ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଫାଟ!
Advertisement

ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଫାଟ!

Maharashtra Politics: ଏକନାଥ ସିନ୍ଦେଙ୍କ ବିଦ୍ରୋହର ଏକ ମାସରୁ ଅଧିକ ସମୟ ଅତିବାହିତ ହୋଇସାରିଛି । ଆହୁରି ମଧ୍ୟ ତାଙ୍କର ଶପଥ ଗ୍ରହଣ ସମାରୋହର ଅନେକ ଦିନ ବିତିଗଲାଣି ।

ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଫାଟ!

ନୂଆଦିଲ୍ଲୀ: Maharashtra Politics: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ଦୀର୍ଘ ସମୟ ବିତି ଗଲାଣି । କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଏପର୍ଯ୍ୟନ୍ତ ତାଙ୍କ କ୍ୟାବିନେଟ (Maharashtra Cabinet) କୁ ବିସ୍ତାର କରିନାହାଁନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ଏହାକୁ ଚୂଡ଼ାନ୍ତ କରିବାର ଥିଲା, ଯେଉଁଠାରେ ତାଙ୍କୁ ବିଜେପି ହାଇକମାଣ୍ଡ (BJP High Command) ଙ୍କ ସହ ସାକ୍ଷାତ କରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାଙ୍କର ଗସ୍ତ ବାତିଲ କରିଛନ୍ତି । ତେବେ ସେ ଏହାର କାରଣ କିଛି କହି ନାହାଁନ୍ତି ।

ନିକଟ ଅତୀତରେ ଏକନାଥ ସିନ୍ଦେ କହିଥିଲେ ଯେ, ସେ ଆଗାମୀ ତିନି ଦିନ ମଧ୍ୟରେ  ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିବେ । କିନ୍ତୁ ଦିଲ୍ଲୀ ଗସ୍ତ ବାତିଲ ରହିବା ପରେ କଳ୍ପନାଜଳ୍ପନାର ବଜାର ପୁଣି ଥରେ ଗରମ ହୋଇ ଉଠିଛି । ଲୋକମାନେ ବର୍ତ୍ତମାନ ସିନ୍ଦେ ଗୋଷ୍ଠୀ ଓ ବିଜେପି ମଧ୍ୟରେ ସମୀକରଣ ଉପରେ ମଧ୍ୟ ଆଲୋଚନା କରୁଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ ସିଏମ୍ ହେବା ପରେ ଏକନାଥ ସିନ୍ଦେ ଅନେକ ଥର ଦିଲ୍ଲୀ ଗସ୍ତ କରିଛନ୍ତି । ଅଧିକାଂଶ ବୈଠକ ପରେ କ୍ୟାବିନେଟ୍ ବିସ୍ତାର ଉପରେ ଅନ୍ତିମ ମୋହର କଥା କୁହାଯାଉଛି ।

ଏକନାଥ ସିନ୍ଦେଙ୍କ ବିଦ୍ରୋହର ଏକ ମାସରୁ ଅଧିକ ସମୟ ଅତିବାହିତ ହୋଇସାରିଛି । ଆହୁରି ମଧ୍ୟ ତାଙ୍କର ଶପଥ ଗ୍ରହଣ ସମାରୋହର ଅନେକ ଦିନ ବିତିଗଲାଣି । ଜୁନ୍ ୩୦ରେ ଏକନାଥ ସିନ୍ଦେ (Eknath Shinde) ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏହା ପରେ ପ୍ରତ୍ୟେକ ଥର କୁହାଯାଉଛି ଯେ ସିନ୍ଦେ ଓ ଫଡନାଭିସ୍ ଖୁବ ଶୀଘ୍ର କ୍ୟାବିନେଟ୍ ବିସ୍ତାର କରିବେ, କିନ୍ତୁ ଏପର୍ଯ୍ୟନ୍ତ ବିସ୍ତାର ହୋଇପାରି ନାହିଁ ।

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ଆହୁରି ୧୩୩ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-ଏହି ୫ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବ ଅଗଷ୍ଟ ମାସ, ୨୧ ଦିନ ପର୍ଯ୍ୟନ୍ତ ବର୍ଷିବ ଟଙ୍କା ହିଁ ଟଙ୍କା!

ଏହି ସମୟରେ ବିରୋଧୀ ମଧ୍ୟ ରାଜ୍ୟ ସରକାରଙ୍କୁ କ୍ୟାବିନେଟର ସମ୍ପ୍ରସାରଣ ନକରିବାକୁ ନେଇ ସମାଲୋଚନା କରୁଛନ୍ତି । ବିଦର୍ଭ-ମରାଠୱାଡାରେ ପ୍ରବଳ ବର୍ଷା ଯୋଗୁଁ କୃଷିକୁ କ୍ଷତି ପହଞ୍ଚାଇଛି । ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ ନ ହେବା ଯୋଗୁଁ କୌଣସି ଜିଲ୍ଲାରେ ସଂରକ୍ଷକ ମନ୍ତ୍ରୀ ନାହାଁନ୍ତି । ଏଥି ସହ ବିରୋଧୀ ଦଳ ମଧ୍ୟ ସରକାରୀ ସାହାଯ୍ୟ ଅଭାବକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ଘଟଣାକ୍ରମ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ଗୁଜୁରାଟର ସୁରଟକୁ ଯାଇ ଆସାମର ଗୁଆହାଟୀରେ ପହଞ୍ଚିଥିଲେ । ଅନେକ ଦିନର ଉତ୍ତେଜନା ପରେ ଯେତେବେଳେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଥିଲେ ସେତେବେଳେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳି ନଥିଲା । ଏହା ପରେ ସେ ଇସ୍ତଫା ଦେଇଥିଲେ । ତା’ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ ।