)
ରାଞ୍ଚି: କେନ୍ଦ୍ର ସରକାର ଶ୍ରମିକ ରେଳ ଚଳାଚଳ ନେଇ ଅନୁମତି ଦେଉନଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ କିଛି ରାଜ୍ୟକୁ ଦୋଷ ଦେଇଥିଲେ। ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି, କେନ୍ଦ୍ର ସରକାର ଏହି ରେଳ ଚଳାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି କିଛି ରାଜ୍ୟ ଏହି ଟ୍ରେନ ଚଳାଚଳ ନେଇ ଅନୁମତି ପ୍ରଦାନ କରୁନଥିବା ସୂଚନା ରହିଛି। ପିୟୁଷ ଗୋଏଲ ଏହି ସୂଚନା ଟ୍ୱିଟ ଯୋଗେ ଦେଇଥିଲେ।
ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତ କହିଛନ୍ତି କି, ଆପଣଙ୍କ ନିକଟରେ ବୋଧହୁଏ ସଠିକ ସୂଚନା ପହଞ୍ଚିପାରିନାହିଁ। ଆପଣଙ୍କୁ ମୁଁ କହି ରଖୁଛି କି, ସର୍ବପ୍ରଥମେ ଝାଡ଼ଖଣ୍ଡ ହିଁ ଶ୍ରମିକ ଟ୍ରେନ ଚଳାଇବାକୁ ଦାବି କରିଥିଲା। ସେ ଆହୁରି ମଧ୍ୟ କହିଥିଲେ କି, ଝାଡ଼ଖଣ୍ଡକୁ ଅଧିକରୁ ଅଧିକ ଟ୍ରେନ ଚଳାଇବାକୁ ପ୍ରୟାସ କରନ୍ତୁ। ବର୍ତ୍ତମାନ ପ୍ରତିଦିନ ୪ ରୁ ୬ଟି ଟ୍ରେନ ବିଭିନ୍ନ ରାଜ୍ୟରୁ ଆସି ରାଞ୍ଚିରେ ପହଞ୍ଚୁଛି। ପାଖାପାଖି ୧୨ ହଜାର ପ୍ରବାସୀଙ୍କୁ ଆଣି ସାରିଛି। ଆହୁରି ମଧ୍ୟ ଆସିବାରେ ଲାଗିଛନ୍ତି। ବିଶ୍ୱାସ ରହିଛି, ଏହି ସମସ୍ୟା ଉପରେ ଆପଣ ପୁଣି ଥରେ ଦୃଷ୍ଟିଦେବେ ବୋଲି ସେ କହିଛନ୍ତି।
माननीय रेल मंत्री जी, ऐसा प्रतीत हो रहा है की आपके विभाग द्वारा आप तक सही जानकारी नहीं पहुँचायी गयी है।
हमने अब तक 110 ट्रेनों की NOC दे दी है और 50 ट्रेनों में लगभग 60 हज़ार से ज़्यादा श्रमिक घर लौट चुके हैं।
मैंने जहां देश में सबसे पहले ट्रेन चलाने की गुहार लगायी थी, अब 1/2 https://t.co/xRzZb4mEzd
— Hemant Soren (घर में रहें - सुरक्षित रहें) (@HemantSorenJMM) May 15, 2020
ଏହା ପୂର୍ବରୁ ରାଜସ୍ଥାନ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସମାଲୋଚନା କରିସାରିଛନ୍ତି।