ଚିରାଗ ପାସୱାନଙ୍କ ସହ ଧୋକା! ଘରୁ ତଡାଖାଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଗୋପନ ରଖିଲେ LJP ନେତା
Advertisement

ଚିରାଗ ପାସୱାନଙ୍କ ସହ ଧୋକା! ଘରୁ ତଡାଖାଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଗୋପନ ରଖିଲେ LJP ନେତା

ଲୋକଶକ୍ତି ପାର୍ଟି ନେତା ତଥା ବିହାର ରାଜ୍ୟ ଉପାଧ୍ୟକ୍ଷ ଆଶରଫ ଅନସାରୀ କହିଛନ୍ତି ଯେ, ଘର ଖାଲି କରିବା ପାଇଁ ଚିରାଗଙ୍କୁ ଏକ ସପ୍ତାହ ସମୟ ମଧ୍ୟ ଦିଆଯାଇ ନାହିଁ। କିନ୍ତୁ ଲାଲ କୃଷ୍ଣ ଆଡଭାନୀ ଏବଂ ମୁରଳୀ ମନୋହର ଯୋଶୀଙ୍କୁ ବହୁ ବର୍ଷ ଧରି ବେଆଇନ ଭାବେ ସରକାରୀ କୋଠା ବଣ୍ଟନ କରାଯାଇଛି। ଏହା ଏକ ଡବଲ୍ ଷ୍ଟାଣ୍ଡାର୍ଡ।

ଫାଇଲ ଫଟୋ (ସାଂସଦ ଚିରାଗ ପାସୱାନ)

ନୂଆଦିଲ୍ଲୀ: ନେତାଙ୍କ ଦ୍ୱାରା କବଜା କରାଯାଇଥିବା ସରକାରୀ ସମ୍ପତ୍ତିକୁ ମୁକ୍ତ କରିବା ଅଭିଯାନ ଜୋରଦାର ହୋଇଛି। ଜାତୀୟ ରାଜଧାନୀରେ ସ୍ୱର୍ଗତ ରାମ ଭିଲାସ ପାସୱାନଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳା '୧୨ ଜନପଥ'ରୁ ଲୋକସଭା ସାଂସଦ ଚିରାଗ ପାସୱାନଙ୍କୁ ବିତାଡିତ କରାଯାଇଛି। କିନ୍ତୁ ଶନିବାର ଚିରାଗ ପାସୱାନ୍ ଅଭିଯୋଗ କରିଛନ୍ତି ଯେ, ବଙ୍ଗଳାରୁ ବାହାର କରିବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଜଣେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଆଶ୍ୱସ୍ତ କରିଥିଲେ ଯେ, ତାଙ୍କୁ ଘରୁ ବାହାରକୁ ଯିବାକୁ ପଡିବ ନାହିଁ। 

ପିତା ସ୍ୱର୍ଗତ ରାମ ଭିଲାସ ପାସୱାନଙ୍କୁ ଦିଆଯାଇଥିବା ସରକାରୀ ବାସଭବନରୁ ପୁଅ ଚିରାଗ ପାସୱାନ (Chirag Paswan) ଙ୍କୁ ବାହାର କରିବା ଘଟଣାରେ ଲୋକ ଜନଶକ୍ତି ପାର୍ଟି (LJP) ଆକ୍ରାମକ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ପଛରେ ଷଡଯନ୍ତ୍ର ଥିବା ଚିରାଗ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar) ତାଙ୍କୁ ଅପମାନିତ କରିବା ପାଇଁ ଏଥିରେ କୌଣସି ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ ସନ୍ଦେହ କରିଛନ୍ତି। ପାଶୁପତି କୁମାର ପରାସଙ୍କୁ ମଧ୍ୟ ଟାର୍ଗେଟ କରି ଚିରାଗ କହିଛନ୍ତି ଯେ, ସ୍ୱର୍ଗତ ରାମ ଭିଲାସ ପାସୱାନଙ୍କ ସ୍ମୃତିକୁ ବଦନାମ କରିବା ପାଇଁ ସେ ମୂକ ଦର୍ଶକ ପାଲଟିଛନ୍ତି।

