ସର୍ଭେ: ୟୁପିରେ ବଦଳୁଛି ରାଜନୈତିକ ହାୱା! ସମାଜବାଦୀ ପାର୍ଟି ପାଇଁ ଭଲ ଖବର, ଜାଣନ୍ତୁ ବିଜେପି ସମେତ ଅନ୍ୟ ଦଳର ସ୍ଥିତି
Advertisement

ସର୍ଭେ: ୟୁପିରେ ବଦଳୁଛି ରାଜନୈତିକ ହାୱା! ସମାଜବାଦୀ ପାର୍ଟି ପାଇଁ ଭଲ ଖବର, ଜାଣନ୍ତୁ ବିଜେପି ସମେତ ଅନ୍ୟ ଦଳର ସ୍ଥିତି

ୟୁପିରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି, ଏଭଳି ପରିସ୍ଥିତିରେ ଲୋକମାନେ ଜାଣିବାକୁ ଉତ୍ସୁକ ଅଛନ୍ତି ଯେ ଏଥର କିଏ କ୍ଷମତା ଆସିବେ? ଏଭଳି ପରିସ୍ଥିତିରେ ୟୁପିରେ ଜନସାଧାରଣଙ୍କ ମୁଡ୍ ଜାଣିବା ପାଇଁ ସି ଭୋଟର ସହ ଏବିପି ନ୍ୟୁଜ୍ ନ୍ୟୁଜ୍ ଏକ ସର୍ଭେ କରିଛି । ସର୍ବେରେ ଲୋକଙ୍କ ମତାମତ ଜାଣିବାକୁ ଚେଷ୍ଟା କରାଯାଇଛି ଯେ ସେମାନେ ଏଥର କାହାକୁ ଭୋଟ୍ ଦେବାକୁ ଯୋଜନା କରୁଛନ୍ତି । 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: C-Voter Opinion Poll for UP Election 2022: ଉତ୍ତର ପ୍ରଦେଶରେ ନିର୍ବାଚନୀ ଲଢ଼େଇ ଆରମ୍ଭ ହୋଇସାରିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଭାରତୀୟ ଜନତା ଦଳ  (BJP), ସମାଜବାଦୀ ପାର୍ଟି (Samajwadi Party), କଂଗ୍ରେସ (Congress), ବହୁଜନ ସମାଜବାଦୀ ପାର୍ଟି (BSP) ସମେତ ଅନ୍ୟାନ୍ୟ ଦଳ ନିର୍ବାଚନୀ ମୈଦାନରେ ଓହ୍ଲାଇ ପଡ଼ିଛନ୍ତି । ଏହାସହ ସମସ୍ତ ଦଳ ନିଜ ନିଜର ବିଜୟର ଦାବି କରୁଛନ୍ତି । ସମସ୍ତ ଦଳ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ନୂଆ ନୂଆ ଦାବି ଓ ପ୍ରତିଶୃତି କରୁଛନ୍ତି । କାହାର ଦାବି ସତ୍ୟ ବୋଲି ପ୍ରମାଣିତ ହେବ, ତାହାର ନିଷ୍ପତ୍ତି ରାଜ୍ୟର ଜନତା ନେବେ । 

ୟୁପିରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି, ଏଭଳି ପରିସ୍ଥିତିରେ ଲୋକମାନେ ଜାଣିବାକୁ ଉତ୍ସୁକ ଅଛନ୍ତି ଯେ ଏଥର କିଏ କ୍ଷମତା ଆସିବେ? ଏଭଳି ପରିସ୍ଥିତିରେ ୟୁପିରେ ଜନସାଧାରଣଙ୍କ ମୁଡ୍ ଜାଣିବା ପାଇଁ ସି ଭୋଟର ସହ ଏବିପି ନ୍ୟୁଜ୍ ନ୍ୟୁଜ୍ ଏକ ସର୍ଭେ କରିଛି । ସର୍ବେରେ ଲୋକଙ୍କ ମତାମତ ଜାଣିବାକୁ ଚେଷ୍ଟା କରାଯାଇଛି ଯେ ସେମାନେ ଏଥର କାହାକୁ ଭୋଟ୍ ଦେବାକୁ ଯୋଜନା କରୁଛନ୍ତି । 

ଯଦି ଆମେ ସର୍ବଶେଷ ସର୍ଭେ ତଥ୍ୟକୁ ଦେଖିବା, ତେବେ ଏଥର ମଧ୍ୟ ବିଜେପି (BJP) କ୍ଷମତାର ସବୁଠାରୁ ବଡ଼ ଦାବିଦାର ଭାବେ ଦେଖାଯାଉଛି । ତେବେ ସର୍ଭେରେ ସମାଜବାଦୀ ପାର୍ଟି (SP) ବିଜେପିକୁ ଚ୍ୟାଲେଞ୍ଜ କରୁଥିବା ଜଣାପଡିଛି । ନୂଆ ସର୍ଭେରେ ଏସପି ଏଥର ୨ ପ୍ରତିଶତ ଅଧିକ ଭୋଟ୍ ପାଉଥିବାବେଳେ ବିଜେପିର ଏକ ପ୍ରତିଶତ ଭୋଟରେ ବୃଦ୍ଧି ପାଇଛି । ଏଥିସହିତ କଂଗ୍ରେସ (Congress) ଓ ବହୁଜନ ସମାଜ ପାର୍ଟି (BSP) ବହୁ ପଛରେ ଥିବା ଜଣାପଡିଛି ।

ୟୁପି ନିର୍ବାଚନ ପାଇଁ କରାଯାଇଥିବା C-voter ର ତାଜା ସର୍ଭେରେ ବିଜେପି ମେଣ୍ଟକୁ ୪୩ ପ୍ରତିଶତ ଭୋଟ ମିଳିବାର ଅନୁମାନ କରାଯାଇଛି । ସେହିପରି ଏସପି ମେଣ୍ଟକୁ ୩୫ ପ୍ରତିଶତ ଭୋଟ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ BSPକୁ ୧୩ ପ୍ରତିଶତ ଓ କଂଗ୍ରେସକୁ ୭ ପ୍ରତିଶତ ଭୋଟ ମିଳିବ ବୋଲି ଅନୁମାନ କରାଯାଇଛି । ସେପଟେ ଅନ୍ୟାନ୍ୟକୁ ୨ ପ୍ରତିଶତ ଭୋଟ ମିଳିପାରେ । 

ଅଧିକ ପଢ଼ନ୍ତୁ:-୬୩ ଲକ୍ଷ ଚାଷୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ବର୍ତ୍ତମାନ ସରକାର ଦେବେ ୧୬,୦୦୦ ଟଙ୍କା, ଜାଣନ୍ତୁ ଏହି ଯୋଜନା ବିଷୟରେ...

ଏହା ବି ପଢ଼ନ୍ତୁ:-କେଉଁଠି ୭୦୦ ଟଙ୍କା କିଲୋ ଲଙ୍କା ତ କେଉଁଠି ୫୦ ଲକ୍ଷରେ ମିଳୁଛି ୫ଟି ଟମାଟୋ, ଜାଣନ୍ତୁ ଦୁନିଆର ଏହି ୬ଟି 'ଭିକାରୀ' ଦେଶର କାହାଣୀ

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ୁଥିବା ବେଳେ ପୁରୁଷଙ୍କୁ ଲାଗିପାରେ ଏପରି ଆଘାତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।