ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ଝଟକା, କଂଗ୍ରେସକୁ ମିଳିଲା ବଡ଼ ସଫଳତା
Advertisement

ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ଝଟକା, କଂଗ୍ରେସକୁ ମିଳିଲା ବଡ଼ ସଫଳତା

ରାଜ୍ୟ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଏହି ନିର୍ବାଚନରେ କଂଗ୍ରେସ (Congress) ୪୨.୦୬ ପ୍ରତିଶତ ଭୋଟ୍ ହାସଲ କରିଛି । ଅନ୍ୟପଟେ ବିଜେପି (BJP) ୩୬.୯୦ ପ୍ରତିଶତ, ଜେଡିଏସ୍ (JDS) ୩.୮ ପ୍ରତିଶତ ଏବଂ ଅନ୍ୟମାନେ ୧୭.୨୨ ପ୍ରତିଶତ ଭୋଟ୍ ପାଇଛନ୍ତି । 

ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ଝଟକା, କଂଗ୍ରେସକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: Karnataka Urban Local Body Election: କର୍ଣ୍ଣାଟକର ପୌର ନିର୍ବାଚନରେ ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ଏହି ସ୍ଥାନୀୟ ନିର୍ବାଚନ ​​କଂଗ୍ରେସ (Congress) ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି । ଗୁରୁବାର ଜାରି ଫଳାଫଳରେ କଂଗ୍ରେସ ୧,୧୮୪ଟି ଆସନ ମଧ୍ୟରୁ ୪୯୮ଟି ଆସନ ଜିତି ବଡ଼ ସଫଳତା ହାସଲ କରିଛି । ଆପଣଙ୍କୁ କହି ରଖୁଛୁ ଯେ, ୫୮ଟି ପୌର ସଂସ୍ଥାରେ ୧,୧୮୪ ୱାର୍ଡ ସାମିଲ ଥିଲା, ଯେଉଁଠାରେ ମତଦାନ ଅନୁଷ୍ଠିତ ହୋଇଥିଲା । ମୋଟ ୧,୧୮୪ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସକୁ ୪୯୮ଟି ଆସନ, ଭାରତୀୟ ଜନତା ପାର୍ଟି (BJP) କୁ ୪୩୭, ଜନତା ଦଳ (ସେକୁଲାର) (JDS) କୁ ୪୫ ଏବଂ ଅନ୍ୟ ଦଳ ୨୦୪ଟି ଆସନ ଜିତିଛି ।

ରାଜ୍ୟ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଏହି ନିର୍ବାଚନରେ କଂଗ୍ରେସ (Congress) ୪୨.୦୬ ପ୍ରତିଶତ ଭୋଟ୍ ହାସଲ କରିଛି । ଅନ୍ୟପଟେ ବିଜେପି (BJP) ୩୬.୯୦ ପ୍ରତିଶତ, ଜେଡିଏସ୍ (JDS) ୩.୮ ପ୍ରତିଶତ ଏବଂ ଅନ୍ୟମାନେ ୧୭.୨୨ ପ୍ରତିଶତ ଭୋଟ୍ ପାଇଛନ୍ତି । ସେପଟେ ସିଟି ମ୍ୟୁନିସିପାଲିଟି କାଉନସିଲରେ ବିଜେପି ସର୍ବାଧିକ ସଂଖ୍ୟକ ଆସନ ପାଇଛି । ନଗର ପାଲିକା ପରିଷଦର ୧୬୬ ୱାର୍ଡ ମଧ୍ୟରୁ କଂଗ୍ରେସ ୬୧, ବିଜେପି ୬୭, ଜେଡିଏସ ୧୨ ଏବଂ ଅନ୍ୟାନ୍ୟ ୨୬ଟି ଆସନ ଜିତିଛି ।

ଏଥି ସହିତ ଟାଉନ ମ୍ୟୁନିସିପାଲିଟି ପରିଷଦରେ କଂଗ୍ରେସ ସର୍ବାଧିକ ସଂଖ୍ୟକ ଆସନ ପାଇଛି । ତଥ୍ୟ ଅନୁଯାୟୀ, ନଗର ପାଲିକା ପରିଷଦର ୪୪୧ ୱାର୍ଡ ମଧ୍ୟରୁ କଂଗ୍ରେସ ୨୦୧, ବିଜେପି ୧୭୬ ଏବଂ ଜେଡିଏସ ୨୧ଟି ଆସନ ପାଇଛି । ଏହା ବ୍ୟତୀତ ପଞ୍ଚାୟତ ନିର୍ବାଚନରେ ୫୮୮ ୱାର୍ଡ ମଧ୍ୟରୁ କଂଗ୍ରେସ ୨୩୬, ବିଜେପି ୧୯୪ ଏବଂ ଜେଡିଏସ୍ ୧୨ଟି ଆସନ ଜିତିଥିବା ବେଳେ ଅନ୍ୟମାନେ ୧୩୫ ୱାର୍ଡ ଜିତିଛନ୍ତି ।

ଏହା ବି ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ଓମିକ୍ରନ୍, ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-ଓମିକ୍ରନର ବିପଦ ମଧ୍ୟରେ ଚେତାବନୀ ଜାରି କଲେ AIIMS ନିର୍ଦ୍ଦେଶକ, ଜାଣନ୍ତୁ କ’ଣ କହିଲେ ସେ

ଏହା ବି ପଢ଼ନ୍ତୁ:-ବନ୍ଧୁ ପୁଟିନଙ୍କ କଟା ଘା'ରେ ଚୂନ ମାରିଲା ଚୀନ!

 

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର (Karnataka Congress President DK Shivakumar) ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଏହି ଫଳାଫଳ କଂଗ୍ରେସର ଆଦର୍ଶ ଓ ଏଥିରେ ବିଶ୍ୱାସ କରୁଥିବା ଲୋକଙ୍କ ଲୋକପ୍ରିୟତାକୁ ପୃଷ୍ଟି କରୁଛି । ସେ ଟ୍ୱିଟ୍ କରି କହିଛନ୍ତି ଯେ ନିକଟ ଅତୀତରେ ହୋଇଥିବା ନିର୍ବାଚନ ଫଳାଫଳ ରାଜ୍ୟରେ କଂଗ୍ରେସ ଲହରକୁ ସୂଚିତ କରିଛି ଓ ପୌର ନିର୍ବାଚନ ଫଳାଫଳ ଏହା ନିଶ୍ଚିତ କରୁଛି । ନିଃସନ୍ଦେହରେ ଦଳ ୨୦୨୩ ବିଧାନସଭା ନିର୍ବାଚନରେ ଜିତିବ ଓ ମୁଁ ଆମର ଭୋଟରଙ୍କୁ ସେମାନଙ୍କର ଅତ୍ୟଧିକ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି ଯାହା ଆମର ଉତ୍ସାହକୁ ଜାଗ୍ରତ କରିଛି ।