)
ନୂଆଦିଲ୍ଲୀ: କଂଗ୍ରେସ (Congress) ରେ ଜାରି ଅନ୍ତଃକନ୍ଦଳ ବନ୍ଦ ହେବାର ନାଁ ନେଉନାହିଁ । କାରଣ କଂଗ୍ରେସ ଏବେ ଆଉ ଏକ ଲେଟର 'ବୋମା' (Letter Bomb) ସହିତ ଦଳରେ ହେବାକୁ ଯାଉଥିବା ଧମାକା ପାଇଁ ପ୍ରସ୍ତୁତ ହେଉଛି । ଏଥର ଏହା ଉତ୍ତରପ୍ରଦେଶରୁ ଆସିଛି । ଗତ ବର୍ଷ ଦଳରୁ ବହିଷ୍କୃତ ହୋଇଥିବା ୯ ଜଣ ବରିଷ୍ଠ କଂଗ୍ରେସ ନେତା (Congress Leader) ଦଳର ଅନ୍ତରୀଣ ଅଧ୍ୟକ୍ଷା (Congress interim president) ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଏକ ଚିଠି ଲେଖଛନ୍ତି । ଯେଉଁଥିରେ କୁହାଯାଇଛି ଯେ ତାଙ୍କୁ ଦଳକୁ କେବଳ 'ଇତିହାସର' ଅଂଶ ହେବାରୁ ରକ୍ଷା କରିବା ଆବଶ୍ୟକ । ଏଥି ସହିତ ପରିବାରର ମୋହ ଉପରେ ଉଠି କାମ କରିବାକୁ ତାଙ୍କୁ ନିବେଦନ କରାଯାଇଛି ।
ୟୁପିର ପୂର୍ବତନ ସାଂସଦ ସନ୍ତୋଷ ସିଂ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀ, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୁଧର ନାରାୟଣ ମିଶ୍ରା, ନେକଚନ୍ଦ ପାଣ୍ଡେ, ନିଜେ ପ୍ରକାଶ ଗୋସ୍ୱାମୀ ଏବଂ ସଞ୍ଜୀବ ସିଂଙ୍କ ଦସ୍ତଖତ ଥିବା ଚିଠିରେ କୁହାଯାଇଛି ଯେ ଉତ୍ତରପ୍ରଦେଶରେ କଂଗ୍ରେସ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ୟୁପି ପ୍ରଭାରୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କୁ ପରୋକ୍ଷରେ ଟାର୍ଗେଟ କରି ଏକ ୪ ପୃଷ୍ଠାର ଚିଠିରେ ସୋନିଆ ଗାନ୍ଧୀଙ୍କୁ ପରିବାର ମୋହରୁ ଉପରୁ ଉଠିବାକୁ କୁହାଯାଇଛି । ଚିଠିରେ ଲେଖାଯାଇଛି, "ପରିବାରର ମୋହରୁ ଉର୍ଦ୍ଧ୍ୱରେ ଯାଇ ଏବଂ ଦଳର ଗଣତାନ୍ତ୍ରିକ ପରମ୍ପରାକୁ ପୁନଃସ୍ଥାପିତ କରନ୍ତୁ ।"
ଚିଠିରେ କୁହାଯାଇଛି ଯେ, ଏହି ବିଷୟର ଆଶଙ୍କା ରହିଛି ଯେ ରାଜ୍ୟ ପ୍ରଭାରୀଙ୍କ ତରଫରୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳୁ ନଥିବ । ଆମେ ପ୍ରାୟ ଏକ ବର୍ଷ ଧରି ଆପଣଙ୍କ ସହ ସାକ୍ଷାତ କରିବା ପାଇଁ ସମୟ ମାଗୁଛୁ, କିନ୍ତୁ ମନା କରାଯାଇଛି । ଆମର ବହିଷ୍କାର ବିରୋଧରେ ଆମେ ଆବେଦନ କରିଥିଲୁ ଯାହା ବେଆଇନ ଥିଲା କିନ୍ତୁ କେନ୍ଦ୍ରୀୟ ଅନୁଶାସନ କମିଟିକୁ ମଧ୍ୟ ଆମର ଆବେଦନ ଉପରେ ବିଚାର କରିବାକୁ ସମୟ ମିଳିଲା ନାହିଁ । କଂଗ୍ରେସର ବରିଷ୍ଠ ନେତାମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଦଳ ଉପରେ ସେହି ବ୍ୟକ୍ତିଙ୍କ ଦଖଲ ରହିଛି ଯେଉଁମାନେ ବେତନ ଆଧାରରେ କାର୍ଯ୍ୟ କରୁଛନ୍ତି । ଏବଂ ଏମାନେ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନୁହଁନ୍ତି । ଏହି ନେତାମାନେ ଦଳର ଆଦର୍ଶ ସହିତ ପରିଚିତ ନୁହଁନ୍ତି, କିନ୍ତୁ ସେମାନଙ୍କୁ ୟୁପିରେ ଦଳକୁ ନିର୍ଦ୍ଦେଶ ଦେବାର ଦାୟିତ୍ୱ ହସ୍ତାନ୍ତରିତ କରାଯାଇଛି ।