ଏକନାଥ ସିନ୍ଦେ ଓ ବିଜେପି ପାଇଁ ଯାଦୁକର ପାଲଟିବ ୩୭ ନମ୍ୱର, ଉଦ୍ଧବ ସରକାରଙ୍କ ପାଖରେ କ'ଣ ରହିଛି ବିକଳ୍ପ; ଜାଣନ୍ତୁ ପୁରା ଗଣିତ
Advertisement

ଏକନାଥ ସିନ୍ଦେ ଓ ବିଜେପି ପାଇଁ ଯାଦୁକର ପାଲଟିବ ୩୭ ନମ୍ୱର, ଉଦ୍ଧବ ସରକାରଙ୍କ ପାଖରେ କ'ଣ ରହିଛି ବିକଳ୍ପ; ଜାଣନ୍ତୁ ପୁରା ଗଣିତ

Maharashtra Political Crisis: ଏକନାଥ ସିନ୍ଦେ ଶିବସେନାରେ ଜଣେ ପ୍ରଭାବଶାଳୀ ନେତା । ଏକନାଥ ସିନ୍ଦେଙ୍କ ଟ୍ୱିଟରୁ ଜଣାପଡିଛି ଯେ, ସେ ବିଦ୍ରୋହ କରିବା ମୁଡରେ ଅଛନ୍ତି । ସେ ଲେଖିଛନ୍ତି ଯେ ସେ ବାଲାସାହେବଙ୍କ ବିଚାରକୁ ଅନୁସରଣ କରୁଛନ୍ତି ଓ କ୍ଷମତା ପାଇଁ ତାଙ୍କର ବିଚାରଧାରା ସହ ସାଲିସ କରିନାହାଁନ୍ତି । ଯଦି ଏକନାଥ ସିନ୍ଦେ ବିଦ୍ରୋହ କରନ୍ତି, ତେବେ ଉଦ୍ଧବ ସରକାର ଗୁରୁତର ସଙ୍କଟରେ ପଡ଼ିବେ । 

ଏକନାଥ ସିନ୍ଦେ ଓ ବିଜେପି ପାଇଁ ଯାଦୁକର ପାଲଟିବ ୩୭ ନମ୍ୱର, ଉଦ୍ଧବ ସରକାରଙ୍କ ପାଖରେ କ'ଣ ରହିଛି ବିକଳ୍ପ; ଜାଣନ୍ତୁ ପୁରା ଗଣିତ

ନୂଆଦିଲ୍ଲୀ: Maharashtra Political Crisis: କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ପରି ମହାରାଷ୍ଟ୍ରରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ବର୍ତ୍ତମାନ ମହା ବିକାଶ ଅଘାଡ଼ୀ ସରକାର (Maha Vikas Aghadi) ଉପରେ ସଙ୍କଟ ଦେଖାଦେଇଛି । ଶିବସେନା (Shiv Sena) ତରଫରୁ ମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଅନେକ ବିଧାୟକଙ୍କ ସହ ଗୁଜୁରାଟର ସୁରଟରେ ଏକ ଶିବିର ଲଗାଇଛନ୍ତି । ଏଭଳି ପରିସ୍ଥିତିରେ ଉଦ୍ଧବ ସରକାର ସଙ୍କଟରେ ଘେରି ରହିଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାର (NCP Chief Sharad Pawar) କହିଛନ୍ତି ଯେ ଯଦି ସରକାର ଭାଙ୍ଗେ ତେବେ ସେ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ଅଛନ୍ତି । ତଥାପି ସେ କହିଛନ୍ତି ଯେ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱରେ ସରକାର ଭଲରେ ଚାଲୁଛି । ଏକନାଥ ସିନ୍ଦେଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ କୌଣସି ଦାବି ସାମ୍ନାକୁ ଆସିନାହିଁ । ଏସବୁ ଶିବସେନାର ଆଭ୍ୟନ୍ତରୀଣ ବିଷୟ ବୋଲି ପାୱାର କହିଛନ୍ତି ।

ଏକନାଥ ସିନ୍ଦେ ଶିବସେନାରେ ଜଣେ ପ୍ରଭାବଶାଳୀ ନେତା । ଏକନାଥ ସିନ୍ଦେଙ୍କ ଟ୍ୱିଟରୁ ଜଣାପଡିଛି ଯେ, ସେ ବିଦ୍ରୋହ କରିବା ମୁଡରେ ଅଛନ୍ତି । ସେ ଲେଖିଛନ୍ତି ଯେ ସେ ବାଲାସାହେବଙ୍କ ବିଚାରକୁ ଅନୁସରଣ କରୁଛନ୍ତି ଓ କ୍ଷମତା ପାଇଁ ତାଙ୍କର ବିଚାରଧାରା ସହ ସାଲିସ କରିନାହାଁନ୍ତି । ଯଦି ଏକନାଥ ସିନ୍ଦେ ବିଦ୍ରୋହ କରନ୍ତି, ତେବେ ଉଦ୍ଧବ ସରକାର ଗୁରୁତର ସଙ୍କଟରେ ପଡ଼ିବେ । ବର୍ତ୍ତମାନ ୩୭ ନମ୍ବର ଉଭୟ ସିନ୍ଦେ ଓ ବିଜେପି ପାଇଁ ଯାଦୁକର ପାଲଟିଛି । ଆସନ୍ତୁ ବୁଝିବା ଏହା କ'ଣ...

