• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

MCD Election: ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ବାଜିମାତ କରିବେ BJP Candidate

ଦଳ ପକ୍ଷରୁ ଦିଲ୍ଲୀର ୩ ନଗର ନିଗମର ମେୟରଙ୍କୁ ବଦଳାଯିବା ନେଇ କୁହାଯିବ ସହ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। 

MCD Election: ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ବାଜିମାତ କରିବେ BJP Candidate

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ନଗର ନିଗମ ଅଧିନସ୍ଥ ମେୟର, ଡେପୁଟି ମେୟର, ସ୍ଥାୟୀ ସମିତି ଅଧ୍ୟକ୍ଷ, ସ୍ଥାୟୀ ସମିତି ଉପାଧ୍ୟକ୍ଷ ନିର୍ବାଚନରେ ପୁଣିୀ ଥରେ ବିଜୟବାନା ଉଡାଇବାକୁ ଯାଉଛି ବିଜେପି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇନଥିବାରୁ ବିଜେପି ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଯାଇଛି।    

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର (National Capital Delhi) ୩ ନଗର ନିଗମରେ (Municpal Corporation) ଅନୁଷ୍ଠିତ ମେୟର (Mayor), ଡେପୁଟି ମେୟର (Deputy Mayor), ସ୍ଥାୟୀ ସମିତି ଅଧ୍ୟକ୍ଷ (Permanent Committee Chairman), ସ୍ଥାୟୀ ସମିତି ଉପାଧ୍ୟକ୍ଷ (Permanent Committee Deputy Chairman) ପଦ ପାଇଁ ହେଉଥିବା ନିର୍ବାଚନରେ  ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦିଲ୍ଲୀ ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ (Delhi BJP Unit President) ଆଦେଶ ଗୁପ୍ତା (Adesh Gupta)। ଦଳ ପକ୍ଷରୁ ଦିଲ୍ଲୀର ୩ ନଗର ନିଗମର ମେୟରଙ୍କୁ ବଦଳାଯିବା ନେଇ କୁହାଯିବ ସହ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। 

Also Read: ମୁନିସପାଲ କର୍ପୋରେସନ ନିର୍ବାଚନ: ଦିଲ୍ଲୀ ବିଜେପରି ପ୍ରାର୍ଥୀ ଘୋଷଣା

ଉତ୍ତର ଦିଲ୍ଲୀ ନଗର ନିଗମ-ଏନଡିଏମସି (North Delhi Municpal Corporation-NDMC) ମେୟର ପଦ ପାଇଁ ସରଦାର ରାଜା ଇକବାଲ ସିଂହ, ଡେପୁଟି ମେୟର ପାଇଁ ଅର୍ଚ୍ଚନା ଦିଲ୍ଲୀପ ସିଂହ, ସ୍ଥାୟୀ ସମିତି ଅଧ୍ୟକ୍ଷ ପାଇଁ ଜୋଗିରାମ ଜୈନ, ସ୍ଥାୟୀ ସମିତି ଉପାଧ୍ୟକ୍ଷ ପାଇଁ ବିଜୟ କୁମାର ଭଗତ, ସଦନ ନେତା ପାଇଁ ଛୈଲ ବିହାରୀଙ୍କ ନାଁ ଘୋଷଣା କରିଛି ଦଳ। 

ଦକ୍ଷିଣ ଦିଲ୍ଲୀ ନଗର ନିଗମ-ଏସଡିଏମସି (South Delhi Municpal Corporation-SDMC) ମେୟର ପଦ ପାଇଁ ମୁକେଶ ସୂର୍ଯ୍ୟାନ ଡେପୁଟି ମେୟର ପାଇଁ ପବନ ଶର୍ମା, ସ୍ଥାୟୀ ସମିତି ଅଧ୍ୟକ୍ଷ ପାଇଁ କର୍ଣ୍ଣେଲ ବି.କେ ଓବରାୟ, ସ୍ଥାୟୀ ସମିତି ଉପାଧ୍ୟକ୍ଷ ପାଇଁ ପୁନମ ଭାଟି, ସଦନ ନେତା ପାଇଁ ଇନ୍ଦ୍ରଜିତ ସହରାୱତଙ୍କ ନାଁ ଘୋଷଣା କରିଛି ଦଳ। 

Also Read: WB Politics: ପଦରୁ ଇସ୍ତଫା ଦେଲେ ୨ BJP MLA

ପୂର୍ବ ଦିଲ୍ଲୀ ନଗର ନିଗମ-ଇଡିଏମସି (East Delhi Municpal Corporation-EDMC) ମେୟର ପଦ ପାଇଁ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଡେପୁଟି ମେୟର ପାଇଁ କିରଣ ବୈଦ୍ୟ, ସ୍ଥାୟୀ ସମିତି ଅଧ୍ୟକ୍ଷ ପାଇଁ ବୀର ସିଂହ ପାୱର, ସ୍ଥାୟୀ ସମିତି ଉପାଧ୍ୟକ୍ଷ ପାଇଁ ଦୀପକ ମହରୋତ୍ରା, ସଦନ ନେତା ପାଇଁ ସତ୍ୟାପାଲ ସିଂହଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି। 

Also Read: Assam Assembly Elelction 2021: ପୁଣି କଂଗ୍ରେସ ମୁକ୍ତ ହୋଇଗଲା ପୂର୍ବୋତ୍ତର ଭାରତ

ଦିଲ୍ଲୀର ସମସ୍ତ ନଗର ନିଗମ (Municpal Corporation of Delhi-MCD) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବାଜିମାତ କରିବେ। କାରଣ ଉପରୋକ୍ତ ସମସ୍ତ ପଦ ପାଇଁ ବିରୋଧି ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ଅନ୍ୟପଟେ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ଶେଷ ତାରିଖ ଜୁନ ୮ ତାରିଖ ମଙ୍ଗଳବାର ରହିଥିଲା। ସଂଖ୍ୟାବଳ ଦୃଷ୍ଟିରୁ ସମସ୍ତ ନଗର ନିଗମକୁ ଅନ୍ୟ ଦଳ ଅପେକ୍ଷା ବିଜେପିର ସର୍ବାଧିକ କର୍ପୋରେଟର (BJP Corporator) ନିର୍ବାଚିତ ହୋଇଛନ୍ତି।