• ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
  • ଜୱାହାରଲାଲ ମେଡିକାଲ କଲେଜରେ ଭବ୍ୟ କାର୍ଯ୍ୟକ୍ରମ
  • ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତ
  • ଆସନ୍ତାକାଲି ଭାରତ ବନ୍ଦ
  • ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ବନ୍ଦ ଡ଼ାକରା ଦେଇଥିବା ବେଳେ ଓଡ଼ିଶା ବ୍ୟବସାୟୀ ସଂଗଠନ ମଧ୍ୟ ସମର୍ଥନ ଜଣାଇଛି
  • କଂଗ୍ରେସ ଭବନରେ କର୍ମୀ ମୁହାଁମୁହିଁ ପ୍ରସଙ୍ଗ
  • ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
  • ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
  • ତୈଳଦର ବୃଦ୍ଧିକୁ ପ୍ରତିବାଦ କଲେ ମମତା ବାନାର୍ଜୀ

ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ସାଂସଦ

ଖବର ଏହା ମଧ୍ୟ ରହିଛି ଯେ ମନସୁଖ ଭସାଭା ଲୋକସଭାର ସଦସ୍ୟତାରୁ ବି ଇସ୍ତଫା ଦେବେ । ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ ମନସୁଖ ଭସାଭା (Mansukh Vasava) କହିଛନ୍ତି ଯେ ମୋର ଭୁଲରୁ ଦଳକୁ କ୍ଷତି ନପହଞ୍ଚୁ ତେଣୁ ମୁଁ ଇସ୍ତଫା ଦେଉଛି ।

ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ସାଂସଦ

ନୂଆଦିଲ୍ଲୀ: ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ଗୃହ ରାଜ୍ୟ ଗୁଜରାଟର ଭରୁଚରୁ ସାଂସଦ ମନସୁଖ ଭସାଭା (Mansukh  Vasava) ଦଳରୁ ଇସ୍ତଫା ଦେଇଛନ୍ତି । ମନସୁଖ ଭସାଭା ତାଙ୍କ ଇସ୍ତଫା ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କ ନିକଟକୁ ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍

ତେବେ ଖବର ଏହା ମଧ୍ୟ ରହିଛି ଯେ ମନସୁଖ ଭସାଭା ଲୋକସଭାର ସଦସ୍ୟତାରୁ ବି ଇସ୍ତଫା ଦେବେ । ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ ମନସୁଖ ଭସାଭା କହିଛନ୍ତି ଯେ ମୋର ଭୁଲରୁ ଦଳକୁ କ୍ଷତି ନପହଞ୍ଚୁ ତେଣୁ ମୁଁ ଇସ୍ତଫା ଦେଉଛି ।

ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ଆପଣଙ୍କୁ କହିରଖୁଛୁ ଯେ, ମନସୁଖ ଭାଇ ଭସାଭାଙ୍କୁ ବିଜେପିର ବଡ଼ ନେତାଙ୍କ ମଧ୍ୟରେ ଗଣାଯାଉଥିଲା । ସେ ୬ ଥର ଲୋକସଭା ନିର୍ବାଚନ ​​ଜିତି ସାଂସଦ ହୋଇଛନ୍ତି । ସେ ଗତ ମୋଦି ସରକାରରେ ରାଜ୍ୟ ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । କିନ୍ତୁ ଗତ କିଛି ଦିନ ହେବ ଦଳର କାର୍ଯ୍ୟକଳାପକୁ ନେଇ ସେ ଅସନ୍ତୁଷ୍ଟ ମନେ ହେଉଥିଲେ ।