ଶିବସେନା ପାଖରେ ବର୍ତ୍ତମାନ ୫୫ ଜଣ ବିଧାୟକ ଅଛନ୍ତି । ଏକନାଥ ସିନ୍ଦେଙ୍କ ସହ କେତେଜଣ ବିଧାୟକ ଅଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଯଦିଓ ଏହି ସଂଖ୍ୟା ୧୧ରୁ ୨୨ ମଧ୍ୟରେ କୁହାଯାଉଛି, ଯେଉଁଥିରେ ଜଣେ ମନ୍ତ୍ରୀ ସାମିଲ ଅଛନ୍ତି । ନିକଟ ଅତୀତରେ  ସହରୀ ବିକାଶ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧ କରିଥିଲେ । ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀରେ ଆଣ୍ଟି-ଡିଫେକ୍ସନ୍ ବା ଦଳ ବଦଳ ଆଇନ ଉଲ୍ଲେଖ କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ ସମର୍ଥନ କରନ୍ତି ତ କୌଣସି ଗୋଷ୍ଠୀ ଦଳରୁ ଦୂରେଇ ଯାଇ ଏକ ପୃଥକ ଦଳ ଗଠନ କରିପାରିବେ । ଅନ୍ୟ ଅର୍ଥରେ ଅଯୋଗ୍ୟତାକୁ ଏଡାଇବା ପାଇଁ ଏକନାଥ ସିନ୍ଦେଙ୍କୁ ଦୁଇ-ତୃତୀୟାଂଶ ଅର୍ଥାତ୍ ୩୭ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ଯଦି ଏହା ନହୁଏ ତେବେ ଏହି ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ କରାଯାଇପାରିବ ଓ ଉଦ୍ଧବ ସରକାର ଏହି ସଙ୍କଟରୁ ରକ୍ଷା ପାଇପାରିବେ ।

ଦଳ ବଦଳ ଆଇନ ମଧ୍ୟ ଅନୁମତି ଦିଏ ଯେ ଦଳର ଏକ ତୃତୀୟାଂଶ ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ଅନ୍ୟ ଦଳରେ ଯୋଗ ଦେଇ ପାରୁଥିଲେ । ତେବେ, ୨୦୦୩ରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ କରାଯାଇଥିବା ସଂଶୋଧନ ପରେ ଦଳ ବଦଳ ଆଇନକୁ ଏଡାଇବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ନୂତନ ରାଷ୍ଟ୍ରପତିଙ୍କ ପାଇଁ ବିଜେପିରେ ୧୦ରୁ ଅଧିକ ନାମ ଉପରେ ଚାଲିଛି ମନ୍ଥନ, ଏହି ୫ ନାଁକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ଉଦ୍ଧବ ସରକାରଙ୍କ ସମର୍ଥନରେ କେତେ ବିଧାୟକ, ବିଜେପି ପାଖରେ ରହିଛି ଏତେ ବିଧାୟକଙ୍କ ସମର୍ଥନ; ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାର ସମ୍ପୂର୍ଣ୍ଣ ସମୀକରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ବିଜେପି ଗଢ଼ିବ ସରକାର! ଗୁଜୁରାଟରେ ଶିବସେନାର ୧୩ ନୁହେଁ ଅଛନ୍ତି ୨୬ ବିଧାୟକ

 

ଏଠାରେ କହି ରଖୁଛୁ ଯେ, ଗଭୀର ସଙ୍କଟ ମଧ୍ୟରେ ମହା ବିକାଶ ଅଘାଡ଼ୀ ସରକାରଙ୍କ ପ୍ରାଥମିକତା ହେଉଛି ଯଥାସମ୍ଭବ ବିଧାୟକଙ୍କୁ ଫେରାଇ ଆଣିବା । ଅନ୍ୟପଟେ ଏହା ମଧ୍ୟ ଦେଖିବାକୁ ପଡ଼ିବ ଯେ ଯଦି ସିନ୍ଦେଙ୍କ ସହ ୨୦ ଜଣ ବିଧାୟକ ଅଛନ୍ତି ଓ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ, ତେବେ ମହା ବିକାଶ ଅଘାଡ଼ୀ ସରକାର ମଧ୍ୟ ସଙ୍କଟରେ ପଡ଼ିବ । ଏଭଳି ପରିସ୍ଥିତିରେ ବିଧାୟକଙ୍କ ସଂଖ୍ୟା ପ୍ରାୟ ଏନଡିଏର ବିଧାୟକଙ୍କ ନିକଟତର ହୋଇଯିବ ।