ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ
Advertisement

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ

India TV Opinion Poll 2022: ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଅଛି । ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୨୧ଟି ଆସନ ମଧ୍ୟରୁ ୮ଟି ଜିତିଛି ।

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: India TV Opinion Poll 2022: ଆଗାମୀ ଲୋକସଭା ନିର୍ବାଚନ ପ୍ରାୟ ୨ ବର୍ଷ ପରେ ଅନୁଷ୍ଠିତ ହେବ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ହେବ । ତେବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା ଓ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏସବୁ ଭିତରେ ପ୍ରଶ୍ନ ଉଠିଛି ଯେ ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ ତେବେ ଓଡ଼ିଶାରେ ବିଜେପି କେତେ ଆସନ ଜିତିବ? ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ଦ୍ୱାରା ଏହି ସର୍ଭେ କରାଯାଇଛି । ଏହି ସର୍ଭେରେ ଅନେକ ପ୍ରଶ୍ନ ପଚରାଯାଇଛି । ଆସନ୍ତୁ ଜାଣିବା ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବା ବିଜେପିକୁ କେତେ ଲାଭ ନା କ୍ଷତି ହେବ ।

ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଅଛି । ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୨୧ଟି ଆସନ ମଧ୍ୟରୁ ୮ଟି ଜିତିଛି । ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ଆସନ ବିଜେପି ଜିତିପାରେ । ଅନ୍ୟପକ୍ଷରେ ବିଜୁ ଜନତା ଦଳ ୮ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସ ୨ଟି ଆସନ ହାସଲ କରିପାରେ ବୋଲି ସର୍ଭେରେ ଅନୁମାନ କରାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧ଟି ଜିତିବାରେ ସଫଳ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୮ଟି ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି ।

ଏହା ବି ପଢ଼ନ୍ତୁ:-ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତାଙ୍କ ଘରୁ ମିଳିଲା ସେକ୍ସ ଟୟ!

ଏହା ବି ପଢ଼ନ୍ତୁ:-ଗାଡ଼ିରେ କମ୍ ପେଟ୍ରୋଲ ଥିବାରୁ ଟ୍ରାଫିକ ପୋଲିସ କାଟିଲା ଚାଲାଣ, ଡ୍ରାଇଭର ବି ଆଶ୍ଚର୍ଯ୍ୟ; ଫେସବୁକରେ ପୋଷ୍ଟ କଲେ ସ୍ଲିପ୍

ଏହା ବି ପଢ଼ନ୍ତୁ:-ପାକିସ୍ତାନରେ କ'ଣ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ ଗତ ୭୨ ଘଣ୍ଟାର ପୂରା ଘଟଣାକ୍ରମ

ଇଣ୍ଡିଆ ଟିଭି ସର୍ଭେରେ କୁହାଯାଇଛି ଯେ, ଦେଶର ୪୮ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏଥି ସହିତ ୧୧ ପ୍ରତିଶତ ଲୋକ ଏହି ପଦରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୮ ପ୍ରତିଶତ ଲୋକ ପସନ୍ଦ କରନ୍ତି । ୭ ପ୍ରତିଶତ ଲୋକ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରନ୍ତି । ୬ ପ୍ରତିଶତ ମାୟାବତୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମନେ କରୁଥିବାବେଳେ ୬ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି । ଏଥି ସହିତ, AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଦୌଡ଼ରେ ବହୁ ପଛରେ ଦେଖିବାକୁ ମିଳିଛି । ୪ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରିଛନ୍ତି । ନୀତିଶ କୁମାରଙ୍କୁ ୪ ପ୍ରତିଶତ, କେ ଚନ୍ଦ୍ରଶେଖର ରାଓଙ୍କୁ ୩ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ୨ ପ୍ରତିଶତ ଲୋକ ପିଏମ ପଦ ପାଇଁ ପସନ୍ଦ କରିଛନ୍ତି ।