ମହିଳା ସାଂସଦଙ୍କ ଫଟୋ ଭାଇରାଲ ଘଟଣା; ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଏମିତି କଥା
Advertisement

ମହିଳା ସାଂସଦଙ୍କ ଫଟୋ ଭାଇରାଲ ଘଟଣା; ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଏମିତି କଥା

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ (Rajesh Tope) କହିଛନ୍ତି ଯେ, ଫଟୋ ଉଠାଇବା ଆଇନର ଅଂଶ ନୁହେଁ। କିନ୍ତୁ ଫଟୋ ଉଠାଇ ତାକୁ ଭାଇରାଲ (Pic Viral) କରି ତାହାର ରାଜନୈତିକକରଣ କରିବା ଭଲ ନୁହଁ। ଫଟୋ କିପରି ଭାଇରାସ ହେଲା ଆମେ ଏହା ଉପରେ ତଦନ୍ତ କରୁଛୁ।

ସୌ- ସୋସିଆଲ ମିଡିଆ

ମୁମ୍ବାଇ: ବର୍ତ୍ତମାନ ସାଂସଦ ନବନୀତ ରାଣାଙ୍କ ଭାଇରାଲ ଫଟୋକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ସାଂସଦଙ୍କ ଲିଲାବତୀ ହସ୍ପିଟାଲର ଭିଡିଓ ଭାରାଲ ହେବା ପରଠାରୁ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ସମବେଦନ ପାଇବା ଓ ପଲିଟିକାଲ ରୋଟି ସେକିବାକୁ ସାଂସଦ ଜାଣିଶୁଣି ନିଜେ ତାଙ୍କର ଫଟୋ ଭାଇରାଲ କରିଥିବା ଶାସକ ଦଳ ଅଭିଯୋଗ କରିଛି। ତେବେ ଏହାର ତଦନ୍ତ କରାଯିବ ବୋଲି ବୁଧବାର ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ (Rajesh Tope) କହିଛନ୍ତି ଯେ, ଫଟୋ ଉଠାଇବା ଆଇନର ଅଂଶ ନୁହେଁ। କିନ୍ତୁ ଫଟୋ ଉଠାଇ ତାକୁ ଭାଇରାଲ (Pic Viral) କରି ତାହାର ରାଜନୈତିକକରଣ କରିବା ଭଲ ନୁହଁ। ଫଟୋ କିପରି ଭାଇରାସ ହେଲା ଆମେ ଏହା ଉପରେ ତଦନ୍ତ କରୁଛୁ। ଆମେ ଲିଲାବତୀ ହସ୍ପିଟାଲ ସହିତ ମଧ୍ୟ କଥା ହେବୁ। ଫଟୋ ସାଂସଦ ରାଣାଙ୍କ ତରଫରୁ ଭାରାଇରାଲ କରାଯାଇଛି ନା ଏଥିରେ ହସ୍ପିଟାଲ ଷ୍ଟାଫଙ୍କର ସଂମ୍ପୃକ୍ତି ଅଛି ତାହାର ତଦନ୍ତ ହେବ। ଆଉ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

Also Read: ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ନିକଟରେ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲ (Lilabati Hospital) ରେ ସ୍ୱାଧିନ ସାଂସଦ ନବନୀତ ରାଣା ତାଙ୍କର ଏମଆରଆଇ କରାଇଥିଲେ। ଆଉ ସାଂସଦଙ୍କ ଏମଆରଆଇ ସ୍କାନିଂ ସମୟର କିଛି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ତେବେ ଫଟୋ ଗୁଡିକ ସାଂସଦ ନବନୀତ ରାଣାଙ୍କ କାର୍ଯ୍ୟାଳୟ ତରଫରୁ ସେୟାର କରାଯାଇଥିବା ଖବର ସରବରାହ ସଂସ୍ଥା ଏଏନ୍ଆଇ ଦାବି କରିଛି। ମହିଳା ସାଂସଦ (Lady MP) ନବନୀତଙ୍କ ସେହି ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ଏହାକୁ ସାଂସଦଙ୍କ ଲୋକଦେଖାଣିଆ କାର୍ଯ୍ୟ ବୋଲି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରଛନ୍ତି।

 

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପଢିବାକୁ ଧମକ ଦେଇ ସାଂସଦ ନବନୀତ ରାଣା (Navneet Rana) ଓ ତାଙ୍କ ସ୍ୱାମୀ ରବି ରାଣା ଗିରଫ ହୋଇଥିଲେ। ଜାମିନ ନାମଞ୍ଜୁର ପରେ ତାଙ୍କୁ ୧୩ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଜେଲରୁ ଫେରିଲା ପରେ ସାଂସଦ ଲଗାତର ଅସୁସ୍ଥ ହେଉଥିବା କହୁଥିଲେ। ଶରୀର ପୀଡା ଓ spondylitis ହେଉଥିବାରୁ ଲିଲାବତୀ ହସ୍ପିଟାଲରେ ତାଙ୍କର MRI ସ୍କାନ୍ କରାଯାଇଛି। ଏହା ପୂର୍ବରୁ ବି ନିଜର ଖରାପ ସ୍ୱାସ୍ଥ୍ୟବସ୍ଥା ପାଇଁ ସାଂସଦ ନବନୀତ କାନ୍ଦୁଥିବାର ଏକ ଭିଡିଓ ସୋସୋଆଲ ମିଡିଆରେ ଭାଇରାଲ ହୋଇଥିଲା।