ଲଦାଖ ଘଟଣାରେ ଦୁଃଖ ପ୍ରକାଶ କଲେ ମାୟାବତୀ

ଚୀନ ଓ ଭାରତ ସୀମାକୁ ନେଇ ବିବାଦ ଦିନକୁ ଦିନ ବହଳ ହେବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଚୀନ ସେନାର ଗୁଳିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମାୟାବତୀ ବୁଧବାର କହିଛନ୍ତି ଯେ ଗଲୱାନରେ ୨୦ ଜଣ ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣା ଅତ୍ୟନ୍

ଲଦାଖ ଘଟଣାରେ ଦୁଃଖ ପ୍ରକାଶ କଲେ ମାୟାବତୀ

ନୂଆଦିଲ୍ଲୀ: ଚୀନ ଓ ଭାରତ ସୀମାକୁ ନେଇ ବିବାଦ ଦିନକୁ ଦିନ ବହଳ ହେବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଚୀନ ସେନାର ଗୁଳିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମାୟାବତୀ ବୁଧବାର କହିଛନ୍ତି ଯେ ଗଲୱାନରେ ୨୦ ଜଣ ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣା ଅତ୍ୟନ୍ତ ଦୁଃଖଦ ଘଟଣା। ମାୟାବତୀ ଆଶା କରିଛନ୍ତି ଯେ ଭାରତ ସରକାର ସଠିକ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। 

ବିଏସପି ସୁପ୍ରିମୋ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଲଦାଖ ଅଞ୍ଚଳରେ ଚୀନ୍ ସହ ହୋଇଥିବା ସଂଘର୍ଷରେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଭାରତୀୟ ସେନା ଶହୀଦ ହେବାର ଖବର ଅତ୍ୟନ୍ତ ଦୁଃଖଦାୟକ ଏବଂ ଚକିତ କରିଛି। ବିଶେଷ କରି ଯେତେବେଳେ ଭାରତ ସରକାର ସୀମା ବିବାଦ ଏବଂ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ସରକାର ବର୍ତ୍ତମାନ ଦେଶର ହିତ ପାଇଁ ଅତ୍ୟନ୍ତ ସଚେତନତା ଏବଂ ବୁଝାମଣା ସହିତ ପଦକ୍ଷେପ ନେବା ଆବଶ୍ୟକ । ମୋର ବିଶ୍ୱାସ ଦେଶର ଗର୍ବ ଏବଂ ଗୌରବ ଅନୁଯାୟୀ ଭାରତ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ଏବଂ କାହାକୁ ଏକ ଇଞ୍ଚ ଜମି ଦଖଲ କରିବାକୁ ଦେବେ ନାହିଁ। ଭଲ କଥା ହେଉଛି ସରକାରଙ୍କ ମତଭେଦକୁ ଭୁଲି ଏଭଳି ସଂକଟ ସମୟରେ ସମଗ୍ର ଦେଶ ଏକଜୁଟ ହୋଇଛନ୍ତି। ବର୍ତ୍ତମାନ ସରକାରଙ୍କ ଆଶା ପୂରଣ କରିବାକୁ ପଡିବ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ସେନା ସୋମବାର ଗାଲଓ୍ୱାନ୍ ଉପତ୍ୟକାରୁ ପଛକୁ ଫେରିବାକୁ ରାଜି ହୋଇଥିଲେ, କିନ୍ତୁ ଅନ୍ଧାର ହେବାପରେ ସେମାନେ ଏଠାରେ କଣ୍ଟା ତାରରେ ଘେରି ରହିଥିଲେ। ଚୀନ୍ ସେଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନା ଚୀନ୍ ସେନାଙ୍କୁ ଅଟକାଇବା ପାଇଁ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମୁହାଁମୁହିଁ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏପରିକି ଭାରତୀୟ ସେନା ଉପରକୁ  ପଥର ମାଡ଼ ମଧ୍ୟ କରିଥିଲେ। ଏହି ସଂଗ୍ରାମରେ ଅନେକ ଭାରତୀୟ ସେନା ଗୁରୁତର ଆହତ ହୋଇ ବରଫ ତଥା ନଦୀ ମଧ୍ୟରେ ପଡ଼ିଯାଇଥିଲେ। ଫଳରେ ରାତିରେ ତାପମାତ୍ରାରେ ମଧ୍ୟ ବେଶ ହ୍ରାସ ଘଟିଥିଲା। ଫଳରେ ଅଧିକ ଯନ୍ତ୍ରଣା ସହି ନପାରି ମୃତ୍ୟୁ ବରଣ କରିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି।