NRC ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଉଛି TMC: BJP
Advertisement

NRC ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଉଛି TMC: BJP

ଭଗବାନ ବିଜେପି ଏବଂ ଗୋର୍ଖାଙ୍କୁ ଭାଇ ଭାଇ ଭଳି ଗଠନ କରିଛନ୍ତି।

NRC ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଉଛି TMC: BJP

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ରବିବାର ଠାରୁ ପଞ୍ଚମ ପର୍ଯ୍ୟାୟ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହିକ୍ରମରେ ସୋମବାର ସେ କାଲିମପୋଙ୍ଗ ରୋଡ ଶୋ କରିଛନ୍ତି। ଏହା ସହିତ ସେ ସିଲିଗୁଡି ଠାରେ ଅନ୍ୟ ଏକ ରୋଡ ଶୋ କରିବା ସହ ଉତ୍ତର ଦିନାଜପୁର ଏବଂ ହେମାତବାଦ ଠାରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବେ। 

ଏପ୍ରିଲ ୧୨ ତାରିଖ ସୋମବାର କାଲିମପୋଙ୍ଗ (Kalimpong) ଠାରେ ଆୟୋଜିତ ହୋଇଉଥିବା ଦଳୀୟ ରୋଡ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ତାରକା ପ୍ରଚାରକ (BJP Star Campaigner) ତଥା କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah) ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା-ଏନଆରସି (National Register of Citizens-NRC) ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱୀ ଟିଏମସି (TMC) ବିରୁଦ୍ଧରେ ବର୍ଷିଛନ୍ତି।  

Also Read: 'ପଶ୍ଚିମବଙ୍ଗରୁ ମେ ୨ ତାରିଖରେ ଧୂମଧାମରେ ବିଦାୟ ନେବେ ଦିଦି'

ଏନେଇ ସେ କହିଛନ୍ତି ଏନଆରସି ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଉଛି ଟିଏମସି। ଏପରିକି କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୁଦ୍ଧରେ ଅପପ୍ରଚାର କରୁଛି। ଏହାର କୌଣସି ପ୍ରଭାବ ଗୋର୍ଖା ସମ୍ପ୍ରଦାୟର (Gorkha Community) ଲୋକଙ୍କ ଉପରେ ପଡିବ ନାହିଁ। ଯଦିଓ ଏନଆରସି ଆସିବ ହେଲେ ଏହି ତାଲିକାରୁ କୌଣସି ଜଣେ ହେଲେ ମଧ୍ୟ ଗୋର୍ଖା ବାଦ ପଡିବେ ନାହିଁ।    

Also Read: 'ବଞ୍ଚି ପାରିବେ ନାହିଁ ଟିଏମସି ଗୁଣ୍ଡା, ପାତଳରୁ ଖୋଜି ଦିଆଯିବ ସଜ୍ଜା'

 

ବେଶ ଲମ୍ବା ସମୟ ଧରି କାଲିମପୋଙ୍ଗ ଉପେକ୍ଷିତ ହୋଇ ରହିଥିଲା। ୧୯୮୬ ମସିହାରେ ରାଜ୍ୟରେ କ୍ଷମତାସୀନ ସିପିଏମ ନେତୃତ୍ୱାଧିନ ବାମପନ୍ଥୀ ସରକାର ଏଠାକାର ଲୋକଙ୍କୁ ଶୋଷଣ କରିଥିଲେ। ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବା ଲାଗି ସେହି ବର୍ଷ ହୋଇଥିବା ଆନ୍ଦୋଳନରେ (Gorkhaland Movement 1986) ୧୨ ଶହରୁ ଉର୍ଦ୍ଧ୍ୱ ଗୋର୍ଖାଙ୍କ ମୃତ୍ୟୁ ହୋଇଥିଲା। ବାମପନ୍ଥୀଙ୍କ ପରେ ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠିତ ହେବା ପରେ ଗୋର୍ଖା ସମ୍ପ୍ରଦାୟର ଲୋକଙ୍କୁ ନ୍ୟାୟ ମିଳିପାରି ନଥିଲା। ମାତ୍ର ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅନ୍ୟାୟର ଯାଞ୍ତ ସ୍ୱତନ୍ତ୍ର  ତଦନ୍ତକାରୀ ଦଳ ଦ୍ୱାରା କରାଯିବ। ଯେଉଁମାନେ ଗୋର୍ଖାଙ୍କ ବିରୁଦ୍ଧରେ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଜେଲ ପଠାଯିବ।      

Also Read: WB Assembly Election 2021: ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଚାଣକ୍ୟ-ଦିଦି

 

ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗୋର୍ଖା-ବିଜେପି ଗଠବନ୍ଧନ (BJP-Gorkha) ଇଶ୍ୱର ଗଠନ କରିଛନ୍ତି। ଭଗବାନ ବିଜେପି ଏବଂ ଗୋର୍ଖାଙ୍କୁ ଭାଇ ଭାଇ ଭଳି ଗଠନ କରିଛନ୍ତି। ପଶ୍ଚିମବଙ୍ଗକୁ ଶାସନ କରିଥିବା ଟିଏମସି, କଂଗ୍ରେସ, ବାମପନ୍ଥୀ ଆଦି ଦଳର ସରକାର ଗୋର୍ଖା ଲୋକଙ୍କ ବଳିଦାନକୁ ଭୁଲି ଯାଇଛନ୍ତି। ହେଲେ ମୋର ଗୋର୍ଖା ଭାଇ ଦେଶର ସୁରକ୍ଷା ଲାଗି ସବୁବେଳେ ପ୍ରାଣ ବଳୀ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।