'ଦୟାକରି ମରନ୍ତୁ ନାହିଁ', କଂଗ୍ରେସ ନେତାଙ୍କୁ କାହିଁକି ଏପରି କଟାକ୍ଷ କଲେ କର୍ଣ୍ଣାଟକ ମନ୍ତ୍ରୀ?
Advertisement

'ଦୟାକରି ମରନ୍ତୁ ନାହିଁ', କଂଗ୍ରେସ ନେତାଙ୍କୁ କାହିଁକି ଏପରି କଟାକ୍ଷ କଲେ କର୍ଣ୍ଣାଟକ ମନ୍ତ୍ରୀ?

ଆମେ ଆପଣଙ୍କୁ ହରାଇବାକୁ ଚାହୁଁନାହୁଁ। ଆପଣ ଜୀବିତ ରୁହନ୍ତୁ। କାରଣ ରାଜ୍ୟ ବିରୋଧି ଦଳ ଆବଶ୍ୟକ କରୁଛି। 

'ଦୟାକରି ମରନ୍ତୁ ନାହିଁ', କଂଗ୍ରେସ ନେତାଙ୍କୁ କାହିଁକି ଏପରି କଟାକ୍ଷ କଲେ କର୍ଣ୍ଣାଟକ ମନ୍ତ୍ରୀ?

ବେଙ୍ଗାଲୁରୁ: କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ୱରାପ୍ପା ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ବିରୋଧି ଦଳ ନେତାଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ କାହିଁକି ଏପରି ବୟାନ ଦେଲେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ୱରାପ୍ପା କହିଥିଲେ ମୁଁ ବିରୋଧି ଦଳ ନେତା ସିଦ୍ଧରମୈୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଅନୁରୋଧ କୋରୋନା ସଂକଟ କାଳରେ ନିଜର ସୁରକ୍ଷା ପାଇଁ ସେମାନେ ନିଜର ଦଳୀୟ ପଦଯାତ୍ରାକୁ ବନ୍ଦ ରଖନ୍ତୁ। ଯଦି ସେମାନେ ମରିବାକୁ ଚାହୁଁଛନ୍ତି ତାହେଲେ ଆମେ କ'ଣ କରିପାରିବୁ। 

ରାଜ୍ୟରେ ମେକେଡାଟୁ ପ୍ରକଳ୍ପ (Mekedatu Project) କାର୍ଯ୍ୟକାରୀ କରିବାକୁ ନେଇ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଏକ ଦଳୀୟ ପଦଯାତ୍ରା (Karnataka Congress Padayatra) ଆୟୋଜିତ ହୋଇଛି।  

Also Read: Karnataka: ବିଧାନସଭା ସଭା ପରେ ବିଧାନ ପରିଷଦରେ ଶକ୍ତି ବଢାଇଲା ଶାସକ BJP

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ପଞ୍ଚାୟତିରାଜ କହିଛନ୍ତି ସେମାନେ ଏକ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ସେମାନଙ୍କ ଦଳୀୟ କର୍ମକର୍ତ୍ତା ଏହା ଦ୍ୱାରା ପ୍ରଭାବିତ ହେବେ। କାହିଁକି ସେମାନେ ନିଜ ଦଳର କର୍ମକର୍ତ୍ତାଙ୍କ ମୃତ୍ୟୁର କାରଣ ପାଲଟିବେ। କୋରୋନା ମହାମାରୀକୁ ଗୁରୁତ୍ୱ ଦେଇ କଂଗ୍ରେସ ନେତା ଦଳୀୟ ପଦଯାତ୍ରାକୁ ବନ୍ଦ କରନ୍ତୁ। କୋରୋନା ସଂକ୍ରମଣ କମିଲେ ସେମାନେ ଏପରି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିପାରନ୍ତି।  

ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ବେଳେ କ୍ରୀଷ୍ଣା, କାବେରୀ, ମେକେଡାଟୁ ପ୍ରଭୃତି ପ୍ରକଳ୍ପକୁ ଭୁଲି ଯାଇଥିଲା। ରାଜ୍ୟରେ ବିଜେପି ସରକାର ଗଠିତ ହେବା କଂଗ୍ରେସ ଏହି ପ୍ରକଳ୍ପ ବାବଦରେ ଜାଣିବାକୁ ପାଇଥିଲା।    

Also Read: BJP ବିଧାୟକଙ୍କୁ ହତ୍ୟା କରିବା ପାଇଁ ହେଉଥିଲା ଷଡଯନ୍ତ୍ର;କଂଗ୍ରେସ ନେତାଙ୍କ ଭିଡ଼ିଓ ହେଲା ରେକର୍ଡ

ରାଜ୍ୟର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପା, ଦେବେଗୌଡ଼ା ଏବଂ ସିଦ୍ଧରମୈୟା ହେଉଛନ୍ତି ରାଜ୍ୟର ସମ୍ପତ୍ତି। ଆମେ ଆପଣଙ୍କୁ ହରାଇବାକୁ ଚାହୁଁନାହୁଁ। ଆପଣ ଜୀବିତ ରୁହନ୍ତୁ। କାରଣ ରାଜ୍ୟ ବିରୋଧି ଦଳ ଆବଶ୍ୟକ କରୁଛି। ଯଦି ଆପଣ ରହିବେ ନାହିଁ ତାହେଲେ ଆଗାମୀ ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିରୋଧି ଦଳ ଆସନରେ କିଏ ବସିବ ବୋଲି କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ।