ପୁଣି ବିଜେପି-ଶିବସେନା ଏକାଠି ହେବାକୁ ନେଇ ଚାଲିଛି ଚର୍ଚ୍ଚା, କିନ୍ତୁ ସଞ୍ଜୟ ରାଉତଙ୍କ ବୟାନରୁ ଆସିଛି ନୂଆ ଟ୍ୱିଷ୍ଟ
Advertisement

ପୁଣି ବିଜେପି-ଶିବସେନା ଏକାଠି ହେବାକୁ ନେଇ ଚାଲିଛି ଚର୍ଚ୍ଚା, କିନ୍ତୁ ସଞ୍ଜୟ ରାଉତଙ୍କ ବୟାନରୁ ଆସିଛି ନୂଆ ଟ୍ୱିଷ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଓ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସାକ୍ଷାତ ପରେ ଶିବସେନା-ବିଜେପି (Shiv Sena-BJP) 'ପୁନର୍ମିଳନ' ର ସମ୍ଭାବନା ଉପରେ ଆଲୋଚନା କରାଯାଉଥିଲା । ସେପଟେ ରାଉତଙ୍କ ବୟାନ ବିଜେପି ଓ ଶିବସେନା ମଧ୍ୟରେ ବାକ୍ ଯୁଦ୍ଧକୁ ଆହୁରି ତୀବ୍ର କରିପାରେ ।

ପୁଣି ବିଜେପି-ଶିବସେନା ଏକାଠି ହେବାକୁ ନେଇ ଚାଲିଛି ଚର୍ଚ୍ଚା, କିନ୍ତୁ ସଞ୍ଜୟ ରାଉତଙ୍କ ବୟାନରୁ ଆସିଛି ନୂଆ ଟ୍ୱିଷ୍ଟ

ମୁମ୍ବାଇ: Maharashtra Politics: ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଉଠିଛି । ବିଗତ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray)  ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ମଧ୍ୟରେ ସାକ୍ଷାତ ଏବଂ ଶିବସେନା ସାଂସଦ ସଞ୍ଚୟ ରାଉତଙ୍କ ଦ୍ୱାରା ଦିଆଯାଇଥିବା ବୟାନ ପରେ ରାଜ୍ୟ ରାଜନୀତରେ ପାରା ବଢ଼ିଯାଇଥିଲା । ଯାହା ପରେ ବିଜେପି ଓ ଶିବସେନା ପୁଣିଥରେ ଏକାଠି ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ଏହି ସମୟରେ ଜାଲଗାଓଁ ଜିଲ୍ଲାର ଶିବସେନା (Shiv Sena) ର ଏକ ରାଲିରେ ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି । ସଞ୍ଜୟ ରାଉତ କହିଛନ୍ତି, "ବିଜେପି-ଶିବସେନା ମିଳିତ ମେଣ୍ଟ ସରକାର ସମୟରେ ସେମାନଙ୍କ ସହ ଗୁଲାମ୍ ବା ଦାସତ୍ୱ ଭଳି ବ୍ୟବହାର କରାଯାଉଥିଲା ।" ରାଉତଙ୍କ ଏହି ବୟାନ ପରେ ବିଜେପି-ଶିବସେନା ମଧ୍ୟରେ ବିବାଦ ଆହୁରି ବଢିବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ରାଉତଙ୍କ ବୟାନରୁ ବଢ଼ିବ ବିବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଓ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସାକ୍ଷାତ ପରେ ଶିବସେନା-ବିଜେପି (Shiv Sena-BJP) 'ପୁନର୍ମିଳନ' ର ସମ୍ଭାବନା ଉପରେ ଆଲୋଚନା କରାଯାଉଥିଲା । ସେପଟେ ରାଉତ (Sanjay Raut) ଙ୍କ ବୟାନ ବିଜେପି ଓ ଶିବସେନା ମଧ୍ୟରେ ବାକ୍ ଯୁଦ୍ଧକୁ ଆହୁରି ତୀବ୍ର କରିପାରେ । ରାଉତ ଅଭିଯୋଗ କରିଛନ୍ତି ଯେ, "ବିଜେପି-ଶିବସେନା ମେଣ୍ଟର ଦେବେନ୍ଦ୍ର ଫଡନାଭିସ୍ ସରକାର ସମୟରେ ଗତ ୫ ବର୍ଷ ମଧ୍ୟରେ ଯେତେବେଳେ ଆମେ କ୍ଷମତାରେ ଥିଲୁ, ଶିବସେନାକୁ ଶେଷ କରିବା ପାଇଁ ଏକ ସଚେତନ ପ୍ରୟାସ କରାଯାଇଥିଲା । ୫ ବର୍ଷ କ୍ଷମତାରେ ଥିବା ସତ୍ତ୍ୱେ ଆମେ ଦାସ ହୋଇ ରହିଥିଲୁ ।"

