Jayanarayan Controversial Remarks: ଆମେ ଓଡ଼ିଶା ସହିତ ଆମର ମିଶ୍ରଣ ପାଇଁ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲୁ କିନ୍ତୁ ଏହା ବୋଧେ ଆମର ସବୁଠାରୁ ବଡ଼ ଭୁଲ ଥିଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ରାଜନେତା ଜୟନାରାୟଣ । ସମ୍ବଲପୁରରେ ଆୟୋଜିତ ଏକ ସଭାରେ ସର୍ବସମ୍ମୁଖରେ ଏପରି ଖୋଲାଖୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ
Trending Photos
)
Jayanarayan Controversial Remarks: ପୁଣି ବିବାଦ ଘେରକୁ ଆସିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁରରେ ଅନୁଷ୍ଠିତ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି ଯେ, 'ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଉଛି' । 'କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ' । 'ଉତ୍କଳ, କୋଶଳ ଏବଂ କଳିଙ୍ଗର ମିଶ୍ରଣ ଦ୍ୱାରା ଓଡ଼ିଶା ରାଜ୍ୟ ସୃଷ୍ଟି ହୋଇଥିଲା' ବୋଲି ନିଜ ମନ୍ତବ୍ୟରେ ଜୟନାରାୟଣ କହିଛନ୍ତି । କେବଳ ସେତିକି ନୁହେଁ, 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଉଥିବା ସମୟରେ ସମସ୍ତ ଅତିଥି ଏବଂ ଉପସ୍ଥିତ ଲୋକେ ନିଜ ବସିବା ସ୍ଥାନରୁ ଉଠି ଛିଡା ହୋଇଥିଲେ କିନ୍ତୁ ଜୟନାରାୟଣ ନିଜ ଚେୟାରରୁ ଉଠିନଥିଲେ ।
ଏଥିସହ ଜୟନାରାୟଣ ଏକଥା ମଧ୍ୟ କହିଛନ୍ତି ଯେ, 'ଏହା ଏକ ମାନସିକତା, ଆମକୁ ତୁମେ ଶୋଷଣ କରୁଛ' । 'ଆମେ ଓଡ଼ିଶା ସହିତ ଆମର ମିଶ୍ରଣ ପାଇଁ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲୁ କିନ୍ତୁ ଏହା ବୋଧେ ଆମର ସବୁଠାରୁ ବଡ଼ ଭୁଲ ଥିଲା' ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ରାଜନେତା ଜୟନାରାୟଣ । ସମ୍ବଲପୁରରେ ଆୟୋଜିତ ଏକ ସଭାରେ ସର୍ବସମ୍ମୁଖରେ ଏପରି ଖୋଲାଖୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । 'କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଏବଂ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି'। 'ଏପରିକି ଚାକିରି କ୍ଷେତ୍ରରେ, ସାଂସ୍କୃତିକ ଦିଗରୁ ମଧ୍ୟ ଆମକୁ ଶୋଷଣର ଶିକାର ହେବାକୁ ପଡିଛି' ବୋଲି ଲୋକଙ୍କ ସାମ୍ନାରେ କହିଛନ୍ତି ଜୟନାରାୟଣ।
ଆପଣଙ୍କୁ କହିରଖୁଛୁ ଯେ, ଅନେକ ସମୟରେ ନିଜ ମନ୍ତବ୍ୟ ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣ । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ନୂଆ ଭିଡିଓକୁ ନେଇ ବିରୋଧୀଙ୍କ ଟାର୍ଗେଟ ହୋଇପାରନ୍ତି ଜୟନାରାୟଣ । କେବଳ ସେ ନୁହଁନ୍ତି ବରଂ ତାଙ୍କ ମନ୍ତବ୍ୟକୁ ନେଇ ଶାସକ ଦଳ ମଧ୍ୟ ହରଡ ଘଣାରେ ପଡିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା କଥା କହି ବିବାଦରେ ଛନ୍ଦି ହୋଇଥିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । କୋଶଳ ନାଁ ନେଇ ମନୋଜ କହିଥିବା ଅନେକ କଥାକୁ ନେଇ ସୋସିଆଲ ମିଡିଆରେ ଝଡ ଦେଖିବାକୁ ମିଳିଥିଲା । ମନୋଜ ମିଶ୍ର ମଧ୍ୟ ସେନେଇ ନିଜର ମତ ସୋସିଆଲ ମିଡିଆରେ ରଖିଥିଲେ ।
Also Read- Grah Gochar 2025: ମଙ୍ଗଳ ଚଳନ ପୂର୍ବରୁ ଶୁକ୍ରଙ୍କ ପ୍ରଭାବ, ୩ ରାଶିର ବଦଳିବ ଭାଗ୍ୟ
Also Read- ଅନୁଭବ ଜାଗ୍ରତିଙ୍କ ନିର୍ବନ୍ଧ ବେଳର ଏହି ୮ଟି ଫଟୋ ଭାଇରାଲ..