Also Read: ସୋନିଆଙ୍କ କବଜାରେ ସରକାରୀ ସମ୍ପତ୍ତି, କଂଗ୍ରେସ ମୁଣ୍ଡରେ ବି ତିନି କୋଟି

ଚିରାଗ ପାସୱାନ କହିଛନ୍ତି ଯେ, ବଙ୍ଗଳାକୁ ବାହାର କରିବା ପୂର୍ବ ରାତିରେ ଜଣେ କ୍ୟାବିନେଟ ମନ୍ତ୍ରୀ ସେ (ପାସୱାନ) ସମାନ ବଙ୍ଗଳାରେ ରହିବେ ବୋଲି ନିଶ୍ଚିତ କରିଥିଲେ। ମନ୍ତ୍ରୀ ଜଣେ ଅଧିକାରୀଙ୍କୁ ଡାକି,  ଚିରାଗ ଉପରେ କଠୋର ହୁଅନ୍ତୁ ନାହିଁ, କାରଣ ସେ ବିହାରର ଭବିଷ୍ୟତ ବୋଲି କହିଥିଲେ। ସେ କୌଣସି ଛୋଟକାଟିଆ ମନ୍ତ୍ରୀ ନୁହଁନ୍ତି, ବରଂ ଶ୍ରେଷ୍ଠ ପାଞ୍ଚଜଣ ମନ୍ତ୍ରୀଙ୍କ ମଧ୍ୟରେ ସେ ଜଣେ। ସମୟ ଆସିଲେ ସେହି ମନ୍ତ୍ରୀଙ୍କ ନାମ ମଧ୍ୟ ପ୍ରକାଶ କରିବେ ବୋଲି LJP ମୁଖ୍ୟ କହିଛନ୍ତି।

fallback

ଲୋକଶକ୍ତି ପାର୍ଟି ନେତା ତଥା ବିହାର ରାଜ୍ୟ ଉପାଧ୍ୟକ୍ଷ ଆଶରଫ ଅନସାରୀ କହିଛନ୍ତି ଯେ, ଘର ଖାଲି କରିବା ପାଇଁ ଚିରାଗଙ୍କୁ ଏକ ସପ୍ତାହ ସମୟ ମଧ୍ୟ ଦିଆଯାଇ ନାହିଁ। କିନ୍ତୁ ଲାଲ କୃଷ୍ଣ ଆଡଭାନୀ ଏବଂ ମୁରଳୀ ମନୋହର ଯୋଶୀଙ୍କୁ ବହୁ ବର୍ଷ ଧରି ବେଆଇନ ଭାବେ ସରକାରୀ କୋଠା ବଣ୍ଟନ କରାଯାଇଛି। ଏହା ଏକ ଡବଲ୍ ଷ୍ଟାଣ୍ଡାର୍ଡ। ଚିରାଗ ପାସୱାନ ଘର ଖାଲି କରିବାକୁ ଏକ ସପ୍ତାହ ସମୟ ମାଗିଥିଲେ ଏବଂ ନିଜ ପାଇଁ ଘର ଆବଣ୍ଟନ କରିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଘରେ ରଖାଯାଇଥିବା ବର୍ଷ ବର୍ଷର ପୁରୁଣା ଜିନିଷପତ୍ର ହଟାଯାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। କିନ୍ତୁ ଅପମାନଜନକ ଢଙ୍ଗରେ କେନ୍ଦ୍ର ସରକାର ସାମଗ୍ରୀ ବାହାର କରି ରାସ୍ତାରେ ରଖିଲେ ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ।

Also Read: ଓୱେସିଙ୍କ ଗଡ଼ ଉପରେ କଂଗ୍ରେସର ନଜର, ଏପ୍ରିଲ ୪ ରେ ହାଇଦ୍ରାବାଦ ଯିବେ ରାହୁଲ

ଅନ୍ୟପଟେ କଂଗ୍ରେସକୁ ମଧ୍ୟ ସମାନ ଢଙ୍ଗରେ ଦିଲ୍ଲୀ ଚାଣକ୍ୟପୁରୀସ୍ଥିତ ବଙ୍ଗଳା (ନମ୍ବର C-II/109) ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବର୍ତ୍ତମାନ ଏହାର ବକେୟା ୩.୦୮ କୋଟି ଟଙ୍କାରେ ପହଞ୍ଚିଲାଣି। ଆଜିକୁ ୯ ବର୍ଷ ହେଲା ଘରଭଡ଼ା ଦିଆ ଯାଇନାହିଁ। ଏହି ସରକାରୀ ବାସ ଭବନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଚିବ ଭିନସେଣ୍ଟ ଜର୍ଜ ଅବୈଧ ଭାବରେ ରହି ଆସୁଛନ୍ତି।