ଅମିଷା ପଟେଲଙ୍କୁ 'ପ୍ରପୋଜ୍' ପରେ କଂଗ୍ରେସରୁ 'ତଲାକ' ନିମନ୍ତେ ପ୍ରସ୍ତୁତି!
Advertisement

ଅମିଷା ପଟେଲଙ୍କୁ 'ପ୍ରପୋଜ୍' ପରେ କଂଗ୍ରେସରୁ 'ତଲାକ' ନିମନ୍ତେ ପ୍ରସ୍ତୁତି!

ଦିବଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ କହିଲେ, 'କଂଗ୍ରେସ ଆଉ ନୁହେଁ... ମୁଁ ଥକିଗଲିଣି...! 

ଅମିଷା ପଟେଲଙ୍କୁ 'ପ୍ରପୋଜ୍' ପରେ କଂଗ୍ରେସରୁ 'ତଲାକ' ନିମନ୍ତେ ପ୍ରସ୍ତୁତି!

ଏକଦା କଂଗ୍ରେସରେ ଚାଲିଥିଲା ଅହମ୍ମଦ ପଟେଲଙ୍କର ଅଖଣ୍ଡ ରାଜତ୍ୱ। ବେଶିଦିନ ତଳର କଥା ନୁହେଁ, ଯେତେବେଳେ ସୋନିଆ ଗାନ୍ଧୀଙ୍କ ପରାମର୍ଶଦାତା ଥିଲେ ଅହମ୍ମଦ ପଟେଲ, ସେତିକିବେଳେ। ଏବେ ଏହି ସ୍ୱର୍ଗତ ନେତାଙ୍କ ପୁଅ ଫୈଜଲ ପଟେଲ କଂଗ୍ରେସ ନେତୃତ୍ୱକୁ ନେଇ ଖୁସି ନାହାନ୍ତି। ତେବେ ତାଙ୍କ ଖୁସି ହେବା ନ ହେବାକୁ କଂଗ୍ରେସ କେତେ ଗୁରୁତ୍ୱ ଦିଏ, ତାହା ଅବଶ୍ୟ ଭିନ୍ନ କଥା। ଫୈଜଲ ୫ ଏପ୍ରିଲ ୨୦୨୨ରେ ଟ୍ୱିଟ୍ କରି ପାର୍ଟି ହାଇକମାଣ୍ଡଙ୍କ ଆଗରେ ନିଜ ଅସନ୍ତୋଷ ଜାହିର କରିଛନ୍ତି। ସେ ଲେଖିଛନ୍ତି, 'ଅପେକ୍ଷା କରି କରି ଥକି ପଡ଼ିଲିଣି। ତୁଙ୍ଗ ନେତୃତ୍ୱଙ୍କଠାରୁ କିଛି ବି ପ୍ରୋତ୍ସାହନ ମିଳିଲା ନାହିଁ। ମୁଁ ନିଜ ବିକଳ୍ପ ଖୋଲା ରଖିଛି।'

ଫୈଜଲ ଗତବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ସେ ଆମ୍ ଆଦମୀ ପାର୍ଟିରେ ସାମିଲ ହେବାନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପଇଥିଲା। ଏଭଳି ସ୍ଥିତିରେ ଆପ୍ (AAP) ତାଙ୍କ ପାଇଁ ବିକଳ୍ପ ସାଜିପାରେ ବୋଲି କୁହାଯାଉଛି।

