Jammu And Kashmir: 'ଆପେଲ ନଛାଡିଲେ ଜାମ୍ମୁ-ଶ୍ରୀନର ରାସ୍ତା ବନ୍ଦ'
Advertisement

Jammu And Kashmir: 'ଆପେଲ ନଛାଡିଲେ ଜାମ୍ମୁ-ଶ୍ରୀନର ରାସ୍ତା ବନ୍ଦ'

Apple Farmers Protest: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ଅବରୋଧ କରିବାକୁ ଧମକ ଦେଇଛନ୍ତି।

Jammu And Kashmir: 'ଆପେଲ ନଛାଡିଲେ ଜାମ୍ମୁ-ଶ୍ରୀନର ରାସ୍ତା ବନ୍ଦ'

Apple Farmers Protest: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (Jammu and Kashmir National High Way)କୁ ଅବରୋଧ କରିବାକୁ ଧମକ ଦେଇଛନ୍ତି। ସେ ଶୋପିଆନର ଅଗଲରରେ ଆପେଲ କୃଷକ (Apple Farmers)ଙ୍କ ଦ୍ବାରା କରାଯାଉଥିବା ବିରୋଧ ପ୍ରଦର୍ଶନରେ ଲଗାତାର ତୃତୀୟ ଦିନ ପାଇଁ ମେହେବୁବା ସାମିଲ ହୋଇଥିଲେ। ଟ୍ରକ୍ ଗୁଡିକୁ ଯିବାକୁ ନଦେବା କାରଣରୁ ଆପେଲ ଓ ଅନ୍ୟାନ୍ୟ ଫଳ ଖରାପ ହୋଇଯାଇଛି, ଯେଉଁଥିପାଇଁ କୃଷକ ଓ ବେପାରୀଙ୍କ ପ୍ରବଳ କ୍ଷତି ହେଉଛି।

ବିରୋଧୀ କରୁଥିବା ଲୋକଙ୍କୁ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି (Mehbooba Mufti) କହିଛନ୍ତି, 'ଆପଣ କାଶ୍ମୀରକୁ ଏକ ଖୋଲା ଜେଲରେ ପରିଣତ କରିଛନ୍ତି। ଆମର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଛ। ମୁଁ ପ୍ରଶାସନକୁ ଚେତାବନୀ ଦେଉଛି ଯେ, ଯଦି ସେମାନେ ତୁରନ୍ତ ଟ୍ରକ୍ ପାଇଁ ରାସ୍ତା ନଖୋଲନ୍ତି, ତେବେ ମୁଁ ମୋର କାର୍ଯ୍ୟକର୍ତ୍ତାଙ୍କ ସହିତ ଧାରଣା ଦେବି। ଉଦ୍ଦେଶ୍ୟମୂଳକ ଭାବେ ପ୍ରଶାସନ ଏହା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ପ୍ରଶ୍ନ କରିଛନ୍ତି ଯେ, ଚାଷୀଙ୍କର ଯେଉଁ କ୍ଷତି ହୋଇଛି ତାହାର କ୍ଷତିପୂରଣ କଣ ପ୍ରଶାସନ କରିବ?

ପିଡିପି ମୁଖ୍ୟ ମେହେବୁବା ମୁଫ୍ତି କହିଛନ୍ତି ଯେ, କାଶ୍ମୀରବାସୀଙ୍କ ଧୈର୍ଯ୍ୟ ପରୀକ୍ଷାକୁ ପ୍ରଶାସନ ବନ୍ଦ କରିବା ଉଚିତ। ଏଥି ସହିତ ଏହା ମଧ୍ୟ କୁହିଛନ୍ତି ଯେ, ଗୋଟିଏ ପଟେ କନଭୟକୁ ଯିବାକୁ ଅନୁମତି ଦିଆଯାଉଛି କିନ୍ତୁ ଅନ୍ୟ ପଟେ ଫଳ ପରିବହନ କରୁଥିବା ଗାଡି ଗୁଡିକ ଅଟକା ଯାଉଛି। ସେ କହିଛନ୍ତି ଯେ, ଯଦି କାଶ୍ମୀର ବାସୀଙ୍କୁ ଦଣ୍ଡ ଦେବାର ଏହି ରଣନୀତି ବନ୍ଦ ନହୁଏ ତେବେ ମୁଁ ଏହାକୁ ବିରୋଧ କରି ରାଜପଥରେ ବସିବାକୁ ବାଧ୍ୟ ହେବି।

କାଶ୍ମୀର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (KCCI) ଜାମ୍ମୁ-କାଶ୍ମୀର (Jammu And Kashmir) ସରକାରଙ୍କୁ ନିବେଦନ କରିଛି ଯେ, ଫଳ ଭର୍ତ୍ତି ଟ୍ରକ୍ ଗୁଡିକୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥରେ ଯିବାକୁ ଅନୁମତି ଦିଆଯାଉ। କେସିସିଆଇ ଅଧ୍ୟକ୍ଷ ଶେଖ ଆଶିକ୍ ଅହମ୍ମଦ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ କହିଛନ୍ତି ଯେ, ଆପେଲ ନେଇ ଯାଉଥିବା ଶହ ଶହ ଟ୍ରକ୍ ଜାତୀୟ ରାଜପଥରେ ବିଶେଷ କରି କାଜିଗୁଣ୍ଡରୁ ବନିହାଲ୍ (୨୦ କିଲୋମିଟର) ପର୍ଯ୍ୟନ୍ତ ଫଶି ରହିଛନ୍ତି। ସରକାରଙ୍କୁ ପ୍ରଭାବଶାଳୀ ଉପାୟରେ କୌଣସି ରାସ୍ତା ବାହାର କରିବା ଉଚିତ୍। ସମସ୍ୟାର ସମାଧାନରେ ବିଳମ୍ବ କାଶ୍ମୀରର ଅର୍ଥ ବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇପାରେ, ଯେଉଁମାନେ ବିଶେଷ କରି ଆପେଲ ବାଣିଜ୍ୟ ଉପରେ ନିର୍ଭରଶୀଳ।

ଆପେଲ ଉତ୍ପାଦକ ଏବଂ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି ଯେ, ଟ୍ରକ୍ ଗୁଡିକୁ ଏକା ସାଥିରେ ଅନେକ ଦିନ ପର୍ଯ୍ୟନ୍ତ ଅଟକ ରଖାଯାଉଛି। କେସିସିଆଇ ପ୍ରବକ୍ତା ଏହା ମଧ୍ୟ କହିଛନ୍ତି ଯେ ଯଦି ଫଳ ଗୁଡିକ ଜାମ୍ମୁ କାଶ୍ମୀର ବାହାରେ ବଜାରରେ ପହଞ୍ଚେ ନାହିଁ, ତେବେ ଏହାର ଗୁଣବତ୍ତା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ।