• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ

ମେ ୫ ତାରିଖରେ Third Innings ଆରମ୍ଭ କରିବେ Mamata Banerjee

ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

ମେ ୫ ତାରିଖରେ Third Innings ଆରମ୍ଭ କରିବେ Mamata Banerjee

ନୂଆଦିଲ୍ଲୀ: ସରିଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଆଉ ପ୍ରକାଶ ପାଇସାରିଛି ଏହି ନିର୍ବାଚନର ଫଳାଫଳ। ଚଳିତ ଥରକୁ ମିଶାଇ ପଶ୍ଚିମବଙ୍ଗରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଟିଏମସି। ଦଳ ଏଥର ରାଜ୍ୟ ବିଧାନସଭା ମୋଟ ଆସନରୁ ଦୁଇ-ତୃତୀୟାଂଶ ସିଟ ନିଜ ଦଖଲକୁ ନେଇଯାଇଛି। 

ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥରର ଶାସକ ଟିଏମସି ୨୧୩ ଆସନ ହାତେଇଛି। ଯାହା ରାଜ୍ୟ ବିଧାନସଭାର ମୋଟ ଆସନର ଦୁଇ-ତୃତୀୟାଂଶ ଭାଗରୁ ଅଧିକ। ଯଦିଓ ଏଥର ତୃଣମୂଳ କଂଗ୍ରେସ  ସରକାର ଗଠିତ ହେବାକୁ ଯାଉଛି ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ। 

Also Read: WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

କାରଣ ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ନନ୍ଦିଗ୍ରାମ ଆସନରୁ (Nandigram Assembly Constituency) ତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ନେତା (BJP MLA Candidate) ଶୁଭେନ୍ଦୁ ଅଧିକାରୀଙ୍କ (Suvendu Adhikari) ଠାରୁ ପାଖାପାଖି ୨ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। 

ନିଜେ ମମତା ବାନାର୍ଜୀ ନିର୍ବାଚନ ହାରିବା ପରେ ଟିଏମସି ପକ୍ଷରୁ ଦଳୀୟ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ତାଲିକାରେ ସର୍ବାଗ୍ରେ ରହିଥିଲେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ (Abhishek Banerjee)। ଯିଏକି ଡାଇମଣ୍ଡ ହାର୍ବର ଲୋକସଭା ଆସନରୁ (Diamond Harbour Loksabha) ସାଂସଦ ଅଛନ୍ତି।

Also Read: Corona Return: ଗୋଟିଏ ପର୍ଯ୍ୟାୟରେ ମତଦାନ କରିବାକୁ ଦାବି ଉଠାଇଲେ Mamata Banerjee

ବିଧାୟକ ଭାବେ ନିର୍ବାଚିତ ନହୋଇ ମମତା ବାନାର୍ଜୀ ସର୍ବାଧିକ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିପାରିବେ। ହେଲେ ଏହି ସମୟସୀମା ମଧ୍ୟରେ ତାଙ୍କୁ ବାଧ୍ୟତାମୂଳକ ଭାବେ ବିଧାନସଭା (Legislative Assembly) ଅଥବା ବିଧାନ ପରିଷଦ (Legislative Council) ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡିବ। 

ପଶ୍ଚିମବଙ୍ଗରେ ବିଧାନସଭା ରହିଛି ହେଲେ ବିଧାନ ପରିଷଦ ନାହିଁ। ଯେତେବେଳେ ଗତ ୨୦୧୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଳେ ସେ କୋଲକାତା ଲୋକସଭା ଆସନରୁ (Kolkata Parliamentary Constituency) ପ୍ରତିନିଧିତ୍ୱ କରୁଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ୬ ମାସ ମଧ୍ୟରେ ସେ ରାଜ୍ୟର ଭବାନୀପୁର ଆସନରୁ (Bhabanipur Assembly Constituency) ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 

Also Read: Cooch Behar ଗସ୍ତରେ Mamata Banerjee; କହିଲେ ମୁଁ 'Street Fighter'

 

ହେଲେ ଏଥର ସେ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି। ଏହା ଦେଖିବାକୁ ବାକି ରହିଥିଲା ଟିଏମସି ତୃତୀୟ ଇନିଂସ ଆରମ୍ଭ କରିବା ଅବସରରେ ରାଜ୍ୟ କେଉଁ ଆସନରୁ ନିର୍ବାଚନ ଲଢି ରାଜ୍ୟ ବିଧାନସଭାରେ ପ୍ରବେଶ କରୁଛନ୍ତି। 

Also Read: ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୨୯୨ ଆସନ ଲାଗି ନିର୍ବାଚନ ହୋଇସାରିଛି। ହେଲେ ରାଜ୍ୟର ମୁ୍ର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ଜଙ୍ଗୀପୁର ଏବଂ ଶମଶେରଗଞ୍ଜ ବିଧାନସଭା ଆସନ ଲାଗି ଆସନ୍ତା ୧୬ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ।  କାରଣ ୨ ଆସନ ଲାଗି ୨୬ ଅପ୍ରେଲ ସପ୍ତମ ପର୍ଯାୟରେ ହୋଇଥାନ୍ତ ମତଦାନ। ହେଲେ ଶମଶେରଗଞ୍ଜ ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକ ଏବଂ ଜଙ୍ଗୀପୁର ସିଟରୁ କଂଗ୍ରେସ-ବାମପନ୍ଥୀଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମେଣ୍ଟର ପ୍ରାର୍ଥୀ ପ୍ରଦୀପ ନନ୍ଦୀଙ୍କ କୋରୋନା କାରଣରୁ ମୃତ୍ୟୁ ହେବାରୁ ଏହି ଆସନ ଦ୍ୱୟ ଲାଗି ଅନ୍ୟ ଏକ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। 

ଏବେ ସରକାର ଗଠନ କରିବା ଲାଗି ୧୪୭ ସମର୍ଥନ ଆବଶ୍ୟକ। କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଟିଏମସି ମୋଟ ୨୯୨ ଆସନରୁ ୨୧୩ ସିଟ ହାତେଇଛି। ମେ ୨ ତାରିଖ ରବିବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଆଉ ଏହାର ଦିନକ ପରେ ଅର୍ଥାତ ମେ ୪ ତାରିଖ ସୋମବାର ବିଧାୟକ ଦଳ ବୈଠକ ଡାକିଥିଲେ ମମତା ବାନାର୍ଜୀ। 

Also Read: West Bengal Election: ଧମକ ଦେଇ ଡରିଗଲେ ଦିଦି

 

ମେ ୪ ତାରିଖ ମଙ୍ଗଳବାର ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡଙ୍କୁ (Jagdeep Dhankhar) ସାକ୍ଷାତ କରି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଚଳିତ ବର୍ଷ ମେ ୫ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ପାଳି ଆରମ୍ଭ କରିବେ ଟିଏମସି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ୨୦ ମେ ୨୦୧୧-୨୫ ମେ ୨୦୧୬ ପ୍ରଥମ, ୨୬ ମେ ୨୦୧୬-୪ ମେ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ୱରେ ରହିସାରିଛନ୍ତି।