ଅଧିକ ପଢ଼ନ୍ତୁ:-'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'

ଶିବସେନାର ହିଁ ରହିବ  CM

ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ୀ (Maha Vikas Aghadi-MVA) ସରକାରରେ ମୁଖ୍ୟମନ୍ତ୍ରୀ ପଦର ୫ ବର୍ଷ କାର୍ଯ୍ୟକାଳ ଶିବସେନା ପାଖରେ ରହିବ । ଏହା ଏପରି କିଛି ଯେଉଁଥିରେ କୌଣସି ବୁଝାମଣା କରିହେବ ନାହିଁ । ରାଜ୍ୟରେ ବିଜେପିର ପୁରୁଣା ସହଯୋଗୀ ଶିବସେନା ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବା ପ୍ରସଙ୍ଗରେ ବିଜେପି ଛାଡି ୨୦୧୯ରେ NCP ଓ କଂଗ୍ରେସ (Congress) ସହ ହାତ ମିଳାଇ MVA ସରକାର ଗଠନ କରିଥିଲେ ।

ଅଧିକ ପଢ଼ନ୍ତୁ:-RT-PCR ରିପୋର୍ଟ ନୁହେଁ, ବରଂ ଏବେ ଟ୍ରେନରେ ଯାତ୍ରା କରିବା ପାଇଁ ଏହାର ପଡ଼ିବ ଆବଶ୍ୟକ! ଜାଣନ୍ତୁ କ'ଣ ରହିଛି ରେଲୱେର ପ୍ଲାନ୍

କଂଗ୍ରେସ ନେତା ପାଟୋଲୋଙ୍କ ବୟାନ ଉପରେ ଆସିଛି ଏହି ପ୍ରତିକ୍ରିୟା

ନାଶିକରେ ସଞ୍ଜୟ ରାଉତ କହିଛନ୍ତି, "ମହା ବିକାଶ ଅଘାଡ଼ୀ ସରକାରରେ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ । ଏହା ଏକ ପ୍ରତିବଦ୍ଧତା ଓ ଏହି ପଦକୁ ଭାଗ କରିହେବା ନାହିଁ । ଏଥିରେ କୌଣସି ଆପୋଷ ବୁଝାମଣା ମଧ୍ୟ ହେବ ନାହିଁ ।" କଂଗ୍ରେସ ପ୍ରଦେଶାଧ୍ୟକ୍ଷ ନାନା ପାଟୋଲୋଙ୍କ ମନ୍ତବ୍ୟ ଉପରେ ରାଉତ ପ୍ରକୃତରେ ପ୍ରତିକ୍ରିୟା ଦେଇଥିଲେ । ପାଟୋଲୋ କହିଥିଲେ ଯେ, ୨୦୨୪ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ରାଜ୍ୟର ସବୁଠୁ ବଡ ଦଳ ହେବ । ରାଉତ କହିଛନ୍ତି ଯେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ପାଟୋଲୋ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି । କୌଣସି ପଦରେ ପହଞ୍ଚିବାର ଇଚ୍ଛା ରଖିବାରେ କିଛି ଭୁଲ୍ ନାହିଁ । କଂଗ୍ରେସର ଅନେକ ନେତା ଦେଶର ନେତୃତ୍ୱ କରିବାକୁ ମଧ୍ୟ ସକ୍ଷମ ଅଛନ୍ତି ।