• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୟୂରଭଞ୍ଜ PRM ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
  • ଭିସି ଜରିଆରେ ଶିଳନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି
  • ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ
  • ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
  • ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ
  • ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି CHSE
  • ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ

JP Naddaଙ୍କ ଧାରଣା ପୂର୍ବରୁ ମଞ୍ଚ ଭାଙ୍ଗିଲା କୋଲକାତା ପୋଲିସ

କର୍ମୀଙ୍କ ହତ୍ୟାକାଣ୍ଡର (Bengal violence) ପ୍ରତିବାଦ ଓ ନ୍ୟାୟ ଦାବିରେ ନଡ୍ଡାଙ୍କ ସହ ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ, ମୁରଲୀଧର ସେନ ଲେନ ପ୍ରମୁଖ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।

JP Naddaଙ୍କ ଧାରଣା ପୂର୍ବରୁ ମଞ୍ଚ ଭାଙ୍ଗିଲା କୋଲକାତା ପୋଲିସ
ଫାଇଲ ଫଟୋ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟ ବିଜେପି ମୁଖ୍ୟାଳୟ ନିକଟରେ ଦେଖିବାକୁ ମିଳିଛି କୋଲକାତା ପୋଲିସ ଦବଙ୍ଗଗିରି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ପାଇଁ ତିଆରି ହୋଇଥିବା ଷ୍ଟେଜକୁ ପୋଲିସ ଭାଙ୍ଗି ଦେଇଛି। କର୍ମୀଙ୍କ ହତ୍ୟାକାଣ୍ଡର (Bengal violence) ପ୍ରତିବାଦ ଓ ନ୍ୟାୟ ଦାବିରେ ନଡ୍ଡାଙ୍କ ସହ ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ, ମୁରଲୀଧର ସେନ ଲେନ ପ୍ରମୁଖ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା।
 
ସୂତ୍ରାନୁସାରେ, ସକାଳ ସାଢେ ୯ଟା ବେଳେ ବିଜେପି ମୁଖ୍ୟାଳୟ ନିକଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda)ଙ୍କ ଉପସ୍ଥିତିରେ ଧାରଣା ଦେବାର ଥିଲା। କିନ୍ତୁ ସକାଳ ୬ଟା ବେଳକୁ କୋଲକାତା ପୋଲିସ (Kolkata Police) ସମସ୍ତ ଆୟୋଜନକୁ ଭଙ୍ଗାରୁଜା କରିଥିଲା। ଏପରି କି ସେଠାରେ ତିଆରି ହୋଇଥିବା ମଞ୍ଚକୁ ବି ଭାଙ୍ଗିଛି। ପୋଲିସର ଏହି ଦବଙ୍ଗଗିରି ପରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। 

Also Read:  West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

କାର୍ଯ୍ୟକ୍ରମ ବାତିଲ ପରେ ଜେପି ନଡ୍ଡା ମୃତ ୪ ଜଣ ବିଜେପି କର୍ମକର୍ତ୍ତାଙ୍କ ଘରକୁ ଯାଇ ଦୁଃଖିତ ପରିବାରକୁ ସମବେଦନା ଜଣାଇଥିଲେ। ସେ କହିଛନ୍ତି ଯେ, ଭାରତ ବିଭାଜନ ବେଳେ ଦଙ୍ଗା ହୋଇଥିଲା। କିନ୍ତୁ ପ୍ରଥମ ଥର ନିର୍ବାଚନ (West Bengal assembly election 2021) ଫଳଫଳ ବାହାରିଲା ପରେ ଏପରି ବ୍ୟାପକ ହିଂସାକାଣ୍ଡ ଘଟିଛି। TMCର ଅସହିଷ୍ଣୁତା ଓ ହିଂସାତ୍ମକ ଆଦର୍ଶ ସହ ବିଜେପି ଲଢିବ ଏବଂ ପଶ୍ଚିମବଙ୍ଗବାସୀଙ୍କୁ ନ୍ୟାୟ ଦେବ।