ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ
Advertisement

ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ଜାତୀୟ ଟିଭି ଚ୍ୟାନେଲ ଆଜତକ କାର୍ଭି ଇନ୍ସାଇଟ୍ସ ସହିତ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଦେଶର ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କୁ ସବୁଠାରୁ ଲୋକପ୍ରିୟ ସିଏମ୍ ବୋଲି କହିଛନ୍ତି ।

ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶ ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଜାଣିବା ଏବଂ ବୁଝିବା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଉଛି । ଏହି କ୍ରମରେ ଆଉ ଏକ ଜାତୀୟ ଟିଭି ଚ୍ୟାନେଲ ଆଜତକ କାର୍ଭି ଇନ୍ସାଇଟ୍ସ ସହିତ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଦେଶର ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କୁ ସବୁଠାରୁ ଲୋକପ୍ରିୟ ସିଏମ୍ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ କିସାନ ସମ୍ମାନ ନିଧି: ଚାଷୀଙ୍କୁ ୬,୦୦୦ ବଦଳରେ ମିଳିବ ୧୦,୦୦୦ ଟଙ୍କା!

ଆଜତକର ସର୍ଭେରେ ସର୍ବାଧିକ ୨୫ ପ୍ରତିଶତ ଲୋକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପସନ୍ଦ କରିଥିଲେ । ଆଉ ଲୋକମାନେ ସ୍ୱୀକାର କରିଛନ୍ତି ଯେ ସେ ସର୍ବୋତ୍ତମ କାର୍ଯ୍ୟ କରୁଛନ୍ତି । ଅଗଷ୍ଟ ୨୦୨୦ରେ ସମାନ ପ୍ରଶ୍ନ କରାଯାଇଥିଲା ​ସେତେବେଳେ ୨୪ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ଯୋଗୀ ତାଙ୍କ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛନ୍ତି ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

ଏଥି ସହିତ, ସର୍ଭେ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଦେଶର ଦ୍ୱିତୀୟ ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କୁ ୧୪ ପ୍ରତିଶତ ଲୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗଷ୍ଟ ୨୦୨୦ ତୁଳନାରେ କେଜ୍ରିୱାଲଙ୍କ ଲୋକପ୍ରିୟତା ହ୍ରାସ ପାଇଛି, ସେତେବେଳେ ସେ ୧୫ ପ୍ରତିଶତ ଲୋକଙ୍କ ପ୍ରିୟ ଭାବରେ ଉଭା ହୋଇଥିଲେ । ତିନି ନମ୍ବରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଅଛନ୍ତି, ଯାହାଙ୍କୁ ଦେଶର ୮ ପ୍ରତିଶତ ଲୋକ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ତେବେ ଅଗଷ୍ଟ ୨୦୨୦ ତୁଳନାରେ ମମତାଙ୍କ ଲୋକପ୍ରିୟତା ମଧ୍ୟ ଏକ ପ୍ରତିଶତ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ବିହାରର କ୍ଷମତା କ୍ରମାଗତ ତୃତୀୟ ଥର ପାଇଁ ନିଜ ହାତରେ ପାଇଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟିଛି । କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ସ୍ଥାନରେ ଅଛନ୍ତି । ୬ ପ୍ରତିଶତ ଲୋକ ନୀତିଶ କୁମାରଙ୍କୁ ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ଅଗଷ୍ଟ ୨୦୨୦ରେ ତାଙ୍କୁ ସାତ ପ୍ରତିଶତ ସମର୍ଥନ ମିଳିଥିଲା । ନୀତିଶ କୁମାରଙ୍କ ପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy) ଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ସେ ତୃତୀୟ ସ୍ଥାନରୁ ଖସି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଜଗନଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ୬ ପ୍ରତିଶତ ଭୋଟ୍ ମିଳିଛି । ଅନ୍ୟପଟେ ଅଗଷ୍ଟ ୨୦୨୦ରେ ତାଙ୍କୁ ୧୧ ପ୍ରତିଶତ ମିଳିଥିଲା ।

ଅଧିକ ପଢ଼ନ୍ତୁ:-ବାଇଡେନଙ୍କ ଟିମର ଏହି ପାକିସ୍ତାନୀ ଅଧିକାରୀ ବଢ଼ାଇବେ ଭାରତର ସମସ୍ୟା!

ଜଗନ୍ ମୋହନ ରେଡ୍ଡୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ମଧ୍ୟ ପଞ୍ଚମ ସ୍ଥାନରେ ଅଛନ୍ତି । ଉଦ୍ଧବ ଠାକରେଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ଦେଶର ୬ ପ୍ରତିଶତ ଲୋକ ତାଙ୍କୁ ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ସେପଟେ ଅଗଷ୍ଟ ୨୦୨୦ରେ ୭ ପ୍ରତିଶତ ଲୋକ ତାଙ୍କୁ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ୫ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ଅଗଷ୍ଟ ୨୦୨୦ରେ ୬ ପ୍ରତିଶତ ଲୋକଙ୍କ ପସନ୍ଦ ଥିଲେ ନବୀନ ।