ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ
Advertisement

ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ

Maharashtra Politics: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ବିଦ୍ରୋହୀ ଶିବସେନା ବିଧାୟକ ଅଭିଯୋଗ କରିଛନ୍ତି ଯେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା ଚାରି ଜଣଙ୍କ 'ଗ୍ରୁପ' ଯୋଗୁଁ ଏହି ବିଦ୍ରୋହ ହୋଇଛି । ବିଗତ ଦିନରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଉଦ୍ଧବଙ୍କ ଗାଦି ଯିବା ସହ ତାଙ୍କ ସହଯୋଗୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ବର୍ତ୍ତମାନ ବିଧାୟକମାନେ ଖୁଲାସା କରୁଛନ୍ତି ଯେ ସେମାନେ କାହିଁକି ଶିବସେନାରେ ବିଦ୍ରୋହ କରିଛନ୍ତି ।

ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ

ମୁମ୍ୱାଇ: Maharashtra Politics: ଶିବସେନା (Shiv Sena) ରେ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ (Uddhav Thackeray) ଇସ୍ତଫା ଦେବା ସହ ମହା ବିକାଶ ଅଘାଡ଼ି (MVA) ସରକାର ପତନ ଘଟିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ଙ୍କ ନେତୃତ୍ୱରେ ସରକାର ଚାଲିଛି । ଏହି ସମୟରେ ମହା ବିକାଶ ଅଘାଡ଼ି ସରକାର ଭାଙ୍ଗିବା ଓ ଶିବସେନାରେ ବିଦ୍ରୋହ ପାଇଁ ଉଦ୍ଧବ ଠାକରେଙ୍କୁ ଦାୟୀ କରାଯାଉଛି । ଏହି କ୍ରମରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ବିଦ୍ରୋହୀ ଶିବସେନା ବିଧାୟକ ଅଭିଯୋଗ କରିଛନ୍ତି ଯେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଘେରି ରହିଥିବା ଚାରି ଜଣଙ୍କ 'ଗ୍ରୁପ' ଯୋଗୁଁ ଏହି ବିଦ୍ରୋହ ହୋଇଛି । ବିଗତ ଦିନରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଉଦ୍ଧବଙ୍କ ଗାଦି ଯିବା ସହ ତାଙ୍କ ସହଯୋଗୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ବର୍ତ୍ତମାନ ବିଧାୟକମାନେ ଖୁଲାସା କରୁଛନ୍ତି ଯେ ସେମାନେ କାହିଁକି ଶିବସେନାରେ ବିଦ୍ରୋହ କରିଛନ୍ତି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର ସହଜରେ ଆସ୍ଥା ଭୋଟ ଜିତିଛି । ବର୍ତ୍ତମାନ ଭୈଜାପୁର ବିଧାୟକ ରମେଶ ବୋରନାରେ (Vaijapur MLA Ramesh Bornare) କହିଛନ୍ତି ଯେ, ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶିବ ସୈନିକମାନେ ଖୁସି ଅଛନ୍ତି । ତେବେ ଗତ ଅଢେଇ ବର୍ଷ ଧରି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ସମୟରେ ତାଙ୍କ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି କି ନାହିଁ ସେ ପ୍ରଶ୍ନର ଉତ୍ତର ଦେଇ ନାହାଁନ୍ତି ।

ସେ ବିନା ନାମ ନ ନେଇ କହିଛନ୍ତି ଯେ, ଉଲ୍ଲେଖନୀୟ ରୂପେ ୫୦ ଜଣ ବିଧାୟକ ସିନ୍ଦେଙ୍କ ସପକ୍ଷରେ ଆସିଛନ୍ତି । କିନ୍ତୁ ମୁଁ ଏହି ପରିସ୍ଥିତି ପାଇଁ ଉଦ୍ଧବ ଠାକରେଙ୍କୁ ଦାୟୀ କରୁନାହିଁ । ଏଥିପାଇଁ ତାଙ୍କ ଚାରିପାଖରେ ଥିବା ଚାରି ଜଣଙ୍କର ଗ୍ରୁପ ଦାୟୀ । ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଆମର ଆଦର୍ଶ ଓ ଆମେ ଠାକରେ ପରିବାରକୁ ଭୁଲି ପାରିବୁ ନାହିଁ । ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି ଏଥିପାଇଁ ଯାହା ଦ୍ୱାରା ଭୈଜାପୁରର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ ।

ଏହା ବି ପଢ଼ନ୍ତୁ:-'ଯଦି ରାଷ୍ଟ୍ରପତି ହେବି ତ...' କାଶ୍ମୀରକୁ ନେଇ ଯଶୱନ୍ତ ସିହ୍ନା ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ପଦକ୍ଷେପ, ଭାରତ ସମେତ ୫ଟି ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ; ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'ସୁନାର ଲଙ୍କା' କୁହାଯାଉଥିବା ଶ୍ରୀଲଙ୍କା କେମିତି ହେଲା କାଙ୍ଗାଳ

 

ବିଧାୟକ ରମେଶ ବୋରନାରେ କହିଛନ୍ତି, ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଭୋଟରମାନେ ୨୦୨୪ର ନିର୍ବାଚନରେ ମୋତେ କ୍ଷମା କରିବେ ନାହିଁ । ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକ ଗୁଆହାଟୀରେ ଶିବିର କରିବା ସମୟରେ ଔରଙ୍ଗାବାଦରେ ତାଙ୍କ ବିରୋଧରେ ବିକ୍ଷୋଭ ସମ୍ପର୍କରେ ହିଛନ୍ତି ଯେ ବିରୋଧ ପ୍ରଦର୍ଶନ କରୁଥିବା ଶିବ ସୈନିକମାନଙ୍କୁ ଭ୍ରମିତ କରାଯାଇଛି ।