Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ
Advertisement
Article Detail0/zeeodisha/odisha859569

Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ଗୃହ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ହୋଇଥିବା ୬୯୩ ରାଜନୈତିକ ହିଂସା ଘଟିବା ସହ ୧୧ ଲୋକଙ୍କ ମୃତ୍ୟୁ ହୋଇଥିଲା।

Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହ ମନ୍ତ୍ରଣାଳୟ ନିର୍ବାଚନ ଆୟୋଗଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛି। ଯେଉଁଥିରେ ନିର୍ବାଚନ ହେବାକୁ ଯାଉଥିବା ଏହି ରାଜ୍ୟରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ବାବଦରେ ଉଲ୍ଲେଖ ରହିଛି। ରାଜନୈତିକ ହିଂସାକାଣ୍ଡ ଘଟଣାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗ ରାଜନୀତି। 

ନିର୍ବାଚନ ଆୟୋଗଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଘଟିଥିବା ୨୩ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷ ଏହି ସଂଖ୍ୟା ୬୬୩ ରହିଥିବା ବେଳେ ୫୭ ଲୋକଙ୍କ ପ୍ରାଣହାନୀ ହୋଇଛି।   

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF                       

ଗୃହ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ହୋଇଥିବା ୬୯୩ ରାଜନୈତିକ ହିଂସା ଘଟିବା ସହ ୧୧ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷ ଜୁନ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମୋଟ ୮୫୨ ରାଜନୈତିକ ହିଂସାକାଣ୍ଡ ଘଟିବା ସହ ୬୧ ଲୋକଙ୍କ ମୃତ୍ୟୁ ହୋଇଥିଲା।       

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ 

ଗତ ୨୦୧୮ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ଘଟିଥିବା ହିଂସାକାଣ୍ଡରେ ବିଭିନ୍ନ ରାଜନୈତିକ ଦଳର ୨୩ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା। ରାଜନୈତିକ ହିଂସାକାଣ୍ଡ ମାମାଲାରେ ଦେଶର ସମସ୍ତ ରାଜ୍ୟଙ୍କ ମଧ୍ୟରେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ୨୭ ମାର୍ଚ୍ଚ ୧ମ ଏବଂ ୧ ଅପ୍ରେଲ ୨ୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ୩ୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ୪ର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ୫ମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ୭ମ ପର୍ଯ୍ୟାୟରେ ୩୬, ୨୯ ୮ମ ପର୍ଯ୍ୟାୟରେ ୩୫ ଆସନ ଲାଗି ମତଦାନ ଅନୁଷ୍ଠିତ ହେବ।     ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।