ଶାହଙ୍କ ଉପରେ ବର୍ଷିଲେ 'ଦିଦି', କହିଲେ-ଏପରି ଗୃହମନ୍ତ୍ରୀ ପୂର୍ବରୁ କେବେ ଦେଖି ନାହିଁ
Advertisement

ଶାହଙ୍କ ଉପରେ ବର୍ଷିଲେ 'ଦିଦି', କହିଲେ-ଏପରି ଗୃହମନ୍ତ୍ରୀ ପୂର୍ବରୁ କେବେ ଦେଖି ନାହିଁ

ଅମିତ ଶାହଙ୍କ ବିଷୟରେ ମନ୍ତବ୍ୟ ଦେଇ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ ମୁଁ ପୂର୍ବରୁ ଏପରି ଗୃହମନ୍ତ୍ରୀଙ୍କୁ ଦେଖି ନାହିଁ । ଜଣେ ଗୃହମନ୍ତ୍ରୀ (Home Minister) ଙ୍କୁ ଦେଶ ଚଳାଇବା ଉଚିତ ।

ଶାହଙ୍କ ଉପରେ ବର୍ଷିଲେ 'ଦିଦି', କହିଲେ-ଏପରି ଗୃହମନ୍ତ୍ରୀ ପୂର୍ବରୁ କେବେ ଦେଖି ନାହିଁ

ନୂଆଦିଲ୍ଲୀ: West Bengal Assembly Election 2021: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହିତ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିଜେପି (BJP) ଏବଂ ମୋଦି ସରକାର (Modi Government) ଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।  ସେ ଗୋଟିଏ ପଟେ ସୁଭାଷ ଚନ୍ଦ୍ର ବୋଷ (Netaji Subhas Chandra Bose) ଙ୍କ ପୁରୁଣା ପ୍ରସଙ୍ଗ ଉଠାଇଥିବାବେଳେ ଅନ୍ୟପଟେ କୋରୋନା ଭ୍ୟାକ୍ସିନ (Coronavirus Vaccine) ବା ଟୀକାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହିତ ସେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

ଅମିତ ଶାହଙ୍କ ବିଷୟରେ ମନ୍ତବ୍ୟ ଦେଇ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ ମୁଁ ପୂର୍ବରୁ ଏପରି ଗୃହମନ୍ତ୍ରୀଙ୍କୁ ଦେଖି ନାହିଁ । ଜଣେ ଗୃହମନ୍ତ୍ରୀ (Home Minister) ଙ୍କୁ ଦେଶ ଚଳାଇବା ଉଚିତ । ଏହା ପରିବର୍ତ୍ତେ ସେ ପୌର ନିର୍ବାଚନ ପରିଚାଳନାରେ ବ୍ୟସ୍ତ ରହନ୍ତି । ଲୋକଙ୍କ ଘରେ ଭୋଜନ କରିବାକୁ ଯାଆନ୍ତି ଏବଂ ଫଟୋସୁଟ୍ କରନ୍ତି । ନିଜ ଆକ୍ରମଣ ଜାରି ରଖି ସେ କହିଛନ୍ତି ଯେ ଦେଶର ସ୍ଥିତିକୁ ଦେଖନ୍ତୁ ଏବଂ ଦେଶର ସୀମାକୁ ଦେଖନ୍ତୁ, ଦେଖନ୍ତୁ ଅର୍ଥନୀତି କୁଆଡେ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ସହ ବୈଠକ ହେବାର ଗୋଟିଏ ଦିନ ପରେ କୋରୋନା ଟୀକା ବିଷୟରେ ମମତା ବାନାର୍ଜୀ କହିଛନ୍ତି ଯେ, "ସେ ଟୀକା ବିଷୟରେ ଏତେ ବଡ଼ ଆଲୋଚନାରେ ଭାଗ ନେଇଥିଲେ କିନ୍ତୁ ଟୀକା କେବେ ଆସିବ ତାହା କେହି ଜାଣି ନାହାଁନ୍ତି! ତଥାପି ସେ ଗତ ୬ ମାସ ଧରି ଏହା ଉପରେ "ଭାଷଣ" ଦେବାରେ ବ୍ୟସ୍ତ ଅଛନ୍ତି ।"

ଅଧିକ ପଢ଼ନ୍ତୁ:-ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ଚାଷୀ ଆନ୍ଦୋଳନ (Farmers Protest) ଉପରେ ମମତା କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ଲୋକଙ୍କ ମୌଳିକ ଅଧିକାର ଦଖଲ କରିବାକୁ ଚାହୁଁଛନ୍ତି । ସେମାନେ ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ରୋକି ପାରିବେ ନାହିଁ । କୃଷି ଆଇନ ବେଆଇନ ଅଟେ । କୌଣସି ଆଇନ କୃଷକଙ୍କ ପାଇଁ ନାହିଁ, ବରଂ କଳା ବଜାରୀଙ୍କ ପାଇଁ ରହିଛି , ଏହା ବେଆଇନ୍ ଅଟେ । କେନ୍ଦ୍ର ସରକାର କାହିଁକି ଚାଷୀଙ୍କ ଅଧିକାର ଛଡ଼େଇ ନେବାକୁ ଚାହୁଁଛନ୍ତି?