୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ
Advertisement

୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

PM Modi: ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ, ପିଏମ ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ବିରୋଧୀ ଏପର୍ଯ୍ୟନ୍ତ ଏକମତ ହୋଇପାରି ନାହାଁନ୍ତି । ଅର୍ଥାତ୍ ଗୋଟିଏ ପଟେ ଦାବିଦାବ ପାଇଁ ସ୍ଥାନ ଖାଲି ଅଛି । 

୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ନୂଆଦିଲ୍ଲୀ: PM Modi: ବିହାରରେ କ୍ଷମତା ପାଇଁ ଯେଉଁ ଖେଳ ହୋଇଛି, କ'ଣ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ପାଇଁ ଭାରି ପଡ଼ିଯିବ । ୨୦୨୪ (2024 Lok Sabha Election) ରେ ମୋଦି (PM Modi) ଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ପ୍ରକୃତରେ କଷ୍ଟସାଧ୍ୟ ହୋଇପଡ଼ିବ କି? ବାସ୍ତବରେ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାର ନୂଆ ପ୍ରୟୋଗ ସେହି ସମୟରୁ ଆରମ୍ଭ ହୋଇଛି ଯେବେ ନୀତିଶ କୁମାର (Nitish Kumar) ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ (Bihar CM) ଭାବରେ ଶପଥ ଗ୍ରହଣ କରିଛନ୍ତି ।

ବିଗତ ଦିନରେ ଭାରତୀୟ ଜନତା ପାର୍ଟି (BJP) ଓ ଜନତା ଦଳ ୟୁନାଇଟେଡ୍ (JDU) ମଧ୍ୟରେ ଥିବା ମେଣ୍ଟ ଭାଙ୍ଗି ଯାଇଛି । ସିଏମ ନୀତିଶ କୁମାରଙ୍କୁ ପୁଣିଥରେ ତାଙ୍କ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ମେଟେରିଆଲ  (Nitish Kumar PM Material) ବୋଲି କହୁଛି । ଅର୍ଥାତ୍ ନୀତିଶଙ୍କ ସେହି ପୁରୁଣା ଆଶା, ଯାହାର ଚର୍ଚ୍ଚା ସେ କେବେବି କରିନାହାଁନ୍ତି, କିନ୍ତୁ ତାଙ୍କ ଦଳ ନେତା ବାରମ୍ବାର କହିଆସୁଛନ୍ତି । ରାଷ୍ଟ୍ରୀୟ ଜନତା ଦଳ (RJD) ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ଦାବିଦାବ ବୋଲି କହିସାରିଛି । ୨୦୧୩ ମସିହାରେ ମଧ୍ୟ ଯେତେବେଳେ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା, ନୀତିଶ ଏହାକୁ ବିରୋଧ କରି ସେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ । ସେତେବେଳେ କୁହାଯାଇଥିଲା ଯେ ନୀତିଶ ମଧ୍ୟ ପ୍ରଧାନମନ୍ତ୍ରୀ ମେଟେରିଆଲ । ୨୦୧୫ରେ ବିହାରରେ ମହାମେଣ୍ଟର ବିଜୟ ପରେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ମେଟେରିଆଲ କୁହାଯାଉଥିଲା । କିଛି ଦିନ ପୂର୍ବରୁ ଜେଡିୟୁ ସଂସଦୀୟ ଦଳର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ କୁମାରଙ୍କ ମଧ୍ୟରେ ସମସ୍ତ ଗୁଣ ରହିଛି । ଅର୍ଥାତ୍ ବିହାରରେ ନୀତିଶ ଗୋଟିଏ ତୀରରେ ଅନେକ ଶିକାର କରିଛନ୍ତି । ସେ ବିଜେପିରୁ ଦୂରେଇ ଆରଜେଡି ସହିତ ସରକାର ଗଠନ କରିଛନ୍ତି । ରାଜନୈତିକ ବିଶ୍ଲେଷକ ମନେ କରୁଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶ ବନାମ ମୋଦି ମୁକାବିଲା ଅସମ୍ଭବ ମନେ ହେଉନାହିଁ ।

