)
ନୂଆଦିଲ୍ଲୀ: ବିଜେପି ନେତା (BJP Leader) ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ କଟାକ୍ଷ କରି ବୁଧବାର କହିଛନ୍ତି ଯେ, ତାଙ୍କ (ରାହୁଲଙ୍କ) ଚିନ୍ତାଧାରା କେବଳ ମନ୍ତବ୍ୟରେ ସୀମିତ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ତଥା ନିରାପତ୍ତା ପାଇଁ ଚିନ୍ତା କରୁଛନ୍ତି । ବିଗତ ଦିନରେ ରାହୁଲ ଗାନ୍ଧୀ ପିଏମ ମୋଦିଙ୍କ ବିରୋଧରେ ବିମୁଦ୍ରୀକରଣ କରି ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାର ଅଭିଯୋଗ ଆଣିଥିଲେ । ରାହୁଲଙ୍କ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧିଆ ଗ୍ୱାଲିଅରରେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ମଧ୍ୟରେ ସୁରକ୍ଷା ବାତାବରଣ ସୃଷ୍ଟି କରିଛନ୍ତି । ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା ଠାରୁ ଆରମ୍ଭ କରି ପ୍ଲାଜ୍ମା ଏବଂ ଆଧୁନିକ ଔଷଧର ଉପଲବ୍ଧତା ଉପଲବ୍ଧ କରାଇଛନ୍ତି । ଯାହାଦ୍ୱାରା ଲୋକଙ୍କ ଜୀବନ ରକ୍ଷା କରାଯାଇହେବ ।
ଅଧିକ ପଢ଼ନ୍ତୁ:-ଅଡୁଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୋଟିସ ଜାରି କଲେ ହାଇକୋର୍ଟ
ସିନ୍ଧିଆ କହିଛନ୍ତି ଯେ, ଅନ୍ୟପକ୍ଷରେ ରାହୁଲଙ୍କ କେବଳ ମନ୍ତବ୍ୟ ଦେବାରେ ସୀମିତ । ଦେଶର ଲୋକମାନେ ସଚେତନ ଏବଂ ସକରାତ୍ମକ ଚିନ୍ତାଧାରା ସହ ଜଡିତ ଅଛନ୍ତି ଏବଂ ଏହା ଯୋଡ଼ି ରହିବ । ମଧ୍ୟପ୍ରଦେଶର ବାଲାଘାଟ ଏବଂ ମାଣ୍ଡଲା ଜିଲ୍ଲାର ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (ପିଡିଏସ୍) ଦୋକାନରୁ ଗ୍ରାହକଙ୍କୁ ଖରାପ ଗୁଣାତ୍ମକ ଚାଉଳ ଦେବା ସମ୍ପର୍କରେ ସିନ୍ଧିଆ କହିଛନ୍ତି ଯେ, ଗଣମାଧ୍ୟମ ଦାୟିତ୍ୱ ଅଭାବକୁ ପଦାକୁ ଆଣିଛି ଏବଂ ସିଷ୍ଟମକୁ ଠିକ୍ କରି ତ୍ରୁଟି ସଂଶୋଧନ କରିବା ଆମର ଦାୟିତ୍ୱ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଳିତ ଭାବେ ଉଭୟ ଗଣତନ୍ତ୍ରକୁ ମଜବୁତ କରୁଛନ୍ତି ।
ମଧ୍ୟ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସର ୧୫ ମାସର ସରକାର ରହିଥିଲା । ଯେତେବେଳେ କମଲ ନାଥ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଗ୍ୱାଲିଅର-ଚାମ୍ବଲ ଜୋନକୁ ଆସି ନଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ଭୂତାଣୁ ଏବଂ ବନ୍ୟା ପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଏହା ସତ୍ତ୍ୱେ ପ୍ରତ୍ୟେକ ବିଧାନସଭା ଆସନରେ ୨୦୦ ରୁ ୩୦୦ କୋଟି ମୂଲ୍ୟର ବିକାଶ କାର୍ଯ୍ୟ ଅନୁମୋଦନ ହୋଇଛି ।