ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ
Advertisement

ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ

ଇତି ମଧ୍ୟରେ ନୀତିଶ କୁମାର ଆରଏଲଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଭେଟି ତାଙ୍କୁ ଏନଡିଏକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିସହିତ ଚିରାଗ ପାସୱାନଙ୍କୁ ଏନଡିଏରେ ରଖିବାକୁ ନୀତିଶ ବିରୋଧ କରିଛନ୍ତି । 

ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଶେଷ ହେବା ପରେ ମଧ୍ୟ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି । ନୀତିଶ କୁମାର ନିଜର ରାଜନୈତିକ ଶକ୍ତିକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସେ ନିଜର ପୁରୁଣା ସହଯୋଗୀଙ୍କ ସହ ସାକ୍ଷାତ କରିବା ସହ ରାଗ ଅଭିମାନକୁ ଦୂର କରିବାରେ ଲାଗିଛନ୍ତି । ବାସ୍ତବରେ, ୨୦୨୦ରେ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଜେଡିୟୁ କମ୍ ଆସନ ପାଇଛି । ଏଭଳି ପରିସ୍ଥିତିରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜନୈତିକ ସମୀକରଣକୁ ମଜବୁତ କରିବାରେ ନିୟୋଜିତ ଅଛନ୍ତି । 

ଅଧିକ ପଢ଼ନ୍ତୁ:-ପୁରୁଣା ସଂସଦ ଭବନର କ'ଣ ହେବ, ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା?

ଇତି ମଧ୍ୟରେ ନୀତିଶ କୁମାର ଆରଏଲଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଭେଟି ତାଙ୍କୁ ଏନଡିଏକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିସହିତ ଚିରାଗ ପାସୱାନଙ୍କୁ ଏନଡିଏରେ ରଖିବାକୁ ନୀତିଶ ବିରୋଧ କରିଛନ୍ତି । ଏ ବାବଦରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏନଡିଏରେ ଏଲଜେପି କ’ଣ କରିଛି ଏହା ବିଜେପିକୁ ଦେଖିବାକୁ ପଡ଼ିବ ଏବଂ କେଉଁ ପଦକ୍ଷେପ ନେବାକୁ ପଡ଼ିବ ତାହା ନିଆଯାଉ । ଏହି ବୟାନ ସହିତ ନୀତିଶ ସ୍ପଷ୍ଟ କରିଛନ୍ତି ଯେ ଚିରାଗ ପାସୱାନଙ୍କ କାରଣରୁ ତାଙ୍କ ଦଳ ଜେଡିୟୁର ଏହି ସ୍ଥିତି ଘଟିଛି ।

ଏହି ରାଜନୈତିକ ଗତିବିଧିକୁ ଦେଖି ଏପରି ଲାଗୁଛି ଯେ ଏନଡିଏ ଗୋଟିଏ ପଟେ ଏକାଠି ହୋଇ ଅନ୍ୟ ପଟେ ଭାଙ୍ଗୁଛି । ବିଧାନସଭା ନିର୍ବାଚନରେ ​​ଏଲଜେପି ଯେଉଁଭଳି ଭାବରେ ଏନଡିଏ ଠାରୁ ଅଲଗା ହୋଇ ପ୍ରତିଦ୍ୱନ୍ଦ୍ୱିତା କରିଛି । ଏଥିରେ ଜେଡିୟୁ ସର୍ବାଧିକ କ୍ଷତି ସହିଛି । ଏଭଳି ପରିସ୍ଥିତିରେ ନୀତିଶ କୁମାର ବିଜେପି ଉପରେ ଚାପ ପକାଉଛନ୍ତି ଯେ ସେ ଚିରାଗ ପାସୱାନଙ୍କୁ ଏନଡିଏରୁ ବାହାର ରାସ୍ତା ଦେଖାଉ । ଏଥି ସହିତ  ଏଲଜେପିରେ ଅନ୍ତଃକନ୍ଦଳ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସୁଛି । ଏଲଜେପି ରାଜ୍ୟ ସାଧାରଣ ସମ୍ପାଦକ କେଶବ ସିଂ ବିଦ୍ରୋହ କରିଛନ୍ତି । 

ଅଧିକ ପଢ଼ନ୍ତୁ:-ଚାଷୀ ଆନ୍ଦୋଳନର ଏହି ୫ ବଡ଼ ଚେହେରା, ଯେଉଁମାନେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

କୁହାଯାଉଛି ଯେ ଚିରାଗ ପାସୱାନ ଏକପାଖିଆ ନିଷ୍ପତ୍ତି ନେଇଥିବାରୁ ତାଙ୍କ ମାମୁଁ ଏବଂ ହାଜିପୁର ସାଂସଦ ପଶୁପତି ପରାସ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଏଲଜେପି ମୁଖପାତ୍ର ରାଜେଶ ଭଟ୍ଟ କହିଛନ୍ତି ଯେ ଦଳରେ ସବୁକିଛି ଠିକ୍ ଚାଲିଛି, ସେ ଏନଡିଏ ସହ ଅଛନ୍ତି ଏବଂ ଜାରି ରଖିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପଶୁପତି ଅସନ୍ତୁଷ୍ଟ ନୁହଁନ୍ତି । ସେ ଜାତୀୟ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ସହିତ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଲଗାତର ଦ୍ୱିତୀୟ ଦିନ ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଯଦିଓ ୨୦୨୦ର ବିଧାନସଭା ନିର୍ବାଚନରେ ​​ଉପେନ୍ଦ୍ର କୁଶୱାହା ଶୂନରେ ଆଉଟ୍ ହୋଇଛନ୍ତି, କିନ୍ତୁ ବିହାର ସିଏମ ନୀତିଶ କୁମାର ନିଜ ଲଭ-କୁଶ ଫର୍ମୂଲାକୁ ବଜାୟ ରଖିବା ପାଇଁ ଉପେନ୍ଦ୍ର କୁଶୱାହାଙ୍କୁ ତାଙ୍କ କ୍ୟାମ୍ପକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିହାରର କୁର୍ମି ସମାଜ ଜନସଂଖ୍ୟାର ପ୍ରାୟ ୪ ପ୍ରତିଶତ ରହିଛି । ନୀତିଶ କୁମାର ମଧ୍ୟ ଏହି ସମାଜରୁ ଆସିଛନ୍ତି, ଯାହାର ସଂଖ୍ୟା ସବୁଠାରୁ କମ୍ ଅଛି । ଏଭଳି ପରିସ୍ଥିତିରେ ଯଦି ନୀତୀଶ ଏବଂ ଉପେନ୍ଦ୍ର କୁଶୱାହା ଏକାଠି ହେଉଛନ୍ତି, ତେବେ ଜେଡିୟୁ ବହୁତ ଲାଭବାନ ହେବ ।