ଜେଡିୟୁ ସଂସଦୀୟ ଦଳର ଅଧ୍ୟକ୍ଷ କୁଶୱାହ କିଛି ଦିନ ପୂର୍ବରୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ହେବା ପାଇଁ ସିଏମ ନୀତିଶଙ୍କ ମଧ୍ୟରେ ସମସ୍ତ ଗୁଣ ରହିଛି । ନୀତିଶ କୁମାରଙ୍କ ମଧ୍ୟରେ ସେହି ପ୍ରତ୍ୟେକ ଗୁଣ ଅଛି ଯାହା ପ୍ରଧାନମନ୍ତ୍ରୀ ହେବା ପାଇଁ ଆବଶ୍ୟକ । ଏହାସହ ବିଗତ ଦିନରେ କୁଶୱାହ ଟ୍ୱିଟ କରି ନୀତିଶଙ୍କୁ ଆଗକୁ ବଢ଼ିବାକୁ ଅପିଲ କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, ନୂଆ ସ୍ୱରୂପରେ ନୂଆ ମେଣ୍ଟର ନେତୃତ୍ୱର ଉତ୍ତରଦାୟିତ୍ୱ ପାଇଁ ନୀତିଶ କୁମାରଙ୍କୁ ଶୁଭେଚ୍ଛା । ନୀତିଶଜୀ, ଆଗକୁ ବଢ଼ନ୍ତୁ । ଦେଶ ଆପଣଙ୍କୁ ଅପେକ୍ଷା କରିଛି ।

PM ହେବାକୁ ଇଚ୍ଛା!

୨୦୨୪ ସାଧାରଣ ନିର୍ବାଚନକୁ ଆଉ ଦୁଇ ବର୍ଷ ବାକି ଅଛି । ବିହାରର ରାଜନୈତିକ ଗୋଳିରେ ଏହା ସାଧାରଣ ଚର୍ଚ୍ଚା ଯେ ନୀତିଶ 2024 ରେ ପ୍ରଧାନମନ୍ତ୍ରୀ ପଦର ଦାବି କରିବେ ଓ ତେଜସ୍ୱୀଙ୍କୁ ରାଜ୍ୟର କମାଣ ହସ୍ତାନ୍ତର କରାଯିବ । ତେବେ ଜେଡିୟୁ କିମ୍ବା ଆରଜେଡିର ନେତାମାନେ ଏହି ଚର୍ଚ୍ଚା ଉପରେ କିଛି କହିବା ଠାରୁ ଦୂରେଇ ରହୁଛନ୍ତି । ଅନ୍ୟପକ୍ଷରେ ବିଶ୍ଳେଷକଙ୍କ ଅନୁଯାୟୀ, ଇଦ୍ ଦିନରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ମୁହର୍ରମ ଦିନ ଶେଷ ହୋଇଛି । ସୂଚନାନୁସାରେ, ବର୍ତ୍ତମାନ ନୀତିଶ ନିଶ୍ଚିତ ଭାବରେ ୨୦୨୪  ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବେ । ଅର୍ଥାତ୍ ବର୍ତ୍ତମାନ ତାଙ୍କର ଇଚ୍ଛା ହେଉଛି ପ୍ରଧାନମନ୍ତ୍ରୀ ଗାଦି । ଏଥିପାଇଁ ସେ ବିହାରରେ ରହୁଥିବାବେଳେ ଏକ ନୂତନ ରଣନୀତି ପ୍ରସ୍ତୁତ କରିବେ ।

ଏହା ବି ପଢ଼ନ୍ତୁ:-ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

ଏହା ବି ପଢ଼ନ୍ତୁ:-ପ୍ରଥମେ ଶୁଭେଚ୍ଛା ପରେ ମୋଦି ସରକାରଙ୍କୁ ଚେତାବନୀ, ସୋନିଆ ଗାନ୍ଧୀଙ୍କ ବାର୍ତ୍ତାରେ ଲୁଚି ରହିଛି ଅନେକ ସଙ୍କେତ

ଏହା ବି ପଢ଼ନ୍ତୁ:-ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...

 

ତେବେ ୨୦୨୪ରେ ମୋଦିଙ୍କ ସାମ୍ନା ରହିବେ ନୀତିଶ?

