍ୟ, ବିହାର ବିଧାନ ପରିଷଦରେ ଆରଜେଡିର ୮ ଜଣ ସଦସ୍ୟ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୫ ଜଣ ଦଳରୁ ଇସ୍ତଫା ଦେଇ ଜେଡିୟୁରେ ମିଶିଛନ୍ତି । ଫଳରେ ବିଧାନ ପରିଷଦରେ ଜେଡିୟୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ତେବେ ଆରଜେଡ଼ିରୁ ଇସ୍ତଫା ପ୍ରଦାନ କରିଥିବା ସଦସ୍ୟଙ୍କ ମଧ୍ୟରେ କମଲ ଆଲମ, ସଞ୍ଜୟ ପ୍ରସାଦ, ରାଧା ଚରଣ ସେଠ, ଦିଲ୍ଲୀପ ରାୟ, ରଣବିଜୟ ସିଂହ ରହିଛନ୍ତି ।