)
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପୁଣିଥରେ ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିଛି। ଗତକାଲି ଏହି ହତ୍ୟାର ମୁଖ୍ୟ ଅଭିଯୁକ୍ତଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବା ପରେ ଏବେ ପୁଲିସ ଉପରେ ସନ୍ଦେହ ବଢ଼ିଛି। ରାଜ୍ୟର ପୁଲିସ ରାଜନୀତିକ ହାତବାରିସୀ ହୋଇ ସେତେବେଳେ ଜଣେ ନିର୍ଦ୍ଦୋଷଙ୍କୁ ଫସାଇ ଦେଇଥିଲା କି ବୋଲି ପ୍ରଶ୍ନ ଉଠିଛି।
ନୂଆ ସରକାର ଆସିବା ପରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ମଧ୍ୟ ସମାନ ପରିମାଣର ଅଭିଯୋଗ ହୋଇଥିଲା। ରାଜ୍ୟ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ନବଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦେଇଥିଲେ। କିନ୍ତୁ ଆଜି ଯାଏ ସେ ବିଷୟରେ କୌଣସି ପଦକ୍ଷେପ ନିଆଯାଇ ନାହିୋ। ବରଂ ମଝିରେ ମଝଘିରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତଙ୍କୁ ଜୀବନନ୍ତ ବୋଲି ଦର୍ଶାଇ ରାଜନୀତିକ ବୟାନ ବାଜୀ ସୃଷ୍ଟି କରିଛି।
ସେହିପରି ମମିତାଙ୍କ ହତ୍ୟାକାଣ୍ଡ ପଛରେ ସେ କାମ କରୁଥିବା ମହାଲିଙ୍ଗ କଲେଜର ନିର୍ଦ୍ଦେଶକ ଗୋବିନ୍ଦ ସାହୁ ରହିଥିବା ନେଇ ଅଭିଯୋଗ ଆସିଥିଲା। ଗୋବିନ୍ଦ ସାହୁଙ୍କୁ ସେତେବଳେ ପୁଲିସ ଗିରଫ କରିଥିଲା। ବିଚାରଚାଲିଥିବା ବେଳେ ତାଙ୍କର ଜେଲରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପଛରେ ମଧ୍ୟ ରାଜନୀତିକ କାରଣ ରହିଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଝିଅ ଲିପିକା ସାହୁ। ସେ କହିଛନ୍ତି ‘ ଉଭୟ ମମିତା ଓ ତାଙ୍କ ବାପା ଗୋବିନ୍ଦ ସାହୁଙ୍କ ହତ୍ୟାକାରୀ ଜଣେ’ ସେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ର୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କରଙ୍କ ଆଡ଼କୁ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି।
ଅପର ପକ୍ଷେ ମମିତାଙ୍କ ବାପା ମଧ୍ୟ ପୂର୍ବ ଦାବିକୁ ଦୋହରାଇଛନ୍ତି। ଏ ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ସେ କହିଛନ୍ତି।
ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେବେ ତାହାକୁ ଅପେକ୍ଷା। ଏହି ଘଟଣାର ତଦନ୍ତ ଫାଇଲକୁ ଉନ୍ମୋଚନ କରିବେ ନା ଏହାକୁ କେବଳ ପୂର୍ବତନ ବିଜେଡି ସରକାରଙ୍କ ଉପରେ ଏକ ଚାପ ସୃଷ୍ଟିକାରୀ ଘଟଣା ଭାବେ ବ୍ୟବହାର କରିବେ