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ, ପିଏମ ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ବିରୋଧୀ ଏପର୍ଯ୍ୟନ୍ତ ଏକମତ ହୋଇପାରି ନାହାଁନ୍ତି । ଅର୍ଥାତ୍ ଗୋଟିଏ ପଟେ ଦାବିଦାବ ପାଇଁ ସ୍ଥାନ ଖାଲି ଅଛି । ଏଭଳି ପରିସ୍ଥିତିରେ ନୀତିଶ କୁମାର ନିଜକୁ ସେହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉପସ୍ଥାପନ କରିବାକୁ ରଣନୀତି ପ୍ରସ୍ତୁତ କରିବେ । ପ୍ରଥମେ ନୀତିଶ ଅନେକ ଥର ହସି ହସି ପିଏମ ପଦର ଦାବିକୁ ଏଡ଼ାଇ ଯାଇଥିଲେ, କିନ୍ତୁ ଏଥର ସେ ବୋଧହୁଏ ଗମ୍ଭୀର ଅଛନ୍ତି । କିନ୍ତୁ ନୀତିଶଙ୍କ ପାଇଁ ରାସ୍ତା ସହଜ ହେବ ନାହିଁ । କାରଣ ବିରୋଧୀ ଦଳଗୁଡ଼ିକ ମଧ୍ୟରୁ  କଂଗ୍ରେସ ହେଉଛି ସବୁଠାରୁ ବଡ଼ ଓ ରାଷ୍ଟ୍ରୀୟ ଦଳ । ସାରା ଦେଶରେ ଦଳର ସଂଗଠନ ରହିଛି । ଫଳରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କ ପରିବର୍ତ୍ତେ ନୀତିଶ କୁମାରଙ୍କ ନାମ ଉପରେ ସହମତ ହେବ କି ନାହିଁ, ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ । ସେହିପରି ମମତା ବାନାର୍ଜୀ, ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ୍ର କେଜ୍ରିୱାଲ ପରି ନେତା ନିଜକୁ ପ୍ରଧାନମନ୍ତ୍ରୀ ପଦର ଦାବିଦାର ଭାବେ ଦେଖୁଛନ୍ତି । ସେମାନେ ନିଜର ମହତ୍ତ୍ୱାକାଂକ୍ଷାଙ୍କୁ ମାରି ନୀତିଶଙ୍କୁ ସମର୍ଥନ କରିବେ କି, ତାହା ବି ଏକ ସବୁଠାରୁ ବଡ଼ ପ୍ରଶ୍ନ ।   

ସେପଟେ ବିହାରରେ ସରକାର ପରିବର୍ତ୍ତନ ପରେ ଲୋକଙ୍କ ମୁଡ୍ ଜାଣିବା ପାଇଁ ଇଣ୍ଡିଆ ଟୁଡେ ସି-ଭୋଟର ସହ ମିଶି ଏକ ସର୍ଭେ କରିଛି । ସର୍ଭେ ଅନୁଯାୟୀ, ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର (NDA Government) ପୁଣି ଗଠନ ହେବ, କିନ୍ତୁ ବିହାର ରାଜନୀତି (Bihar Politics) ରେ ପରିବର୍ତ୍ତନ ଯୋଗୁଁ ତାକୁ ଏହାର କ୍ଷତି ସହିବାକୁ ପଡ଼ିବ ।

ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଦେଶରେ ଏନଡିଏ ସରକାର ଗଠନ ହେବ । କିନ୍ତୁ ନୀତିଶ କୁମାରଙ୍କ ଏନଡିଏରୁ ଅଲଗା ହେବାର କ୍ଷତି ବିଜେପିକୁ ସହିବାକୁ ପଡ଼ିବ । ଇଣ୍ଡିଆ ଟୁଡେ ସି ଭୋଟର ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ଯଦି ଅଗଷ୍ଟ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏନଡିଏ ୫୪୩ଟି ଆସନରୁ ୩୦୭ଟି, ୟୁପିଏ ୧୨୫ଟି ଆସନ ପାଇବ । ଅନ୍ୟପଟେ ଅନ୍ୟ ଦଳଗୁଡିକ ୧୧୧ଟି ଆସନ ପାଇବେ, କିନ୍ତୁ ଯଦି ବିହାରରେ ସରକାର ପରିବର୍ତ୍ତନ ପରେ ନିର୍ବାଚନ ଅନୁଷ୍ଠିତ ହୁଏ, ତା’ପରେ ଏନଡିଏକୁ ୨୧ଟି ଆସନର ସିଧାସଳଖ କ୍ଷତି ହେଉଛି । ଏନଡିଏକୁ ୨୮୬ଟି ଆସନ ମିଳୁଥିବାବେଳେ ୟୁପିଏ ୧୪୬ଟି ଆସନ ପାଇବ । ସେପଟେ ଅନ୍ୟ ଦଳଗୁଡିକକୁ ୧୧୧ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।