ସୋନିଆ ଗାନ୍ଧୀଙ୍କ ସମୟରେ କଂଗ୍ରେସର ସବୁଠୁ ବଡ଼ ନେତା ଭାବରେ ବେଶ୍ ଜଣାଶୁଣା ଥିଲେ ଅହମ୍ମଦ ପଟେଲ। ସୋନିଆଙ୍କ ସବୁଠୁ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଅହମ୍ମଦ ଥିଲେ ଜଣେ। ତେବେ ବର୍ତ୍ତମାନ ଯାହା ଜଣାପଡୁଛି, ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ଉପରେ ଦଳ ତାଙ୍କ ଭଳି ଆଉ ଭରସା କରି ପାରୁନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଏକ ସପ୍ତାହ ପୂର୍ବରୁ ପଟେଲ ଔପଚାରିକ ଭାବରେ ରାଜନୀତିରେ ସକ୍ରିୟ ହେବା ଘଟଣା ଉପରେ ଟିପ୍ପଣୀ ଦେବାକୁ ମନା କରି ଦେଇଥିଲେ ଫୈଜଲ। ଆଉ କହିଥିଲେ, ସେ ଏହାକୁ ନେଇ ବର୍ତ୍ତମାନ 'ଆଶ୍ୱସ୍ତ' ନୁହନ୍ତି। ମାତ୍ର 'ପରଦା ପଛରୁ' ନେପଥ୍ୟରେ ରହି ସେ ଦଳ ପାଇଁ କାମ କରି ଆସୁଛନ୍ତି। ସେ ଗତ ମାର୍ଚ୍ଚ ୨୭ ତାରିଖ ଟ୍ୱିଟ୍ କରିଥିଲେ ଯେ, '୧ ଏପ୍ରିଲରୁ ମୁଁ ଭରୁଚ ଏବଂ ନର୍ମଦା ଜିଲ୍ଲାର ୭ ବିଧାନସଭା ଆସନ ଗସ୍ତରେ ଯିବି। ମୋ ଟିମ୍ ରାଜନୈତିକ ସ୍ଥିତିର ବର୍ତ୍ତମାନ ବାସ୍ତବିକତାକୁ ଆକଳନ କରିବ ଏବଂ ଆମ ମୂଳ ଲକ୍ଷ୍ୟକୁ ପୂରଣ କରିବାକୁ ଆବଶ୍ୟକ ପଡ଼ିଲେ ବଡ଼ ଧରଣର ପରିବର୍ତ୍ତନ କରାଯିବ।'

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫୈଜଲ ଗତବର୍ଷ ଏପ୍ରିଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ (AAP) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଏହାପରେ ସେ ଆମ ଆଦମୀ ପାର୍ଟିରେ ଯୋଗଦେବା ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହେଲା। ବର୍ତ୍ତମାନ ଯେତେବେଳେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (AAP) ସେଠାରେ ଦଳୀ ବିସ୍ତାର କରିବାକୁ ଲକ୍ଷ୍ୟ ରଖି ସେ ଦିଗରେ ଆଗଉଛି, ଏହା ଫୈଜଲଙ୍କ ପାଇଁ ଏକ ବଡ଼ ବିକଳ୍ପ ହୋଇପାରେ।

ଏହା ବି ଆଲୋଚନା ହେଉଛି ଯେ, ଫୈଜଲ ପଟେଲ ଅଭିନେତ୍ରୀ ଅମିଷା ପଟେଲଙ୍କ ସହ ରିଲେସନରେ ଅଛନ୍ତି। ଜାନୁଆରୀ ୨୦୨୨ରେ ଅମିଷା ଫୈଜଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଟ୍ୱିଟର ଜବାବ ଦେଇ ସେ ଏଥିପାଇଁ ଧନ୍ୟବାଦ ମଧ୍ୟ ଦେଇଥିଲେ। ସବୁଠୁ ଯାହା ବେଶି ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି, ଧନ୍ୟବାଦ ଦେବା ସାଙ୍ଗକୁ ସେ ଟ୍ୱିଟରରେ ବିଧିବଦ୍ଧ ଭାବରେ ଅମିଷାଙ୍କୁ ପ୍ରପୋଜ୍ ମଧ୍ୟ କରିଥିଲେ। ମାତ୍ର ପରେ ସେ ଏହି ଟ୍ୱିଟକୁ ଡିଲିଟ୍ କରି ଦେଇଥିଲେ। ଅମିଷା ଏବଂ ଫୈଜଲ ବହୁବାର ପବ୍ଲିକ୍ ପ୍ଲେସରେ ଏକାଠି ନଜର ଆସିଛନ୍ତି। ତେଣୁ ଅମିଷାଙ୍କୁ ଜୀବନସାଥୀ କରିବାକୁ ଖୋଲା ପ୍ରପୋଜ୍ କରିବା ସାଙ୍ଗକୁ କଂଗ୍ରେସକୁ ସବୁଦିନ ପାଇଁ ଅଲବିଦା କରିବାକୁ ସଜବାଜ ହେଉଛନ୍ତି ଅହମ୍ମଦ ପୁତ୍ର ଫୈଜଲ।