ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା
Advertisement

ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଏଠାରେ କହି ରଖୁଛୁ ଯେ, ଭବାନୀପୁର ଉପ-ନିର୍ବାଚନ (Bhawanipur by-election) ରେ ​​ଜିତିବା ପରେ ମମତା ବାନାର୍ଜୀ (Mamta Banerjee) ଆସନ୍ତା ମାସର ୪ ତାରିଖ ପୂର୍ବରୁ ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ ।

ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ରାଜ୍ୟର ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ (West Bengal Speaker Biman Banerjee) ଙ୍କ ଠାରୁ ବିଧାୟକଙ୍କୁ ଶପଥ ଗ୍ରହଣ କରାଇବାର କ୍ଷମତା ଛଡ଼ାଇ ନେଇଛନ୍ତି । ସୋମବାର ସୂତ୍ରରୁ ପ୍ରକାଶ ଯେ ବଙ୍ଗଳା ରାଜ୍ୟପାଳ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟପାଳ ଧନଖରଙ୍କ ଏପରି ପଦକ୍ଷେପରୁ ବାଚସ୍ପତି ଓ ତାଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ଏଠାରେ କହି ରଖୁଛୁ ଯେ, ଭବାନୀପୁର ଉପ-ନିର୍ବାଚନ (Bhawanipur by-election) ରେ ​​ଜିତିବା ପରେ ମମତା ବାନାର୍ଜୀ (Mamta Banerjee) ଆସନ୍ତା ମାସର ୪ ତାରିଖ ପୂର୍ବରୁ ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ ।

ବିଧାନସଭା ସହ ଜଡ଼ିତ ଜଣେ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସକୁ ନାଁ ପ୍ରଘଟ ନ କରିବା ସର୍ତ୍ତରେ କହିଛନ୍ତି ଯେ, "ଭବାନୀପୁର ଓ ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର କିଛି ଦିନ ପୂର୍ବରୁ ବାଚସ୍ପତିଙ୍କୁ ରାଜ ଭବନ ତରଫରୁ ଏକ ଚିଠି ମିଳିଥିଲା । ଏହି ଚିଠିରେ ସମ୍ବିଧାନର ଧାରା ୧୮୮ ର ଉଲ୍ଲେଖ କରାଯାଇଛି, ଯାହା ରାଜ୍ୟପାଳଙ୍କୁ ଶପଥ ଗ୍ରହଣ କରିବାର କ୍ଷମତା ପ୍ରଦାନ କରିଥାଏ ।

ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନଭେମ୍ବର ୪ ସୁଦ୍ଧା ବିଧାନସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ଆବଶ୍ୟକ । ମମତା ବାନାର୍ଜୀ ରବିବାର ରେକର୍ଡ ସଂଖ୍ୟାରେ ଭବାନୀପୁର ଉପ-ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଟିଏମସି ନେତାମାନେ କହିଛନ୍ତି ଯେ ଦୁର୍ଗା ପୂଜା ପୂର୍ବରୁ ମମତା ସମସ୍ତ ଔପଚାରିକତା ସାରିବାକୁ ଚାହୁଁଛନ୍ତି, ଯେଉଁଥିରେ ଏକ ସପ୍ତାହରୁ କମ୍ ସମୟ ବାକି ଅଛି । ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ବଙ୍ଗଳା ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ମେ ୫ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ଜୁଲାଇ ୨୦୧୯ରେ ବଙ୍ଗଳାର ରାଜ୍ୟପାଳ ହେବା ଦିନଠାରୁ ଜଗଦୀପ ଧନଖର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । କିଛି ଟିଏମସି ନେତା, ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଜଗଦୀପ ଧନଖରଙ୍କ ନୂତନ କାର୍ଯ୍ୟ ଏହି ସମ୍ପର୍କକୁ ଆହୁରି ତିକ୍ତ କରିପାରେ ।

ଏହାପୂର୍ବରୁ ଯେତେବେଳେ ଧନଖର ବିଧାନସଭାରେ ତାଙ୍କ ଭାଷଣର ସିଧା ପ୍ରସାରଣ କରିବାର ଦାବି କରିଥିଲେ ସେତେବେଳେ ବଙ୍ଗଳା ବିଧାନସଭା ବାଚସ୍ପତି ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବାଚସ୍ପତି ବିମନ୍ ବାନାର୍ଜୀ ଏହାକୁ ଅନୁମତି ଦେଇ ନଥିଲେ । ବାଚସ୍ପତି ଅଭିଯୋଗ କରିଛନ୍ତି ଯେ ଧନଖର ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।

ବିଧାନସଭାର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ ଭବନ ତରଫରୁ ଚିଠିରେ ଲେଖାଯାଇଛି ଯେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଇବାର ଅଧିକାର ରାଜ୍ୟପାଳଙ୍କ ପାଖରେ ଅଛି । ରାଜ୍ୟପାଳ ରାଜ ଭବନରେ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିବାବେଳେ ବାଚସ୍ପତି ରାଜ୍ୟପାଳଙ୍କ ପ୍ରତିନିଧୀ ଭାବରେ ଗୃହରେ ବିଧାୟକଙ୍କ ଶପଥ ଗ୍ରହଣ କରାଉଛନ୍ତି ।

ଏହି ପ୍ରସଙ୍ଗରେ ବିମନ ବାନାର୍ଜୀ କୌଣସି ବୟାନ ଦେବାକୁ ମନା କରି ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ମମତା ବାନାର୍ଜୀ ସୋମବାର ସ୍ପିକରଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ତାଙ୍କ କାର୍ଯ୍ୟାଳୟର ଲୋକମାନେ ରାଜ ଭବନ ସହ ଯୋଗାଯୋଗ କରୁଛନ୍ତି । 

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ

ଅଧିକ ପଢ଼ନ୍ତୁ:-ପାଣ୍ଡୋରା ପେପର ଲିକ୍: ସଚିନ, ଅନିଲ ଅମ୍ବାନୀଙ୍କ ସମେତ ଏହି ସବୁ ସେଲିବ୍ରିଟିଙ୍କ ବିଦେଶୀ ସମ୍ପତ୍ତିର ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର କ୍ଷତିପୂରଣ, ୩୦ ଦିନ ମଧ୍ୟରେ ପ୍ରଦାନ କରାଯିବ ରାଶି