Advertisement
Article Detail0/zeeodisha/odisha997310
Zee OdishaOther Newsଝାଡ଼ଖଣ୍ଡ ମୁହାଁ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଝାଡ଼ଖଣ୍ଡ ମୁହାଁ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr
ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭାରତ ଭୂଷଣ ପରିଡ଼ା, ନୂଆଦିଲ୍ଲୀ: ବଙ୍ଗୋପ ସାଗର ଠାରେ ସୃଷ୍ଟ ହୋଇଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ସହ ୱେଲ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇଛି। ଲଘୁଚାପ ଏବେ ଉତ୍ତର ଝାଡଖଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ବିହାର ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସହ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ବର୍ଷା ଓ ବଜ୍ରପାତ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଯାହା ଫଳରେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଥିବା ଜିଲ୍ଲା ମଧ୍ୟରେ ରହିଛି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ। ସେହିପରି ଆସନ୍ତାକାଲି ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ ଆସନ୍ତା ୨ ତାରିଖ ପରଠାରୁ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ।

Add Zee News as a Preferred Source
About the Author